ଅଷ୍ଟମ ଛାନ୍ଦ ଏ ଛାୟା ବ୍ରହ୍ମର କାହାଣୀ ॥ — ଗୁରୁଭକ୍ତି ଓ ଗୀତା (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିସତ୍ୟଯୁଗେ ମୁନିମାନେ ରାଜସ ଏଡ଼ିଲେ ।
ତ୍ରେତାଯୁଗେ ଫଳ ମୂଳ ଖାଇଣ ବଞ୍ଚିଲେ ॥
ଦ୍ୱାପର ଯୁଗରେ ବନେ ରଖି ବତ୍ସା ଗାଈ ।କଳି ଯୁଗେ ଶ୍ରୀଚୈତନ୍ୟମାନେ ନୃତ୍ୟେ ହୋଇ ॥
ଶ୍ରୀ ଚୈତନ୍ୟ ଲୀଳା କରି ଦେଶେ ଦେଶେ ବୁଲି ।ଚୈତନ୍ୟ କରୁଣା ଯେ ତୁମ୍ଭଙ୍କୁ ଛନ୍ତି କରି ॥
ବାର ଗୋପ ରାହାସରେ ଅଟ ତୁମ୍ଭେ ସାର ।ତୁମ୍ଭରେ ଉଚ୍ଛନ୍ନ ହେବ ଓଡ଼ିଶା ସଂସାର ॥
ତୁମ୍ଭ ଶିଷ୍ୟଗଣ ଶିଷ୍ୟ ହୋଇବେ ବହୁତ ।ସ୍ତିରୀ ପୁତ୍ର ଜଗତେ ଭଗତ ତୋଷ ଚିତ୍ତ ॥
ପୂର୍ବର ବାସନା ଥିଲା ନୀଳାଚଳେ ଗଲ ।ସିଂହଦ୍ୱାରଠାରେ ପ୍ରଭୁ ଚୈତନ୍ୟ ମିଳିଲି ॥
ମୁକୁନ୍ଦ ଅନନ୍ତ ପିତା ତାଙ୍କ ପାଦେ ପଡ଼ି ।ଖୋଳ କରତାଳ ଯେ ତୁମ୍ଭଙ୍କୁ ଦେଲେ ଲୋଡ଼ି ॥
ପୂଜା ସେବା କରି ତାଙ୍କୁ ବିନୋୟୀ ହୋଇଲେ ।ଏବାଳକମାନଙ୍କୁ ଯେ ଦୟାହେବ ଭଲେ ॥
ମଥୁରୀ ସୁଦାମ ପିତା କହିଲେ ବୁଝାଇ ।ଗୋବିନ୍ଦ ବତ୍ସଙ୍କ ପିତା ସ୍ତୁତି ପୁଣ କହି ॥
ଏମନ୍ତ କରି ଝଙ୍କଡ଼ ସାରଦା ମଣ୍ଡଳେ ।ତୁମ୍ଭେ ଲୀଳା କର ଏବେ ବାର ଗୋପମେଳେ ॥
ଏମନ୍ତ ବୋଲିଣ ରାମ କହିଥିଲା ମୋରେ ।ମୋର ଚିତ୍ତ ରହିଥିଲା ତୁମ୍ଭ ରାସଠାରେ ॥
ଏଣୁକରି ବଇଶାଖ ମାସେ ଅଣାଇଲୁ ।ତୁମ୍ଭଙ୍କୁ ଦେଖିଣ ଯେ ବହୁତ ସୁଖୀ ହେଲୁ ॥
ଗୋପକୁଳ ଉଦ୍ଧାର ଯେ ଘରେ ଘରେ ମିଳି ।ପୁତ୍ତ୍ର ପତି ବନ୍ଧୁଲେଖା କୁଟୁମ୍ୱ ଶଙ୍ଖେଳି ॥
ଆମ୍ଭପୁତ୍ର ଅଂଶବୋଲି ତୁମ୍ଭରେ ମିଶିବେ ।ମାଳ ଯେ ତିଳକ ବହି ଖୋଳ ବଜାଇବେ ॥
କର୍ତ୍ତାଳ ହସ୍ତରେ ବାଇ ରାସଲୀଳା ଗାଇ ।ବଢ଼ିବ ଯେ ଅଂଶମାନ ବହୁତ ଯେ ହୋଇ ॥
ଅଚ୍ୟୁତର ଶିଷ୍ୟ ରାମ ଭ୍ରାତ ବେନିଜନ ।ରାମ ଭ୍ରାତ ସୁତ ତୁମ୍ଭେ ବାର ମଦାଜନ ॥
ହରିର ବଣିଜ କରି ସଂସାର ଉଦ୍ଧାର ।ଶ୍ରୀ କୃଷ୍ଣର ଲୀଳା ଯେତେ ଦେଖନ୍ତୁ ସଂସାର ॥
ଷାଠିଏ ଦଣ୍ଡ ଯେ ଅଷ୍ଟ ପ୍ରହର ସଙ୍ଗୀତ ।ତୁମ୍ଭଙ୍କୁ ଉବାର ନାହିଁ ବାନାର ବଳେ ତ ॥
ଶୂଦ୍ରକୁଳେ କପଟେ ଜନମ ଆମ୍ଭେ ହୋଇ ।ସମାନ ନିମନ୍ତେ ଗୋପେ ଜନ୍ମ ହେଲୁ ତହିଁ ॥
କଳିଯୁଗେ ମଧ୍ୟେ ତୁମ୍ଭେ ଆମ୍ଭେ ଏକ ମତ ।ନୀର କ୍ଷୀର ଯେମନ୍ତ ଅଟଇ ଅଭେଦତ ॥
ସ୍ୱାମୀ ନାରୀ ପିତା ପୁତ୍ର ଯେମନ୍ତ ପୀରତି ।ବାଲ ଗୋପମୁଖ୍ୟ ଅଟ ଆମ୍ଭର ଯେ ପ୍ରୀତି ॥
ଆଦି ଅନାଦି କାଳୁ ଗୋପର ଭିଆଣ ।ବିଭା ବନ୍ଦାପନା କାର୍ଯ୍ୟ ଅକାର୍ଯ୍ୟରେ ପୁଣ ॥
କଳିଯୁଗେ କୃଷ୍ଣ କଥା ଅଟଇଟି ସାର ।ଦୀନ ଅଚ୍ୟୁତ କହନ୍ତି ଶିଷ୍ୟଙ୍କ ଆଗର ॥
ଗୁରୁଭକ୍ତିଗୀତା ଯେ ଦ୍ୱିତୀୟ ଖଣ୍ଡ ରସ ।
ନବମ ଛାନ୍ଦ କହିଲି ଶୁଣି ହୁଅ ଚୋଷ ॥
ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟ ଖଣ୍ଡେ ଗୁରୁଶିଷ୍ୟ ବୋଧନେଜ୍ୟୋତିବିଧି କଥନେ ନାମ ନବମ ପଟଳଃଦଶମ ପଟଳମୁକୁନ୍ଦ ଅନନ୍ତ ବତ୍ସ ବାଳକ ମଥୁରି ।ଜ୍ୟୋତିରାନନ୍ଦ ମୂରତି କେମନ୍ତେ ସୁମରି ॥
ପଚାରୁ ବାର ଗୋପାଳ କହିବା ପ୍ରମାଣ ।ଶ୍ରୀଗୁରୁ ପରମଗୁରୁ କହ ପରିଚ୍ଛିନ୍ନ ॥
ଶୁଣି ଗଦଗଦ ପ୍ରେମେ ବହଇ ଲୋତକ ।ରାମଚନ୍ଦ୍ର ଶିଷ୍ୟ ପୁଛି ବଡ଼ ଆଚମ୍ୱିତ ॥
କୋଟିକେ ଗୋଟିଏ ଯାହା କରନ୍ତି ପ୍ରମାଣ ।ଏଇ ଅନ୍ୟ ନାହିଁ ଗତି କଲେ ସୁମରଣ ॥
ସଦଗୁରୁ ମିଳିଲେ ଯେ ହାତ ମାରିଦେଲା ।ସେ ସ୍ଥାନ ଚିହ୍ନଇ ତାକୁ ଦିଅନ୍ତି ଦେଖାଇ ୫ ॥
କହିବା ତହିଁର ପୂଜା ଶୁଣ ଏକମନ ।ରାମ ଭ୍ରାଥାଠାରୁ ପାଇଅଛ ବାରଜଣ ॥
ସଂଶୟ ଫିଟିବା ପାଇଁ ଆମ୍ଭଙ୍କୁ ପୁଚ୍ଛିଲ ।ମନର ସଂଶୟ ଯିବ ଭଲ ବିଚାରିଲ ॥
ମାଘ ବୈଶାଖ ଭାଦ୍ରବ ଯଦି ବା ଫଗୁଣ ।ଶୁକଳ ପକ୍ଷ ହୋଇବ ଉତ୍ତମ ବାରେଣ ॥
ଏ ମାସମାନଙ୍କେ ପୂଜାବିଧି ସେ ଯେ କରି ।ଗୁରୁ ଶୁକ୍ର ସୋମବାର ବୁଧ ସେ ବିଚାରି ॥
ତାରଚନ୍ଦ୍ର ଯୋଗମାନ ଉତ୍ତମ ବୁଝିବ ।ଏମାନ ବୁଝିଣ ସେ ଯେ ଦର୍ଶନ କରିବ ॥
ଦରଶୀ ଭାବରେ ତାଙ୍କ ମନ ଦୃଢ଼ ହେବ ।ଏମାନ ବୁଝି ଦେଖିଲେ ଉତ୍ତମ ଯେ ହେବ ॥
ଉଦେ ସୂର୍ଯ୍ୟ ପରା ଏକା ଦିଶେ ଯାର କାନ୍ତି ।ସେରୂପ ଦର୍ଶନ କଲେ ପାପ ଘୁଞ୍ଚିଯାନ୍ତି ॥
ଝଟକ ବିଜୁଳି ପରି ଦିଶଇ ଯେ ଜାଣ ।ଦର୍ଶନ ମାତ୍ରକେ ପୂର୍ବପାପ ଯେ ଖଣ୍ଡନ ॥
ଦଗଧ ସୁବର୍ଣ୍ଣପ୍ରାୟେ ଆବର ଦିଶନ୍ତି ।ଦରଶନେ ବୃଷଳୀ ପାତକ ନାଶ ଯାନ୍ତି ॥
କାନିଶ୍ରୀ ପୁଷ୍ପର ପ୍ରାୟେ ଦିଶଇ ଯେ ବର୍ଣ୍ଣ ।ଦେଖିଲେ ମାତୃହରଣ ଦୋଷ ଯେ ଖଣ୍ଡନ ॥
ଏମନ୍ତେଣ ଅଷ୍ଟାଦଶ କଳା ଯେ ଅଟଇ ।ଅଷ୍ଟଗୋଟି ରୂପେ ଅଷ୍ଟ କୋଟି ପାପ ଦହି ॥
ଏ ରୂପ ନ ଚିହ୍ନି ବଡ଼ ହୋଇବେ ମହନ୍ତ ।ମାର ଧର ବାନ୍ଧରେ ଯେ ହୋଇବେ ମମତ ॥
ବନ୍ଧା ନଟ ନ ପାଇଣ କଉଡ଼ିରେ ଚିତ୍ତ ।ଏ ବୁଦ୍ଧି ବିଚାରିଲେ ଯେ ନ ମିଳିବ ଭାତ ॥
ପାପ ନ ଚ୍ଛେଦିଣ ପାପ ପଦାର୍ଥ ଭକ୍ଷିବେ ।ତେଣୁକରି ପୁତ୍ର ନାତି ଭକ୍ତିହୀନ ହେବେ ॥
ସତଶାନ୍ତ ଦୟା କ୍ଷମା ନ ଧରିବେ ଚିତ୍ତ ।ଘୃତ ଦୁଧ ଭୋଗ ଭୁଞ୍ଜି ପେଟ ବଡ଼ ମତ ॥
ଏମନ୍ତ ଜନରଠାରେ ୟେ ସାଧନା କରି ।ଜ୍ୟୋତି ଭଳନକୁ ଭୋଗ ଅଟଇ ବଇରୀ ॥
ଅଳପ ଭୋଗ ଭୁଞ୍ଜିଣ କ୍ଷୀଣ ହୁଏ ଦେହ ।ପବନେ ପଶି ଭଜିଲେ କରଇ ଯେ ସ୍ନେହ ॥
ପଲକେ ପଲକେ ଲୟ ଲଗାଇଣ ଥାଇ ।ଏମନ୍ତ ଅଙ୍ଗେଣ ପାପ ଘୁଞ୍ଚି ଯାଉଥାଇ ॥
ଶୁଣ ହୋ ଚବିଶ ଗୋପ ଗୋବିନ୍ଦ ମଥୁରି ।ନିରନ୍ତରେ ସାଧୁଥିବ ଏହିରୂପ ସ୍ମରି ॥
କଳିଯୁଗେ ଏ କଥାରେ ନ ବଳିବ ଚିତ୍ତ ।ଗୁପତେଣ ଥିବେ ଗ୍ରାମେ ଗ୍ରାମେ ଏକମତ ॥
ମନ୍ତ୍ର ଜପମାଳ କରି ଦମ୍ଭପଣେ ଥିବେ ।ଅଙ୍ଗୁଷ୍ଠ ଭେଦ ନ ଜାଣି ତର୍ଜନୀ ଭଜିବେ ॥
ଅଭଣ୍ୟ ଭକ୍ଷିଣ ହିଂସା ବହୁଥିବେ ଚିତ୍ତେ ।ଗୁରୁଶିଷ୍ୟ ମନ୍ତ୍ର ଶାସ୍ତ୍ରେ ନୋହିବେ ନିର୍ଜିତେ ॥
ଗୁରୁମାନେ ଭଜୁଥିବେ ବସନ କଉଡ଼ି ।କଉଡ଼ି ନ ଦେଲେ ଶିଷ୍ୟ ଦେବେଟି ଘଉଡ଼ି ॥
ଦ୍ୱାରେ ଦ୍ୱାରେ ଗୁରୁ ବୁଲୁଥିବେ ନିରନ୍ତରେ ।ନ ଥିଲା ଶିଷ୍ୟ ଲୁଚିବ ବଣର ଭିତରେ ॥
ଗୁରୁଙ୍କ ଲୋଭ ହୃଦୟ ଶିଷ୍ୟ ଜାଣି କରି ।ମନେ ବିଚାରିବ ଗଲେ ପକାଇବେ ମାରି ॥
ହସ୍ତେ ପଣେ ନାହିଁ ମୁହିଁ କାହୁଁ ଦେବି ପୁଣ ।ଏଣୁ କରି ଗୁରୁଶିଷ୍ୟ ହେବେ ରଣଭଣ ॥
ନଷ୍ଟ ଭ୍ରଷ୍ଟ ହୋଇ ଧର୍ମପଥ ଯେ ବୁଡ଼ିବ ।ଭେକରେ ବହୁତ ପୁଣ କଳଙ୍କ ଲାଗିବ ॥
ତୁମ୍ଭେ ବାର ଗୋପ ମୋର ରାହାସ ପ୍ରଧାନ ।ଠାକୁର ଆଜ୍ଞାରେ ତୁମ୍ଭେ ଜାତ ବାରଜଣ ॥
ସାକ୍ଷାତରେ ଶ୍ରୀ ଚୈତନ୍ୟ କଲ ଦରଶନ ।ଚୈତନ୍ୟ ମଣ୍ଡଳୀ ନୀଳାଚଳ ଯେ ଭୁବନ ॥
ଆମ୍ଭର କରୁଣା ପୁଣ ହୋଇଲା ତୁମ୍ଭରେ ।ଅଚ୍ୟୁତ କହିଲେ ଯାହା ଗୁପତ ଗ୍ରନ୍ଥରେ ॥
ପ୍ରକାଶ କଲେ ବିପତ୍ତି ଦରିଦ୍ର ଯୋଗ ହୁଏ ।ବିଡ଼ମ୍ୱଣ ଅପବାଦ କୁଷ୍ଠ ହୋୟେ ଦେହେ ॥
ଇତି ଶ୍ରୀଗୁରୁଭକ୍ତିଗୀତାୟାଂ ଦ୍ୱିତୀୟ ଖଣ୍ଡେ ଗୁରୁଶିଷ୍ୟବୋଧନେକଳି ବ୍ୟବହାର କଥନେ ନାମ ଦଶମ ପଟଳଃଏକାଦଶ ପଟଳସହଜ ସମାଧିଭାବ କହିଲି ପ୍ରମାଣ ।ହଜିବା ସମାଧି ପୁଣ କହିବା ଲକ୍ଷଣ ॥
ରୋମମାନ ପୁଲକିତ ହରଷେଣ ଚିତ୍ତ ।ରାମଚନ୍ଦ୍ର କହ କିସ ପଚାରେ ତୋ ସୁତ ॥
କରପତ୍ର ଯୋଡ଼ିଣ ଯେ ରାମଚନ୍ଦ୍ର କହି ।ପଚାରନ୍ତି ବକତା ଯେ ଶ୍ରୋତା ତିନି ହୋଇ ॥
ପଚାରନ୍ତି ଆନନ୍ଦ ମୁକୁନ୍ଦ ବୃନ୍ଦାବନ ।ଅନନ୍ତ ମଥୁରି ବତ୍ସ ଗୋବିନ୍ଦ ପବନ ॥
ଶ୍ରୋତା ଅଙ୍ଗ ରାମ ଭ୍ରଥ ବକ୍ର ବିଷ୍ଣୁ ଦାସ ।ଧରମୁ ଦକ୍ଷିଣ ଚନ୍ଦ୍ର, ବେନି ଯେ ପାରୁଶ ॥
ବକତା ଅଙ୍ଗ ଧରିଣ ଶ୍ରୀ ଅଚ୍ୟୁତ ତୁମ୍ଭେ ।ତୁମ୍ଭେ ଯାହା କହିବ ଯେ ବୁଝାଇବୁ ଆମ୍ଭେ ॥
ଏ ଗୋପଜନ କହିବେ ବୁଲିଣ ସଂସାରେ ।ଅଭେଦମାନ ଛାଡ଼ିଣ ଏହାଙ୍କ ସଙ୍ଗରେ ॥
ରାମଚନ୍ଦ୍ର ବାକ୍ୟ ଶୁଣି କହି ହରଷେଣ ।ଚବିଶ ଗୋପାଳ ତୁମ୍ଭେ ସାବଧାନେ ଶୁଣ ॥
ଚତୁର୍ଥରୁ ଛଡ଼ରୁ ଯେ ଦଶରେ ମିଶିବ ।ଦଶକୁ ନେଇଣ ଦ୍ୱାଦଶରେ ମିଳାଇବ ॥
ଦ୍ୱାଦଶ ମିଳିବ ପୁଣ ଷୋଳ ଭୁବନରେ ।ଷୋଳକୁ ରଖିବ ଚାରି ଅଷ୍ଟ ଯେ ଥାନରେ ॥
ଚାରି ରହିବ ଯେ ବଜ୍ରକିଳିଣୀ ଠାବରେ ।ଦ୍ୱାଦଶ ଫେଣା ରହିବ ଘଣ୍ଟାନାଦଠାରେ ॥
ଘଣ୍ଟାନାଦଠାରେ ଶିଶୁମୁନାରେ ଛନ୍ଦିବ ।ନିତି ନିତି ଦଣ୍ଡେ ଦଣ୍ଡେ ସାଧନ କରିବ ॥
ବାର ବରଷର ଯାଏ ସାଧନା ଯେ କରି ।ସାନ କାଳେ ଗୁରୁଠାରେ ଥିବ ଯେ ପଚାରି ॥
ଅଇଲେ ଆସଇ ଜୀବ ନଇଲେ ନ ଆସେ ।ଦ୍ୱାରମାନ ଜଗିଥାନ୍ତି ଏଣୁ ଅଂଶେ ଅଂଶେ ॥
ମରଣ କାଳ ଜାଣିଣ ସେହି ପଥେ ଯାନ୍ତି ।ଜୀବ ଥିବାଯାକେ କିଛି କିଛି ସାଧୁଥାନ୍ତି ॥
ଏ ଭକ୍ତି ଯୋଗ ଯେ ସାଧେ ତାକୁ ସାଧୁ କହି ।ଏହା ଯେ ନ ସାଧେ ସେହୁ ଭୁଲି ମରୁଥାଇ ॥
ଗତି ନ ପାବନ୍ତି ସେହୁ ମରଣ କାଳେଣ ।କଫ ବାତେ ମନ୍ତ୍ର ଜପ ନୁହଇଟି ପୁଣ ॥
ଏ ସାଧନା ଲୟ କରି ମୃତ୍ୟୁ ଯେବେ ହୋଏ ।ଲେଉଟିଣ ସାଧୁଘରେ ଜାତ ହେଉଥାଏ ॥
ପାଞ୍ଚ ଯେ ବରଷଠାରେ ମନ୍ତ୍ର ଶିଖାଇବ ।ଦଶ ଯେ ବରଷଠାରେ ଯନ୍ତ୍ର ବୁଝାଇବ ॥
ପନ୍ଦର ବରଷଠାରେ ତନ୍ତ୍ରକୁ ଶିଖିବ ।କୋଡ଼ିଏ ବରଷଠାରେ ସାଧନାକୁ କହି ॥
ପଚିଶ ବରଷଠାରେ ଛାୟାରୂପ ଧ୍ୟାୟି ।ଜ୍ୟୋତି ଦେଖାଇବ ପୁଣି ତିରିଶ ବରଷେ ॥
ପଞ୍ଚତ୍ରିଂଶ ଠାବରେ ସେ ସମାଧି ପ୍ରବେଶେ ।ହଜିବାର ଗମିବ ଯେ ଚାଳିଶ ବରଷେ ॥
ରସ ଗୁଣ କହୁଥିବ ମୃତ୍ୟୁ ପରବେଶେ ।ଅଷ୍ଟକାଳ ଷାଠି ଦଣ୍ଡ ତିନି ଧୂପ ଲୀଳା ॥
ପାଞ୍ଚଧୂପ ନଇବେଦ୍ୟ ଭଗତର ଖେଳା ।ଯନ୍ତ୍ରଂ ମନ୍ତ୍ରଂ ତନ୍ତ୍ରଞ୍ଚୈବ ଛାୟା ଜ୍ୟୋତିରବାଡ଼କଂ ॥
ହଜ ସମାଧି ରସଗୁଣଂ ଚ ଯୋଜାନାତି ସ ବୈଷ୍ଣବଃ ।ଏ ଅଷ୍ଟଗୁଣ ନ ଜାନାମି ମନୁ ନ ହରେ ସଂଶୟଃ ॥
ସର୍ବ ଶାସ୍ତ୍ର ଅନ୍ଧକାର ସଗୁଣନିର୍ଗୁଣଃ ସଦା ।ଶୁଣ ଆହେ ଗୋପସୂତ ଭଗତିର କଥା ॥
ସଗୁଣ ନିର୍ଗୁଣ ଦୁଇ ଯେବଣ ବ୍ୟବସ୍ଥା ।ଦୁଇ ଯେ ଡେଣାରେ ପକ୍ଷୀ ଉଡ଼ିକରି ଯାଇ ॥
ଦୁଇ ଯେ ଚକ୍ଷୁରେ ସେହି ସଂସାରେ ଖେଳଇ ।ଏକ ଯେ ନ ଥିଲେ କଣା ଦୁଇଗଲେ ଅନ୍ଧ ॥
ଏଣୁ କରି ନିର୍ଗୁଣ ସଗୁଣ ସେହୁ ଭେଦ ।ଯନ୍ତ୍ର ମନ୍ତ୍ର ତନ୍ତ୍ର ରାମ ଏହୁ ଚାରି ଗୁଣ ॥
ସଗୁଣ ଯାହାକୁ ବୋଲେ ଏହୁ କଥା ଶୁଣ ।ଛାୟା ଅବାଡ଼ ଜ୍ୟୋତି ଯେ ଏହୁଟି ସମାଧି ॥
ଏ ଚାରି ନିର୍ଗୁଣ ବୋଲି ପାରିଲେଟି ସାଧି ।ବୋଲି ବାଣୀରେ ଗାଇବ–ଗୁରୁ ଶିଷ୍ୟ ଯେବେ ଏହା ନ ଜାଣି ।କଣା ବୋଲି ଶାସ୍ତ୍ରେ ତାକୁ ବଖାଣି ॥
ଦୁଇ ନ ଜାଣିଲେ ଅଟଇ ଅନ୍ଧ ।ଗୀତା ଭାଗବତ ପୁରାଣ ଭେଦ ॥
ବ୍ରହ୍ମଚେତା ସାଧୁ ପଣ୍ଡିତ ଜନେ ।ଏହା ବୁଝିଣ ଯେ ବିନ୍ଧଇ ମନେ ॥
ଧନ ଦାରା ସୁତପଣ ଛାଡ଼ିଲେ ।ରାମ ଚରଣେ ସେ ମନକୁ ଦେଲେ ॥
ଗୁରୁ ପରମ ଗୁରୁ ଆଶ୍ରେ କରି ।ନିସ୍ତାର ପଦକୁ ଅଛି ଆବୋରି ॥
କୃଷ୍ଣ ରସ ଗୁଣ ଗୁଣୁଣ ଥିବ ।ତତ୍ତ୍ୱ ଭଜନ ମନରେ କରିବ ॥
ଆପଣ ତରିବ ପରେ ନିସ୍ତାର ।ବାରଟିଆ ଗୋପ ଗୋପାଳ ସର ॥
ରାହାସେ ମିଶିବେ ଯେତେକ ଜନ ।ତାଙ୍କର ଗୁରୁ ତୁମ୍ଭେ ବାର ଜଣ ॥
ତୁମ୍ଭ ଶିକ୍ଷା ପାଇ ହୋଇବେ ଦାସ ।ତୁମ୍ଭ ଚେଲା ଅଂଶରାସେ ପ୍ରବେଶ ॥
ପାଞ୍ଚ ଗୋପାଳ ସୁତ ଗୋପଘରେ ।ଏ ଅଂଶ ବଢ଼ୁଥିବ ନିରନ୍ତରେ ॥
ମୂଢ଼ ସଙ୍ଗତେ ବୁଦ୍ଧି ଭ୍ରମ ହେବ ।ବୀଜ ଗୁଣ କହି ବଡ଼ ହୋଇବ ॥
ଆପଣା କରଣି ରହିବ ନାହିଁ ।ତତ୍ତ୍ୱ ଭଜନରେ ମନ ନ ଦେଇ ॥
ତୁମ୍ଭ ଅଂଶେ ସର୍ବେ ରାସେ ମଜ୍ଜିବେ ।ଭଜନ ଭାବରେ ରହିବେ ସର୍ବେ ॥
ବୃନ୍ଦାବନ ରାମ କର ଘୋଷଣ ।ଅଚ୍ୟୁତର ପଣ କରିଥା ଟାଣ ॥
ଗୁରୁଭକ୍ତି ଗୀତା ଦ୍ୱିତୀୟଖଣ୍ଡ ।ଏ ଗ୍ରନ୍ଥ ଅଟଇ ଅମୃତ କୁଣ୍ଡ ॥
ଗୁପତୁ ଗୁପତ ଆଟଇ ୟେହି ।ଗୃହେ ଥିଲେ ଧନ ଜନ ବଢ଼ଇ ॥
ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁ ଶିଷ୍ୟ ବୋଧନେସଗୁଣ ନିର୍ଗୁଣ ସମ୍ବାଦ ଯୋଗ କଥନେ ନାମ ଏକାଦଶ ପଟଳଃଦ୍ୱାଦଶ ପଟଳକଥାଏ ପୁଚ୍ଛିବି ଗୁରୁ କହିବ ବୁଝାଇ ।ତନ୍ତ୍ରର ବିଚାର ପ୍ରଭୁ କେମନ୍ତ ଅଟଇ ॥
ଗୁରୁଦେବ ରାମଚନ୍ଦ୍ର ବାର ଗୋପାଳର ।ରାମଚନ୍ଦ୍ର ଗୁରୁକଲେ ତୁମ୍ଭ ଯେ ଠାବର ॥
ଆମ୍ଭର ଯେ ଅଜା ଗୁରୁ ପୁଣ ତୁମ୍ଭେ ହୁଅ ।ତୁମ୍ଭ ଶିଷ୍ୟ କହିଲେ ଯେ ଫିଟିବ ସଂଶୟ ॥
ରାମ ଭ୍ରଥ ଦୁଇଗୁରୁ ରାହାସରେ ସାର ।ଆଉ ଦଶ ଶିଷ୍ୟଙ୍କର ନାହିଁ ଅଧିକାର ॥
ଧର୍ମ ବିଷ୍ଣୁ ବକ୍ର ମୁହିଁ ସେ ଗୋପାଳଙ୍କର ।ରାହାସ ସାଧନ ଶିଷ୍ୟ ନାହିଁ ତାହାଙ୍କର ॥
ରାହାସ ଦାସର ସୁତ ବତ୍ସ ବକ୍ର ଦୁଇ ।ମୂଢ଼ ଶିଷ୍ୟ ତାହାଙ୍କର ଗମିବେ ଯେ ମହୀ ॥
ଆମ୍ଭେମାନେ ସର୍ବେ ଦେଶ ଦେଶକେ ଭ୍ରମିବୁ ।ଲୋକମାନେ ପଚାରିଲେ ବୁଝାଉଣ ଥିବୁ ॥
ଶ୍ରୀଗୁରୁ ପରମ ଗୁରୁ ଶୁଣିଣ ଆନନ୍ଦ ।ଭଲ ପଚାରିଲ ତୁମ୍ଭେ ବିଚାରିଣ ଭେଦ ॥
ରାମ ଭ୍ରାଥ ମୁକୁନ୍ଦ ଅନନ୍ତ ତୁମ୍ଭେ ଚାରି ।ବୃନ୍ଦାବନେ ଥିଲ ତୁମ୍ଭେ ସଖା ଅଙ୍ଗ ଧରି ॥
ଲୋକିତ ଭାବରେ ଗୁରୁଶିଷ୍ୟ ହୋଇଅଛ ।ସାନ ଶାଖା ମୁକୁନ୍ଦ ବଡ଼ ଶାଖା ଯେ ରାମ ବତ୍ସ ॥
ଭ୍ରାଥ ସାନ ଶାଖା ବଡ଼ ଶାଖା ମୁଁ ଅଚ୍ୟୁତ ।ଆମ୍ଭଙ୍କୁ ଲୋକତାରଣେ କୃଷ୍ଣ କଲେ ଜାତ ॥
ଖୋଳ କରତାଳ ଦେଇ ଥୋକେ ତୁମ୍ଭେ ତାର ।ଖୋଳ କରତାଳ ଗୁରୁ ଅଟ ତୁମ୍ଭେ ବାର ॥
ତୁମ୍ଭଙ୍କୁ ନ ପୂଜି ଯେହୁ ରାହାସେ ପଶିବ ।ସେ ଅଣଗୁରୁଆ ଯେ ରାହାସେ ନ ମିଶିବ ॥
ନୀଳାଚଳ ଶ୍ରୀ ଚୈତନ୍ୟମଣ୍ଡଳୀରୁ ଆଣି ।ତୁମ୍ଭ ପିତାମାନେ ଖୋଳ ଶିଖାଇଲେ ପୁଣି ॥
ରାମଚନ୍ଦ୍ର ମହୋତ୍ସବେ ତୁମ୍ଭଙ୍କୁ ବରିଲୁ ।ତୁମ୍ଭ ରାସଲୀଳା ଦେଖି ହରଷ ହୋଇଲୁ ॥
ଥୋକେ ଗୋପଳଙ୍କୁ ତୁମ୍ଭେ ରାହାସେ ମିଶାଅ ।କେହୁ ଗୋପାଳକୁ ତୁମ୍ଭେ ତନ୍ତ୍ରରେ ବୁଝାଅ ॥
ଯନ୍ତ୍ରମ ନ କେହୁ ଗୋପାଳକୁ ଶିଖାଇବ ।ମନ୍ତ୍ରମାନ କେହୁ ଗୋପାଳକୁ ବୁଝାଇବ ॥
ଜ୍ୟୋତିରାନନ୍ଦ ମୂରତି କେବଣ ଗୋପାଳ ।ଛାୟାମୂର୍ତ୍ତି ଦର୍ଶନ କରିବ ହୃଦମୂଳ ॥
ଅବାଡ଼ ମୂରତି କେ ବା କରିବ ଦର୍ଶନ ।ସମାଧି ନିଶ୍ଚଳେ କେହୁ କରିବେକ ପୁଣ ॥
ଅଷ୍ଟ ଯେ ପ୍ରହର ରସଗୁଣ ଯେତେ ହୋଏ ।ରାହାସର ବିଧି ଯେତେ ପ୍ରମାଣରେ କହେ ॥
ତିନି ଧୂପ ପାଞ୍ଚ ଅବକାଶ ୟେ ରାହାସେ ।ଏହା ଜାଣିଲେତ ଯୋଗୀ ରାହାସରେ ମିଶେ ॥
ସନ୍ଧ୍ୟାଠାରୁ ପ୍ରାତଯାଏ ତାଙ୍କ ଲୀଳାମାନ ।ପ୍ରାତଠାରୁ ସନ୍ଧ୍ୟା ଯାଏ କରି ଉପାସନ ॥
ଏହୁ ଲୀଳାମାନଙ୍କରେ ଗାଉଥିବ ଗୀତ ।ତେଣୁ କରି ରସ ଗୁଣ ବୁଝିବ ତୁମ୍ଭେ ତ ॥
ପରମ ଗୁରୁ ବଚନ ଶୁଣି ବାର ଦାସ ।ମୁକୁନ୍ଦ ଅନନ୍ତ ଯେ ଯେ ଶୁଣିଣ ହରଷ ॥
ଅକାର ଆକାର ଅଂଶ ସୃଜିଲା ଏ ଦେହ ।ଦୁତିଅଂଶ ମୂର୍ତ୍ତି ନାନା ମୂର୍ତ୍ତିରୂପ ହୁଅ ୨୫ ॥
ଅକାର ଉକାର ଯେ ଏକାର ବେଢ଼ି ପୁଣ ।ଇକାର ଉପରେ ଯାଇ ଅଂକାର ଧାରଣ ॥
ଅଂକାର ବେଢ଼ିଲା ପୁଣ ମଣ୍ଡଳ ପରାଏ ।ମଣ୍ଡଳୁ ବାହାର ଗାର ହୋଇଲା ଗୋଟିଏ ॥
ସେ ଗାରରୁ ଅର୍ଦ୍ଧଗାର ହୋଇଲା ଭିଆଣ ।ତିନି ଗାର ତଥି ତଳେ ହୋଇଛି ପ୍ରମାଣ ॥
ତିନିରୁ ଏକ ଆସିଣ ଅନେକ ଭିଆଇ ।ଚାରି ପୁର କରି ସ୍ଥାନ ନିବାଡ଼ିଲା ସେହି ॥
ଚାରି ଅଂଶ ପୁଣି ରଖି ତହୁଁ ସେ ଚଳିଲେ ।ଛଡ଼ ପୁର କରିଣ ସେ ପୁର ନିବାଡ଼ିଲେ ॥
ଦଶ ପୁର କରି ତହିଁ ରଞ୍ଚିଲେକ ଥାନ ।ଛଡ଼ କଳା ରଖି ତହିଁ ଚଳିଲେ ଯତନ ॥
ଦଶ ସ୍ୱରୂପ ରଖିଣ କଲେକ ଗମନ ।ଦ୍ୱାଦଶ ପୁର ରଚିଲେ ହୃଦୟ ଭୁବନ ॥
ଦ୍ୱାଦଶ କଳା ରଖିଣ ଗମନ ପୁରୁଷ ।ଅଷ୍ଟରତ୍ନେ ପ୍ରମାଣ କଲେକ ଏକ ଦେଶ ॥
ନାବିକ ନ ଥିଲା ପ୍ରାଏ ସେ ଜନ ଅଟଇ ।ବିବେକୀ ଜନ ନ ଥିଲେ ପଚାରୁଣ ଥାଇ ॥
ତାଙ୍କ ମୁଖ ବାକ୍ୟ ଶୁଣି ମନ ଯାଏ ମିଶି ।ଏ ତତ୍ତ୍ୱମାନଙ୍କେ ଆମ୍ଭେ ପଚାରୁଛୁଁ ପଶି ॥
ଏଣୁ କରି ତୁମ୍ଭେମାନେ ଏ ଅଷ୍ଟ ଯେ ଗୁଣ ।ଶିଷ୍ୟରେ ବୁଝାଇ କହ ମୁକୁନ୍ଦ ଯେ ପୁଣ ॥
ଅନନ୍ତ ବତ୍ସ ଗୋବିନ୍ଦ ମଧୁରୀ ସୁଦାମ ।ଗୁପତ ଅଟଇ ଏହୁ ଗୁରୁଙ୍କର ଧର୍ମ ॥
କଳିକାଳ ଘୋର ହେବ ବୈଷ୍ଣବେ ମମତ ।ଧନ ବଡ଼ପଣରେ ଯେ ଦେଇଥିବେ ଚିତ୍ତ ॥
ରାଜସ କର୍ମ କରିବେ ସାତ୍ତ୍ୱିକ ଛାଡ଼ିବେ ।ପଦାତି ତୁରଙ୍ଗ ଚଢ଼ି ଦେଶରେ ବୁଲିବେ ॥
ନର ନାରାୟଣଠାରେ ଚଢ଼ିବେ ବୈଷ୍ଣବ ।ନଷ୍ଟ ହେବ ତାଙ୍କର ଯେତେକ ପୂଣ୍ୟ ଥିବ ॥
ହୟରେ ଚଢ଼ିଲେ ହରିନାମର ଭଜନ ।ନଷ୍ଟ ହେବ ପୂଣ୍ୟ ଧର୍ମ ନ ମିଳିବ ଅନ୍ନ ॥
କମଳ କଠାଉ ଛତ୍ର ତରାସ ବିଞ୍ଚଣୀ ।ପାଦରେ ଗମିଲେ ଦାସ ଭଗତରେ ଗଣି ॥
ପଦାତି ତୁରଙ୍ଗେ ଗମେ ଯେବଣ ଯେ ଦାସ ।ବୈଷ୍ଣବ ନୁହନ୍ତି ସେ ଯେ ରାଜସ ରାକ୍ଷସ ॥
ଦେହ କ୍ଷୀଣ ନ କଲେ ତ ନୁହଇ ସାଧନ ।ସଂଯମ ଭଜନେ ସେ ନୋହନ୍ତି ଭାରଜନ ॥
ସଂଯମ ଭଜନ ଯେହୁ ଦାସ ନ କରଇ ।ଧାନର ମଧ୍ୟରେ ଯେହ୍ନେ ଅଗାଡ଼ି ଅଟଇ ॥
ସଂଯମ ଜାଣିଲା ଦାସ ପାଚିଲାର ଫଳ ।ଲେଉଟି ଭକତି ବୀଜ ହୁଅଇ ନିଶ୍ଚଳ ॥
ଗୀତା ଭାଗବତେ ଏହି କଥାଟି ପ୍ରମାଣ ।ଗାଇ ବୁଝି ନ ପଶନ୍ତି ନ ରମନ୍ତି ଜନ ॥
ଗୁରୁ ମୁଖେ ବୁଝିଥିଲେ ଦିଶେ ଢଳହଳ ।ଉଜ୍ୱଳ ଦର୍ପଣେ ଯେହ୍ନେ ମୁଖର ସୁଢ଼ଳ ॥
ଆର ପିଠି ଦର୍ପଣରେ ମୁଖ ନ ଦିଶଇ ।ଉତ୍ତମ ମଧ୍ୟମ ସେ ଯେ ଦର୍ପଣରେ ଦୁଇ ॥
ଉତ୍ତମ ଗୁରୁ ପାଇଲେ ସଂସାର ସଙ୍ଗେଣ ।ଦ୍ୱିତୀୟ ଖଣ୍ଡେ ଏ ଗୁରୁଭକ୍ତିରେ ଲେଖନ ॥
ଗୁପତଗୀତା ଏ ଦୀନ ଅଚ୍ୟୁତ ବଚନ ।ଗୁପ୍ତ କରି ଶୁଣୁଥିବ ତୁମ୍ଭେ ବାର ଜଣ ॥
ଏ ଗ୍ରନ୍ଥକୁ ଅନ୍ୟ ଶିଷ୍ୟେ ନ ଦେବରେ ବାବୁ ।ରାମଚନ୍ଦ୍ର ବିଶ୍ୱାସରେ କହିଦେଲୁଁ ସବୁ ॥
ଇତି ଶ୍ରୀ ଗୁରୁଭକ୍ତି ଗୀତାୟାଂ ଦ୍ୱିତୀୟ ଖଣ୍ଡେ ଗୁରୁଶିଷ୍ୟବୋଧନେ ଅନାଦି ମନ୍ତ୍ର ତତ୍ତ୍ୱଭେଦ ନିର୍ଣ୍ଣୟ ବର୍ଣ୍ଣନେ ନାମ ଦ୍ୱାଦଶ ପଟଳଃତ୍ରୟୋଦଶ ପଟଳମୁକୁନ୍ଦ ଅନନ୍ତ ଯେ ମଥୁରୀ ସୁଦାମରେ ।କହିବା ଗୁପତ କଥା ଶୁଣସି ଶ୍ରୁତିରେ ॥
କ୍ଷଣେ ଦଣ୍ଡ ନିମିଷେଣ ବସିଣ ସାଧିବ ।ରାତ୍ର ପ୍ରହରକଠାରୁ ନିଦ୍ରାକୁ ତେଜିବ ॥
ଆହାର ଭୋଜନ ପୁଣ କରିବ ଅଳପ ।ନାଭିଠାରୁ ମେରୁଦଣ୍ଡ କରିବ ସଳଖ ॥
ତେବେ ସେ ଜାଣିବା ଭକ୍ତ ସାଧନା ୟେ ଦେହ ।ତ୍ରିଭଙ୍ଗୀ ମୂରତି ସାଧନାରେ ହେତୁ ଥୁଅ ॥
ଶ୍ୱେତ ରଙ୍ଗ ଶ୍ୟାମଳ ହରିତ କଳା ପଞ୍ଚ ।ନୀଳ ଜ୍ୟୋତି ମଧ୍ୟେ ବାଳ ମୁକୁନ୍ଦ ରୂପଞ୍ଚ ॥
ବାଳର ସହସ୍ର ଭାଗ ଏକ ଭାଗ ପ୍ରାୟେ ।ଏମନ୍ତ ମୂରତି ଚିହ୍ନି କରିବ କେ ଥୟେ ॥
ତାହାଙ୍କ ଜ୍ୟୋତିରୂପକୁ ସାଧୁଜନ ଧ୍ୟାୟି ।ଏ ଭବସାଗରୁ ତରିଯାନ୍ତି ତାଙ୍କୁ ଚାହିଁ ॥
ଏଣୁ କରି ନିରନ୍ତରେ ଳୟେ ତହିଁ ଥିବ ।ଏମନ୍ତ ଗୁରୁଚରଣେ ଶିରକୁ ବିକିବ ॥
ବ୍ରହ୍ମା ଶିବ ଯୋଗିମାନେ କୋଟି ଯୁଗ ଧ୍ୟାୟି ।ଖୋଜି ନିଶି ଦିବସରେ ନ ପାଇଲେ ସେହି ॥
କୋଟିକେ ଗୋଟିଏ ଭକ୍ତ ଚିହ୍ନନ୍ତି ସେ ପୁଣ ।ବାସନା ସିଦ୍ଧ ହୋଇଲେ ପଶନ୍ତି ଶରଣ ॥
ସାଧନା ଯୋଗରେ କରିଥିବ ପରମାଣ ।ପରମ ତୋଳି ଯେ ସ୍ଥାନେ ଲଭିବ ମରଣ ॥
ତେବେ ସେ ରାହାସଦାସ ଜାଣିବ ପ୍ରତ୍ୟକ୍ଷ ।ଶୂନ୍ୟ ରାହାସେ ମିଳିଲେ ତେବେ ହେବ ମୋକ୍ଷ ॥
ବୃନ୍ଦାବନ ରାହାସ ମୁକୁନ୍ଦ ପିତା ଶୁଣ ।ଅନନ୍ତ ମଥୁରୀ ପିତା ରାଜ ସେବାୟେଣ ॥
ସୁଦାମ ଗୋବିନ୍ଦ ବତ୍ସ ପିତାମାନେ ବଡ଼ ।ରାଜ୍ୟରେ ପ୍ରତାପ ଦେବ ସେବାରେ ନିଗୁଢ଼ ॥
ଚୈତନ୍ୟ ପ୍ରଭୁଙ୍କଠାରୁ ରାଜାଙ୍କୁ ଜଣାଇ ।ଖୋଳ କରତାଳ ଦେଲେ ପୁତ୍ରସ୍ନେହ ବହି ॥
ତହୁଁ ଆସି ତୁମ୍ଭେମାନେ ରାସବିଧି କଲ ।ଶୁଣିବାକୁ ଆଣିଲୁ ଯେ ନଗ୍ର ଏ କୁଣ୍ଡଳ ॥
ପଞ୍ଚସଖା ୟେକ ସଖା ନ ଜାଣୁ ଏ ରସ ।ଶୂନ୍ୟ ରାହାସରେ ଆମ୍ଭ ବଳିଲା ମୁହାଁସ ॥
ବୃନ୍ଦାରାସ ଶୂନ୍ୟରାସ ଦୁଇଙ୍କୁ ସାଧିଲ ।ଗୋପାଳ ସୁତ ଯେ ତୁମ୍ଭେ କଥା ରୁହାଇଲ ॥
ଗୋପାଳ କୁଳରେ ଖୋଳ କର୍ତ୍ତାଳ ଯେ ଧରେ ।ତୁମ୍ଭଙ୍କୁ ଦକ୍ଷିଣା ତେବେ ବରଷ ଦିନରେ ॥
ତୁମ୍ଭଙ୍କୁ ନ ପୁଜି ଯେହୁ ରାହାସ କରିବ ।ଅନ୍ୟ ଯେ ରାହାସଦାସ ତାହାକୁ ଗଣିବ ॥
ନିତ୍ୟ ରାହାସେ ତୁମ୍ଭଙ୍କୁ ହୋଇଛି ପ୍ରାପତ ।ନିତ୍ୟସ୍ଥଳେ ତୁମ୍ଭମାନେ ହୋଇଅଛ ଜାତ ॥
ଏଣୁକରି ଗୋପାଳ ଯେ କୂଳକୁ ଉଦ୍ଧାର ।ତୁମ୍ଭ ଶିଷ୍ୟଗଣ ମିଶି ହୋଇବନିସ୍ତାର ॥
ତିନି ମୂର୍ତ୍ତି ନୀଳାଚଳେ ଜଗନ୍ନାଥ ଦାସ ।ବୃନ୍ଦାରାସ କୁଞ୍ଜବନେ ନନ୍ଦ ଗୋପଶିଷ୍ୟ ॥
ଶୂନ୍ୟରାସ ଜ୍ୟୋତିମୂର୍ତ୍ତି ତ୍ରିକୁଟର ପରେ ।ଏହୁ ତିନି ମୂର୍ତ୍ତି ପୁଣ ବଖାଣ ସଂସାରେ ॥
ତୁମ୍ଭ ଅଂଶ ଥୋକେ ଜନ ବାଦ ଯେ ଧରିବେ ।ଧୂମ ମଦିରାରେ ଥୋକେ ତୁମର ମାତିବେ ॥
ଗଞ୍ଜା ଆପୁ ଖାଇବେ ଯେ ମିଛରେ ମମତ ।ଦୁଖ କଷ୍ଟ ନିରନ୍ତରେ ହେଉଥିବେ ଜାତ ॥
ପଞ୍ଚସଖା ଅନ୍ତେ ଥୋକେ ହେବେ ସନ୍ଥ ପୁଣ ।ଥୋକେ ପୁତ୍ର ହୋଇବେ ସେ ଦୁଷ୍ଟ ମୂଢ଼ ଜନ ॥
ଗୋପାଳ କୁଳକୁ ପୁଣ ଦଗଧ କରିବେ ।ଘୃତ ଦୁଗ୍ଧ ଭୋଗକରି ଦେହ ବଢ଼ାଇବେ ॥
ଦ୍ୱନ୍ଦ ଛନ୍ଦ କରି ଧନ ଦେବେ କୁଟୁମ୍ୱରେ ।ସାଧୁସେବା ନ କରି ଦରିଦ୍ର ହେବେ ନରେ ॥
ମୁଁ କାର ପଣରେ ବଡ଼ ହେଇବେ ଗୋସାଇଁ ।କଉଡ଼ି ଲୋଭରେ ସେ ଯେ ବୁଲୁଥିବେ ମହୀ ॥
ଅଚ୍ୟୁତ ଅଂଶରେ ଆମ୍ଭ ତିନି ପୀଢ଼ଠାରେ ।କିଛି ବୁଝାମଣା ଥିବ ଗନ୍ଧର୍ବ ହୃଦରେ ॥
ବେନି ଅଂଶେ ଅଂଶେକ ଯେ ଗୁପତ ହୋଇବ ।ଅଂଶକର ଅଂଶମାନେ ଗୁଡ଼ିୟେ ବଢ଼ିବ ॥
ରାମଚନ୍ଦ୍ରଠାରେ ଥିବ କିଛି ସୁବିଚାର ।ଅବିବେକ ପୁତ୍ର ଯେ ଜନ୍ମିବେ ସେ ବୀର୍ଯ୍ୟର ॥
ଘୃତ ଦୁଗ୍ଧ ଖାଇ ବଡ଼ପଣେ ଥିବେ ମାତି ।ତୁରଙ୍ଗଯାନ ଗମନେ ବଳିଥିବ ମତି ॥
ଦ୍ୱନ୍ଦବାଦ କରିଣ ଅଚ୍ୟୁତ ଗଣଠାରେ ।କଉଡ଼ି ଭାବରେ ସେ ଯେ ବୁଲିବେ ସଂସାରେ ॥
ବନ୍ଧା ଛନ୍ଦା ମାରଧର କରିବେ ସଂସାର ।ନିଜ ଗଣମାନଙ୍କୁ ସେ କରିଦେବେ ଦୂର ॥
ମିଛୁଆ ମାହାନ୍ତି ମୂଢ଼ ଗଉଡ଼ ସଙ୍ଗର ।ବୁଲୁଥିବେ ଦେଶେ ଦେଶେ ଯେହ୍ନେ ଖଣ୍ଟଚୋର ॥
ଗୁରୁଶିଷ୍ୟମାନନା ନୋହିବ ତେତେବେଳେ ।କିଛିଦିନ ଦେଶରେ ଭ୍ରମିବେ ନିଜ ସ୍ଥଳେ ॥
ବହୁତ ଅଂଶର ଆମ୍ଭ ବାଜିବ ଯେ ଗୋଳ ।ଏକ ବୀର୍ଯ୍ୟ ଥିଲେ ସିନା ନୁହନ୍ତା ଯେ ଖଳ ॥
ବହୁ ବୀର୍ଯ୍ୟ ସଂସାରେ ବହୁତ ଗୋଳ ହୋଇ ।ବହୁ ଭାଗ୍ୟେ ଏକବୀର୍ଯ୍ୟ ବଂଶ ଚିର ହୋଇ ॥
ଶ୍ରୀକୃଷ୍ଣ କରୁଣା ଯେଣୁ ହୋଇଲା ମୋହର ।ବ୍ରଜ ଗଦାଧର ପୁତ୍ର ହେବ ଏକ ମୋର ॥
ମୁକୁନ୍ଦ ତାହାର ବୀର୍ଯ୍ୟେ ଜନମ ହୋଇବ ।କିଛିପାପୁଁ ସେଠାବରୁ ବେନି ଅଂଶ ହେବ ॥
ସେ ଠାବରୁ ବହୁ ପୁତ୍ର ପାପ ତରାସିବ ।ଦାସୀଅଙ୍ଗ ଛୁଇଁବାରୁ ବୀର୍ଯ୍ୟହୀନ ହେବ ॥
କଳିକାଳେ ଧାରଣ ନୋହିବ ସନ୍ଥ ପୁତ୍ର ।ନିରନ୍ତରେ ସୁଖଭୋଗେ ମାତିଥିବ ଚିତ୍ତ ॥
ରାମଚନ୍ଦ୍ର ବୀର୍ଯ୍ୟେ ପୁତ୍ର ଗୋଳକୁଣ୍ଡା ହୋଇ ।ଖଳବଳ ଲାଗିଥିବ ନିଶ୍ଚଳ ନୁହଇ ॥
ବ୍ରହ୍ମ କ୍ଷତ୍ରୀ ବଶ୍ୟ ଶୁଦ୍ର ଗୋପାଳ ଯେ ପାଟ ।ପାଞ୍ଚ ଜାତି ସେ ପୁଣ ସଂସାରେ ହେବ ଶ୍ରେଷ୍ଠ ॥
ଏଣୁ କରି ଦାସୀ ଅଙ୍ଗ ଶୂଦ୍ର ନ ଛୁଇଁବ ।ଛୁଇଁଲେଣ ବଡ଼ ଦୋଷ କୁଳ ନଷ୍ଟ ହେବ ॥
ରାଜେନ୍ଦ୍ର ଯୋଗେନ୍ଦ୍ର ବିଧି ଏମନ୍ତ ଅଟଇ ।ଷଡ଼ଅଙ୍ଗ ରାଜେନ୍ଦ୍ର ଯୋଗେନ୍ଦ୍ର ଯତି କହି ॥
ଶତମୁଖ ଦକ୍ଷିଣ ରାଜାର ହୋଏ ପ୍ରଜା ।ଯତି ଅଙ୍ଗ ଧଇଲେ ଯୋଗୀନ୍ଦ୍ର ପାଏ ପୂଜା ॥
ସର୍ବଜୀବେ ହରିମୟ ଦେଖଇ ଯେମନ୍ତ ।ତେବେ ସିନା ସଂସାରରେ ବୋଲନ୍ତି ମହତ ॥
ନରଅଂଶ କେଭେ ୟେଣୁ ନ ମଣନ୍ତି ସନ୍ଥ ।ଉତ୍ତମ ଆରମ୍ଭ ଭୋଗେ ନ ବଳଇ ଚିତ୍ତ ॥
ନରକନ୍ଧେ ଚଢ଼ିଲେ ଯେ ରାମ ନାମ ଜପ ।ନିଷ୍ଫଳ ହୁଅଇ ତାଙ୍କ ଭଜନ ପ୍ରତାପ ॥
ଗଜ କନ୍ଧେ ଚଢ଼ିଲେ ଯେ କୃଷ୍ଣର ଭଜନ ।ବୀଜ ନାଶ ହୁଅଇ ଚଢ଼ିଲେ ତିନିଯାନ ॥
ଏଣୁ କରି ଘୋଡ଼ା ହାତୀ ନରେ ନ ଚଢ଼ିବ ।ରାଜସ ତାମସ ଭକ୍ତି ତାହାକୁ ଲେଖିବ ॥
ମଲେଣ ସେ ନରଲୋକେ ଆତଯାତ ହୋଇ ।ରାଜୁତ ସାଧୁତ ଘରେ ଜନମ ସେ ପାଇ ॥
ବୈଷ୍ଣବ ଚରଣ ରେଣୁ ଧାମ କ୍ଷେତ୍ରମାନ ।ଏମାନଙ୍କେ ସେହୁ ପୁଣ ନ ହ୍ୱନ୍ତି ଜନମ ॥
ଗୋଲୋକ ଆୟୁଧ ଘେନି ଭିକ୍ଷା ମାଗୁଥିବ ।କୀର୍ତ୍ତନ ମୁଖରେ କରି ସଂସାର ତରିବ ॥
ନାସିକା ପଥରେ ଗମି ନାମରେ ମିଶିବ ।ଅଦୃଷ୍ଟିରେ ନାମ ଧ୍ୟାୟି ଭୂମଧ୍ୟେ ଜାଗିବ ॥
ନାମରେ ଯେ ବର୍ଣ୍ଣ ଚିହ୍ନସୂର୍ଯ୍ୟର ପରାୟେ ।ଭାଗବତ ଗୀତାରେ ଏ ପ୍ରମାଣଟି ହୋଏ ॥
ହୁତାଶନ ପ୍ରାୟେ ଜ୍ୟୋତି ଅଟଇ ଯେ ପୁଣ ।ଶ୍ରୀ ଏକାଦଶେଣ ଏହୁ ଅଟଇ ପ୍ରମାଣ ॥
ଜନମଧ୍ୟେ ଜ୍ୟୋତିରେ ଜନ୍ମିଲେ ନାମ ଜାଣି ।ବେଦର ମଧ୍ୟରେ ସାର ଅଟେ ଏହୁ ପୁଣି ॥
ଆପସୌର ମୃତ୍ତ ବ୍ରହ୍ମ ଭୁବ ଭୁରୁ ସ୍ଥାନ ।ଗାୟତ୍ରୀ ମନ୍ତ୍ରରେ ବିପ୍ରେ କରନ୍ତି ଯେ ଧ୍ୟାନ ॥
ଏଣୁ ତୁମ୍ଭେ ନାମ ଯେ କୀର୍ତ୍ତନ କରୁଥିବ ।ଆପଣେ ତରିବ ପରେ ନିସ୍ତାର କରିବ ॥
ଅଚ୍ୟୁତ ଗଣର ମୋର ଅଟ ବାର ଦାସ ।