ଗର୍ଭପାତ**
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୮୧
- ସ୍ଥିତି
- ସାର୍ବଜନୀନ (Public domain)
କେତେ ଜନ୍ମ ଜନ୍ମାନ୍ତରେ କରିଥିଲି ତପପୂଜିଥିଲି ବାଲୁକା-ଶଙ୍କରେଜୀବନର ଯାତ୍ରାପଥେ ଦେଇନାଇଁ କେବେଚରଣ ମୁଁ କଳୁଷ-ପଙ୍କରେ ।ଶୁଖାଇ ତନୁରେ ଶତ ବ୍ରତ-ଉପବାସେକି କାମନା କରିଲି ଜାଗ୍ରତଆଖିରେ ନ ଦେଖି ତୋତେ ଧରିଲି ରେ ଧନପ୍ରାଣ ମୋର ହୁଏ କଣ୍ଠାଗ୍ରତ ।ନିମିଷୁ ନିମିଷେ ପୁଣି ଦିବସୁ ଦିବସେକଲା ସ୍ୱପ୍ନ ଅନ୍ଧ ଏ ନୟନେନ ଜାଣି କରିଚି କେତେ ବାହୁ ବିସ୍ଫାରିତକୋଳ କରି ଜାକିବାକୁ ଧନେ !ନୀତି ଆଜି ଓଲଟିଛି, ଯୁକ୍ତି ପରାହତମୁକ୍ତି ଆଜି ତେଜିବାରେ ତୋତେସ୍ନେହ ପ୍ରୀତି ସୋହାଗର ସମାଧି ଗହ୍ୱରେମାନବାତ୍ମା ଗତିକରେ ସତେ !ଶୁଣିଚି ତର୍ପଣେ କେତେ ମନ୍ତ୍ର ହୁଏ ପଢ଼ା -ଯେ ଆସିଚି, ଯେ ବା ଆସିନାହିଁ,ଗର୍ଭେ ଥାଇ ଫେରିଚି ଯେ ଅତୃପ୍ତ ଆତ୍ମାରେପିଣ୍ଡୋଦକ ତାରେ ଦେବାପାଇଁ ।ଭୂତ ପ୍ରେତ, ଚରାଚର ସହସ୍ର ଆତ୍ମାରେଡାକି ଯହିଁ ଚଳଇ ତର୍ପଣକ୍ଷୁଧାର୍ତ୍ତ ଦେଶରେ ଧନ, ଜନନୀ ହୋଇ ମୁଁସେ ଉଦ୍ଦେଶ୍ୟେ କରୁଚି ଅର୍ପଣ ।ପୁତ୍ର ଅବା କନ୍ୟା ତୁହି, ଦେବତାର ବରଘେନି ଶିରେ ଆସିଥିଲୁ ଧନଆଜି ତୋର ଆଗମନ ନିଷିଦ୍ଧ ଏ ଦେଶେ,ବଦଳିଛି ଆଇନ ବିଧାନ ।ଡାକି ଦଶଦିଗପାଳେ, ଧର୍ମେ ରଖି ସାକ୍ଷୀବିଦାୟ ମୁଁ ଦେଉଚି ତୋ’ ମାତ,ପାପ ଯାହା ଅତୀତରେ ପୁଣ୍ୟ ପାଲଟିଛି,ତେଣୁ ଆଜି କଲି ଗର୍ଭପାତ ![ଜାନୁଆରୀ-୧୯୫୯]ଜଣାଣକାହିଁ ଅଛ ତୁମେ ଭଗବାନ, ଶୁଣ ଶୁଣ,ତୁମକୁ ଏ ମୋର ‘ନିଆଁଖୁଣ୍ଟା’ର ରାଣଚାକିରି ନ ପାଇ ଏଇ ଯେ ଶୁଭଇ ପାଟି,ଚାକିରି ଜୁଟେଇ କରିଦିଅ ସମାଧାନ !ବହୁଦିନ ହେଲା ଯେମାନେ ବିଲରେ ଖଟିମାଟି ତୁଲେ ମିଶି ହୋଇଥିଲେ ଖାଲି ମାଟିବାହୁରେ, ଛାତିରେ, ପାଦେ ଅରଜିଲେ ବଳକିରାଣି ପାଇଁକି ଶୁଭେ ଖାଲି ଏବେ ପାଟି ।ଭଗବାନ, ତୁମ ନାମେ ମୁଁ ଶିରିଣି ଦେବି,ସକଳେ ସମାନ ସୁବିଧା ଦେବାକୁ ଭାବି,ସରକାରର ଏ ଦପ୍ତରଖାନା ଭରିଉଦ୍ଧାର କର ଯେତେ ଏ ଚାକିରି-ଲୋଭୀ ।ଭଗବାନ, ତୁମେ ଜାଣିଚ ସବୁରି କଥାପାଠଶାଠ ପଢ଼ି ନ ଥିଲେ ଏମାନେ ବୃଥା,ନଥିଲେ ଚଉକି ଟେବୁଲ ପାଖରେ ବସିସେଥିପାଇଁ ଆଜି ବାଟେ ଘାଟେ ସେଇ କଥା ।ଆହେ ଭଗବାନ, ତୁମକୁ ଜୁହାର କରେଟେବୁଲ ଚଉକି ଅଛି ଯେ ଅଫିସ୍ ଘରେସେ ଘର ସାହାଣମେଲା କରିଦିଅ ଆଜିଦଶଟାରୁ ଯାଇ ଫେରିବେ ଚାରିଟାବେଳେ ।ଅଶୋକ-ବାହିନୀ ତୁଲେ ଯେ ଲଢ଼ିଲେ ରଣେଖୋଜିବେ ଆଜି ସେ ବିରାଟ ଚାକିରି-ବଣେ-‘ଡିସ୍ପେପ୍ସିଆ’ ପରମ ଶକ୍ତିଶାଳୀବଳ କସାକସି କରିବେଟି ସେଇ ଥାନେ ।କଥାଏ କହିବି କରୁଣାସାଗର ହରି !ଦେଶରେ ’ଛନ୍ତି ଥୋକାଏ ନାରଦ ପରିଆପଣେ ସାଜିବା ପାଇଁ ଅତି ବଳବାନଏ ଦଳୁ ଦେବେ ସେ ଥୋକାଏ କିରାଣି କରି ।ଭଗବାନ, ତୁମେ ଏତିକି ଦିଅ ତ ଖଞ୍ଜି -ପାଦେ ଚଟି ଦି’ଟା, ହାତରେ ଫାଇଲି ପାଞ୍ଜିଘର ଅଫିସକୁ ଅଫିସରୁ ଘରଯାଏଁବୁଣାହେବ ଖାଲି ଦେଶରେ ବିବାଦ-ମଞ୍ଜି ।ଦୋହାଇ ତୁମକୁ, ଭଗବାନ ଦୟାନିଧିଚାକିରି ବିତରି ତୋଟିକି ଦିଅ ହେ ରୋଧିଘୁଷ୍ ଦେଇ ଦେଇ ଥିଲେ ଯେ ବାହାରେ ରହିସେଇ ଘୁଷ୍ ପାଇଁ ଆଜି ସେଇ ପ୍ରତିବାଦୀ ।ଭଗବାନ ! ତୁମେ ମରୁନ ଲାଜରେ ସଡ଼ି !ତୁମରି ରାଇଜେ ବିରି ହେଲା ବରାଗୁଡ଼ି !!ବୀରଯାକ ହେବେ କିରାଣିଖାନାର ଜୀବ,ମରଦେ ଖୋଜିବେ ଏଣିକି ଶାଢ଼ୀ ଓ ଚୂଡ଼ି !!!
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ