ପରକୁ କରିଲା କେତେ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୭
- ସ୍ଥିତି
- ସାର୍ବଜନୀନ (Public domain)
ଆପଣାର, ଜଗି ଧରମରେବାକି ରଖି ନାଇଁ କେବେରଇତ ସେ, ଶୁଝିବା ଧନରେ ।କି ଭଳି ଶୁଝିବ ତାରଗଲା ସାଲ ସଞ୍ଜା ଧାନ, ଭାବିବସିଗଲା ବାଲା ସ୍ୱାଇଁ,ବେଶୀ ହେଲା ବୟସର ଦାବି ।ଶେଷରେ ରହିଲା ପଡ଼ି,ଜାଣିଲା ସେ ଆଖର ତା’ କାଳ,ଏ ଜନମେ ନ ଶୁଝିଲେଆର ଜନ୍ମେ ହେବ ସିନା ଭାର !ପୁଅରେ କହିଲା ଡାକିବାଲା ସ୍ୱାଇଁ ଅତି କ୍ଷୀଣ କଣ୍ଠେ -ଶୁଝି ନ ଆସିଲେ ଧାନପିଣ୍ଡୁ ପ୍ରାଣ ଯିବ ବଡ଼ କଷ୍ଟେ ।ପୁଅ ଆସି କାନେ କହେ -ବାପା, ଆଜି ଶୁଝିଦେଲି ଧାନମୁଦି ନେତ୍ର କି ଶାନ୍ତିରେବାଲା ସ୍ୱାଇଁ ଛାଡ଼ିଲା ତା ପ୍ରାଣ !ଗାଆଁମୁଣ୍ଡ ତାଳକୁଞ୍ଜେବାଲା ସ୍ୱାଇଁ ନିଆଁ ଉଠେ ଜଳିଉର୍ଦ୍ଧ୍ୱେ ଉଠେ ବୁଲି ବୁଲିକି ଅନିତ୍ୟ ସେ ଧୂମକୁଣ୍ଡଳୀ !ତଳେ ଦି’ଚାରିଟି ପ୍ରାଣୀ,ଉର୍ଦ୍ଧ୍ୱେ କାକ ଡାକଦେଲା ‘କାଆ’ସଭ୍ୟତାର ବହୁ ଦୂରେଅଛି ସେହି ବାଲା ସ୍ୱାଇଁ ଗାଆଁ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର