ଏକାକାର
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୦
- ସ୍ଥିତି
- ସାର୍ବଜନୀନ (Public domain)
ନରନାରୀ, ଗୃହୀ, ବୌରାଗୀ, ଶୂଦ୍ର, ବ୍ରାହ୍ମଣଭେଦଘୁଞ୍ଚା ଘୁଞ୍ଚା ମୋର କବିତା ! ତୁଟୁ ଭ୍ରାନ୍ତି−ବିଚ୍ଛେଦ ।ସକଳେ ଶିଖନ୍ତୁ ମହାନ ଶିକ୍ଷା ଧର୍ମ ଉଦାର-ଘଟେ ଘଟେ ଆତ୍ମା ପ୍ରକାଶ ସାରା ବିଶ୍ୱସଂସାର ।ବାଲୁକା ରେଣୁରୁ ବିଶାଳକାୟ ଜ୍ୟୋତିଷ୍କ ଯାଏତୃଣ−କୀଟ−ବ୍ରହ୍ମ−ଚଣ୍ଡାଳ−ଜଡ଼−ପରାଣ−କାୟେ ।ଗିରି−ବନ−ନଦୀ−ସାଗର−ଚନ୍ଦ୍ର−ତାରା−ସବିତା,ଜଳେ, ସ୍ଥଳେ, ପ୍ରାଣେ, ଆକାଶେ ସେହି ଏକ ଦେବତା ।ସେହି ଏକ କଥା ନାନାଦି ଋଷି ନାନା ବଚନେପ୍ରକାଶି ଅଛନ୍ତି ନାନାଦି ଯୁଗେ ବିଶ୍ୱ ଭୁବନେ ।ଜଡ଼, ଉଦ୍ଭିଦ ବା ପରାଣୀ କୀଟ ପଶୁ ବିହଙ୍ଗଶିଶୁ, ବୃଦ୍ଧ, ଯୁବା, ଯୁବତୀ−ବିଶ୍ୱ ସେ ବ୍ରହ୍ମ−ଅଙ୍ଗ ।ସେହି ଏକ ଆତ୍ମା ମାନସ−ଜଡ଼େ ଦେଦୀପ୍ୟମାନ,ବିଭିନ୍ନ ଦେଖେ ଯେ, ଜଣେ ମୁଁ, ସେ ଯେ ମାୟାମଗନ,ଭାଇ−ଭାଇ, ଭାଇ−ଭଗିନୀ ଆତ୍ମା−ଆତ୍ମାର ଭେଦମିଥ୍ୟା ଭେଦବୁଦ୍ଧି କିଲାଗି ଘୃଣା ସ୍ପର୍ଶ ନିଷେଧ ?ଚରମେ ସେ ସପ୍ତବିତସ୍ତି ସର୍ବେ ଲୋଡ଼ିବେ ଭାଇଉଚ୍ଚ, ନୀଚ, ଧନୀ, ଦରିଦ୍ର ରକ୍ତେ ପ୍ରଭେଦ ନାହିଁ ।ଏକ ପରାତ୍ମାରୁ ଜୀବାତ୍ମା ସ୍ଫୁରି ବହୁ ପ୍ରକାରେଲୀଳା କରି ଶେଷେ ମିଶିବେ ସେହି ଏକ ଆତ୍ମାରେ ।ସୃଷ୍ଟି, ସ୍ଥିତି, ଲୟ ତାଙ୍କର ଲୀଳା ବିଶ୍ୱବ୍ରହ୍ମାଣ୍ଡେବହୁ ରୂପେ ବ୍ରହ୍ମ ଚାଲନ୍ତି ଆହା ଏ ବିଶ୍ୱଦାଣ୍ଡେ !ମୋହ ଆବରଣ ଫେଡ଼ିଣ ଆରେ ମୋ ଭ୍ରାନ୍ତ ମନକର କର ବିଶ୍ୱବ୍ରହ୍ମାଣ୍ଡେ ଏକ ଆତ୍ମା ଦର୍ଶନ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ