ଆଦର୍ଶ ଗୀତ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୧
- ସ୍ଥିତି
- ସାର୍ବଜନୀନ (Public domain)
କି ଗୀତ ଗାଇଲେ ମୋର ଧନ୍ୟ ହେବ ପ୍ରାଣକି ଗୀତ ଗାଇଲେ ମୃତେ ଦେବି ଜୀବ ଦାନ,କି ଗୀତ ଗାଇଲେ ନିଜେ ପ୍ରାଣ ପାଇବଇଁ,ସେହି ଗୀତ ପାଇଁ ମୋର ହୃଦ ହୁଏ ଦହି ।ସେହି ଗୀତ ଗାଇଲେ ଆଉ ନ ଗାଇବି ଗୀତ,ସେ ଗୀତ ଗାଇଲେ ହେବ ଚିରତୃପ୍ତ ଚିତ୍ତ,ସେ ଗୀତ କୋକିଳ−କଣ୍ଠେ ନବୀନ ବସନ୍ତେ,ଅସ୍ତମାନ ଭାନୁ ଗାଏ ନିତ୍ୟ ଦିବା−ଅନ୍ତେ,ସେ ଗୀତ ଗାଆନ୍ତି ସଦା−ଋତୁ−ପରମ୍ପରା,ଘୁମନ୍ତି ସେ ଗୀତ ଗାଇ ସସାଗରା ଧରା ।ସେ ଗୀତ ପ୍ରକୃତି ଗାଇ ହୁଏ କୃତକାମ,ସେ ଗୀତେ ମୁମୁକ୍ଷୁ ପାନ୍ତି ଚିର ମୋକ୍ଷ−ଧାମ,ସେ ଗୀତ ନ ପାଇ ସଦା ବ୍ୟାକୁଳ ମୋ ମନ,ହେବ କି ସେ ଗୀତେ ଧନ୍ୟ ମୋ କବି ଜୀବନ ?
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ