ଦ୍ୱିତୀୟ ଭାଷା
୧୮୪୮–୧୯୧୮
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୫
- ସ୍ଥିତି
- ସାର୍ବଜନୀନ (Public domain)
ଅନାଦି ଅନନ୍ତ ଅକ୍ଷୟ ଭାନୁଅହିରୂପୀ ଅନ୍ତର୍ଯ୍ୟାମୀ ଅତନୁଆପଣଙ୍କର କରନ୍ତୁ ମଙ୍ଗଳଅନବରତରେ ସେ ନନ୍ଦବାଳଆଦିମାତ ପୁଣିଅବିଦ୍ୟା ବିନାଶ କରନ୍ତୁ ବାଣୀଅବଳାସ୍ନେହ ଅତି ଶୋଭାବନ୍ତଅନଭିମାନୀ ଆବର ଧୀମନ୍ତଅପରିଚିତ ଜନ ପ୍ରୀତି କରଅତି ସଙ୍ଗୀ ଆଉ ପ୍ରିୟଜନରଅଟ ଯେ ଆନନ୍ଦଆଉ ଏଣିକି ନ ଦେଲ ସମ୍ବାଦ
୧
ଅଇଲା ଦିନରୁ ତୁମ୍ଭଙ୍କୁ ଛାଡ଼ିଅବିରତେ ଚିତ୍ତ ହେଉଛି ଘାରିପରକ୍ଷିତଜନ ଅମୂଲଧନପାଳ ହଳାଇଲେ ହୁଏ ଯେସନସେହିପରି ମୁହିଁଅହର୍ନିଶି ଭାଳୁ ଅଛଇଁ
୨
ଅନ୍ତର କଲାଣି ମନରୁ ଏବେଅବଶ୍ୟ ମୁଁ ଜାଣୁଅଛଇ ଭାବେଆସନ୍ତୁ ଅନ୍ୟ ସଙ୍ଗଠାରୁ ଲେଖାଆଗ ହୋଇଥିଲା ଯେ ତୁମ୍ଭ ସଖାଅବଜ୍ଞା ତାଠାରେଆଦାନ କରିଛ ଅବିଚାରରେ
୩
ଅନୁକ୍ଷଣ ତୁମ୍ଭ ପାଶରେ ଜାଣଆଳାପ ଯେପରି ହୁଏ ସୁଜାଣସେହିପରି ଏକା ତୁମ୍ଭ ସଙ୍ଗତେଆରମ୍ଭିଛ ବସି ହରଷ ଚିତ୍ତେଅତି ଗୁପ୍ତବାଣୀଆନ ନୁହଇଟି ଏଥିରୁ ପୁରି
୪
ଅବିରତେ ଏହି ବିଷୟେ ଧ୍ୟାନଆହା ନ ଦେଖିଲି ତାହାଙ୍କସ୍ଥାନଆବଦ୍ଧ ଜଞ୍ଜାଳଜାଲରେ ମୁହିଁଅଯନ୍ତରେ ହୋଇଥିବାରୁ ସ୍ନେହିଅନୁଗ୍ରହ କରିଆଦିମାତଙ୍କୁ କରିବ ଗୁହାରି
୫
ଅନେକ କରି କହିଥିଲ ମୁହିଁଅବଳାଟିଏ ଆମ୍ଭ ଭ୍ରାତାପାଇଁଅବହେଳା କଲ ସେହି କାର୍ଯ୍ୟରେକକେଇଙ୍କୁ ନ କହିଲକି ଘରେଆଜିଯାଏ କାର୍ଯ୍ୟଜାଣିବା କିପାଁଇ ନୋହିଲା ଆର୍ଯ୍ୟ
୬
ଅତିସ୍ନେହ ସେହି ବିଷୟେ ମୋରଅଛଇଁ ଜାଣିବ ଆହେ ସୁଧୀରଆପଣମାନଙ୍କୁ ସଦା ଦର୍ଶନ