ଧୂମକେତୁ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୪
- ସ୍ଥିତି
- ସାର୍ବଜନୀନ (Public domain)
ଦିବ୍ୟ ଜ୍ୟୋତିଧାମେ ରହି କିପାଁ ଧୂମକେତୁହେଉ ଏଡ଼େ ବିଷଦିଗ୍ଧ ଅମଙ୍ଗଳ ହେତୁ ।ଭୀଷଣ କରଣୀ ତୋର ଭୀଷଣ ଆକାର,ପ୍ରତେ ହୁଏ ତୁହି ଭୀମ- ବିପଦ ବିକାର ।ତୋ ଦର୍ଶନେ ହୁଏ ମନେ ଏ ଭାବ ଉଦୟ,ଯୋଗୀ ନଭ-ଭାଲେ କି ତୁ ଶିଖା ଜ୍ୟୋତିର୍ମୟ ।ଅବା ଆକାଶ-ପ୍ରାଙ୍ଗଣ ମାର୍ଜନା କାରଣ,ସୁବର୍ଣ୍ଣ ମାର୍ଜନୀ ଛନ୍ତି ଥୋଇ ତାରାଗଣ ।ଅଥବା ନିକଷେ କଷା ବିଶୁଦ୍ଧ କାଞ୍ଚନ,କିମ୍ବା ସିନ୍ଧୁଗର୍ଭେ ଜ୍ୱଳେ ବାଡ଼ବ-ଦହନ ।କିଅବା ତ୍ରିନେତ୍ର ନେତ୍ରୁ କ୍ରୋଧାନଳ ରେଖା,ବହିର୍ଗତ ହେଲା ପ୍ରାଏ ଯାଉ ତୁହି ଦେଖା ।ଦୁର୍ଭିକ୍ଷ ମଡ଼କ ତୋର ଅନୁଚରଦ୍ୱୟ,ପ୍ରଦର୍ଶନ୍ତି ତୋ ଆଦେଶ କ୍ରୁର ଅଭିନୟ ।ଶାନ୍ତିମୟ ସ୍ୱର୍ଗେ ପରା ନାହିଁ ହିଂସାଦ୍ୱେଷ,ତୁ ତ ସ୍ୱାର୍ଗବାସୀ, କିପାଁ ଅର୍ପୁ ନରେ କ୍ଳେଶ ।ବୁଝିଲି ବୁଝିଲି ତୁହି ନିୟତିର ଗଦା,ପାପେ ଭରା ଦେଖି ଧରା କରିଦେଉ ପଦା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ