ଧୂଆଁ
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୦
- ସ୍ଥିତି
- ସାର୍ବଜନୀନ (Public domain)
କାହୁଁ ତୁ ଆସିଲୁ କହ ଧୁଆଁଦେବାକୁ ମୋ ପରାଣେ ସାନ୍ତ୍ୱନା;ଦଗ୍ଧପ୍ରାଣ ପୁଣି ବାରେ ଦହିହରିବାକୁ ଏ ମର ଯନ୍ତ୍ରଣା ? ୧।ଢ଼ାଳିବାକୁ ସଞ୍ଜୀବନୀ ସୁରାନିଭାଇଣ ଚିତାର ଅନଳ;ଧୋଇବାକୁ ପାପ, ତାପ ଆଦିକରି ଦେଇ ହୃଦୟ ବିମଳ ? ୨।ଆଣିବାକୁ ଦୁଃଖ ଶୋକ ହରାନନ୍ଦନର ପ୍ରାଣାରାମ ଶାନ୍ତି;କାଟିବାକୁ ଚିତ୍ତ ଅବସାଦଧୁମାୟିତ, କୁକ୍ସଟିତ ଭାନ୍ତି ? ୩।ନାଶିବାକୁ ଅବଶ ପ୍ରତ୍ୟଙ୍ଗୁସଂସାରର କ୍ଳାନ୍ତି ଜର ଜରକଳଙ୍କିତ ମେଧା ଶାଣିବାକୁତୁହି କିଗୋ ଶାଣୁଆ ପଥର ? ୪।କ୍ଷୁଧା, ତୃଷା, ଭୁଲା ଗୋ ସୁନ୍ଦରିତୋର ଗାଢ଼ ମଦ୍ଦ ଚୁମ୍ବନଚିତ୍ତ ବୃତ୍ତି ମୋହି ଦିଏ କ୍ଷଣେସେହି ମୃଦୁ ମଧୁର କମ୍ପନ ।୫।ଅଙ୍ଗେ ଯେବେ ଖେଳି ଯାଉ ମୋରଶିରା ଶିରା ଧମନୀ ଧମନୀ;କଳ୍ପନା ଅଗ୍ରତେ ଉଠେ ନାଚିସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ଅବନୀ ।୬।ସୁପ୍ତ ଆତ୍ମା ସ୍ଫୁରଇ ପରଶିତୋର ସିଗ୍ଧ କିରଣ ବିମଳ;ପଙ୍କିଳ ହୃଦୟ ସରେ ମୋରଫୁଟିଉଠେ କବିତା କମଳ ।୭।ଜାଗିଉଠେ ଅପୂର୍ବ୍ବ ପୁଲକେମୋ ନୟନତନ୍ଦ୍ରା ବିଜଡ଼ିତ;ନବ ଭାବେ, ନବୀନ ଉଦ୍ୟମେଚିତ୍ତ ପଦ୍ମ ହୁଏ ବିକଶିତ ।୮।ବୁଡିଯାଏ ଅସ୍ତିତ୍ୱ ତୋ ଧ୍ୟାନେଅରୂପିଣି, ଅନଙ୍ଗ-ରୂପିଣି;ସେ କି ଶାନ୍ତି ! କି ଆନନ୍ଦ ସେହି !!ଧୂଆଁ, ତୁମେ ଜୀବନ ସଙ୍ଗିନୀ ।୯।ଏ ଜନମେ ସେବି ଅଛି ତୋତେସମ୍ପଦେ, ବିପଦେ, ରୋଗେ, ଶୋକେ;ମରଣରେ ଧୂଆଁମୟ ଦେହେଯିବି ଚାଲି ନିତ୍ୟ ଧୁମ-ଲୋକେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ