ଧର୍ମର ଜୟ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୮
- ସ୍ଥିତି
- ସାର୍ବଜନୀନ (Public domain)
ଏ ଜଗତ ପାପପୂର୍ଣ୍ଣ କାହିଁ ଏଥି ପୁଣ୍ୟ ଶାନ୍ତିକୁଟିଳ ଲମ୍ପଟେ ପୂର୍ଣ୍ଣ ଧରା,‘ସ୍ୱାର୍ଥ’ ‘ସ୍ୱାର୍ଥ’ ହୁରି ଛାଡ଼ି ଧାଆନ୍ତି ରେ ନରନାରୀରାକ୍ଷସ−ରାକ୍ଷସୀ−ମୂର୍ତ୍ତି ପରା !‘ଉଦର’ ‘ଉଦର’ ହୋଳ ଅତୃପ୍ତ କାମନା−ମୁଢ଼ଛିନ୍ନ କରେ ଭ୍ରାତୃ−କଣ୍ଠ ଭାଇ,ବିଳାସ−ସ୍ରୋତରେ ଭାସି ମୁମୂର୍ଷୁ ସୋଦର ମୁଖୁଁଝିଙ୍କି ନିଏ ଅନ୍ନ ହାଇ ହାଇ !ତଥାପି ଏହାରି ମଧ୍ୟେ ଆହେ ପ୍ରଭୁ ପୁଣ୍ୟମୟକେଉଁ ସ୍ଥାନେ ଲୁଚିଅଛ ରହିକି ପ୍ରବଳ ପୁଣ୍ୟ−ସ୍ରୋତେ ମାନବର ପାପମଳମୁହୂର୍ତ୍ତକେ ଯାଏ କାହିଁ ବହି !ଦୃଶ୍ୟମାନ ସ୍ଥୂଳ ଯାହା ଜୟୀ ହେଉ ନାହିଁ ତାହାହେଲେହେ ତା ଗିରି ପରିମାଣକଣିକାଏ ପୂର୍ଣ୍ଣ ବହ୍ନି ଜାଳିଦିଏ ପାପସ୍ତୂପଧନ୍ୟ ଧନ୍ୟ ପବିତ୍ର ମହାନ !‘ଯତୋ ଧର୍ମସ୍ତତୋ ଜୟଃ’ଭରତିଆ ଚଡ଼େଇକୁ ଘୋଡ଼ାଇଲ ଘଣ୍ଟ,ନିସ୍ତାରିଲ ଗଜ ପ୍ରଭୁ କାଟି ଗ୍ରାହା−ଥଣ୍ଟ ।ଗର୍ଭିଣୀ ହରିଣୀ ତାରି ମାରିଲ ଶବରେଭକ୍ତକୁ ତାରିଲ ପ୍ରଭୁ ଯୁଗ ଯୁଗାନ୍ତରେ ।ଏକାଦଶ ଅକ୍ଷୌହିଣୀ−ନାହା ଦୁର୍ଯ୍ୟୋଧନସାହା ଯାର ଭୀଷ୍ମ ଦ୍ରୋଣ ଅଶ୍ୱତ୍ଥାମା କର୍ଣ୍ଣ ।ରଣରେ ହାରିଲେ ଶେଷେ ଜିଣିଲେ ପାଣ୍ଡବେଧର୍ମ ଯହିଁ ଜୟ ତହିଁ ବିଶ୍ୱ−ଧର୍ମାହବେ ।ସୁବର୍ଣ୍ଣଲଙ୍କାର ରାଜା ପ୍ରତାପୀ ରାବଣ,ପୁତ୍ର ଇନ୍ଦ୍ରଜିତ ଯାର ଭ୍ରାତା କୁମ୍ଭକର୍ଣ୍ଣ;ଆସୁରୀ ମାୟାରେ ବଳୀ ଦୋର୍ଦ୍ଦଣ୍ଡ ପ୍ରତାପବୀର୍ଯ୍ୟ ବିକ୍ରମରେ ଦେଲା ଦେବାସୁରେ ତାପ ।ରାଜ୍ୟଭଷ୍ଟ ଜଟାକଉପୀନଧାରୀ ରାମଶାଖାମୃଗସଖ ପର୍ଣ୍ଣକୁଟୀର ଯା ଧାମ ।ଧର୍ମବଳେ ବଳୀ ତେଣୁ ଜିଣିଲେ ସମରେକୀତ୍ତ ରହିଅଛି ତାଙ୍କ ଯୁଗ ଯୁଗାନ୍ତରେ ।ସୁରୁଚିର କଟୁ କୂଟେ ଧ୍ରୁବର ଯାତନାଶେଷେ କିନ୍ତୁ ପାଇଲା ସେ ମହା ଆଶ୍ୱାସନାହିରଣ୍ୟକୁ ମାରି ପ୍ରଭୁ, ରଖିଲ ପ୍ରହ୍ଲାଦେଧର୍ମର ବିଜୟ ନିଶ୍ଚେ ଧର୍ମାଧର୍ମ ବାଦେ !
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ