ଜୟ ଓ ପରାଜୟ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୪
- ସ୍ଥିତି
- ସାର୍ବଜନୀନ (Public domain)
ଗରବଗଞ୍ଜନ ହେ ମହାପ୍ରଭୋ ଗରବଗଞ୍ଜନ ନାଥ !ହୋଇଛି ମୁଁ କୋଟି ବାର ପରାଜିତ ଲୋଟିଛି ଧୂଳିରେ ମାଥ ।କେତେ ଥର ହେଲା ପ୍ରତିଜ୍ଞା ଭଗନ କେତେ ଥର ଗଲି ପଡ଼ି,କ୍ଷଣକେ ଉଡ଼ିଲା ସକଳ ଭରସା ପୁରାତନ ପାପେ ଜଡ଼ି ।ତୋଳିଲି ମୁଁ କେତେ ଥର ଚାରୁଦୁର୍ଗ କେତେ ଆଶା ପ୍ରାଣେ ଧରି,ଆସି ଭାଙ୍ଗିଦେଲା ପାପ−ପ୍ରଭଞ୍ଜନ ସକଳ ଭରସା ହରି ।ନିରାଶା−ବିଷାଦେ ଜଡ଼ ମ୍ରିୟମାଣ ହେଲି ଧୂଳି−ବିଲୁଣ୍ଠିତ,ପୁଣ୍ୟାଶ୍ରୟ ଛାଡି ହୀନ ଅରକ୍ଷିତ ହେଲି ପାପ−କଳଙ୍କିତ ।ଆହେ କୃପାମୟ ପତିତପାବନ, ପ୍ରେମମୟ ତୁମ୍ଭେ ହରିସଙ୍ଗେ ସଙ୍ଗେ ଥାଇ ବିପଦେ ପକାଇ ଶିକ୍ଷା ଦେଲ ହେ ଶ୍ରୀହରି ।ଶେଷେ ପରାଜିତ ପାପନକଳଙ୍କିତ ହେଲାରୁ ହେ ଦୀନସାହା,ସଂସାର−ମରୁରେ ବିଜନପଥରେ ଦେଖାଇଲ ନାଥ, ରାହା ।ଜାଣଇଁ ହାରିଲି ରଖିଅଛ ତୁମ୍ଭେ ଆହେ ପ୍ରଭୁ ଭଗବାନ !ପାପ−କବଳରୁ ତ୍ରାଣ ପାଇ ତେଣୁ ଗାଏଁ ତବ ଜୟଗାନ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ