ପ୍ରଭାତ ବିହଙ୍ଗ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୮
- ସ୍ଥିତି
- ସାର୍ବଜନୀନ (Public domain)
କି ଗୀତ ଗାଉ ରେ ପ୍ରଭାତ ବିହଙ୍ଗକି ଗୀତ ପ୍ରଭାତୁଁ ଗାଉ,ଢାଳିଦେଇ ମଧୁ— ସୁତାନର ଧାରାତରୁଡ଼ାଳେ ଲୁଚିଥାଉ ।ତୋ ସ୍ୱନ ଶ୍ରବଣେ ପଡ଼େ କି ରେ ମନେଯୁଗଯୁଗାନ୍ତର ବାଣୀ,ଲୋକଲୋକାନ୍ତର ସୁଦୂର ବାରତାଭୂତ−ଭବିଷ୍ୟ−କାହାଣୀ ?କେଭଁ ଦେବତାର କି ଦିବ୍ୟ ବିଧାନେଉଠିଣ ପ୍ରଭାତ କାଳୁଁ,କେଉଁ ମନ୍ତ୍ରବଳେ କି ସାଧନ ଫଳେଅପୂର୍ବ ସୁତାନ ଚାଳୁ ।ଅନ୍ଧାର ସଙ୍ଗତେ ଅରୁଣ ସଂଗ୍ରାମଆରମ୍ଭ ହୋଇ ନ ଥାଏ,କେମନ୍ତେ ତୋ ଜ୍ଞାନ ଉଷା ଆଗମନଅଜ୍ଞାତ ବାରତା ପାଏ !ଦୂର ସିନ୍ଧୁ ପାରେ ପ୍ରାଚୀ−ଆକାଶରେରବିଙ୍କର ଆଗମନ,କେମନ୍ତେ ଜାଣି ରେ କ୍ଷୁଦ୍ର ବିହଙ୍ଗମକରୁ ବନ୍ଦନା ଗାୟନ ?କେଉଁ ଘଣ୍ଟା ଦେଖି କେଉଁ ଲେଖା ଲେଖିଏଡ଼େ ଭ୍ରମଶୂନ୍ୟ ଭାବେଆଲୋକେ ଅନ୍ଧାରେ ଗ୍ରୀଷ୍ମ ବର୍ଷା ଶୀତେଶୁଣାଉ ତୋ ଧ୍ରୁବ ରାବେ ।କେମନ୍ତେ ତୋହର ଭାଙ୍ଗିଯାଏ ନିଦ୍ରାଷଡ଼ଋତୁ ବାରମାସେନିଶା−ଶେଷ−ଯାମେ ବ୍ରାହ୍ମ ମୁହୂର୍ତ୍ତରେଶୁକ୍ର ତାରା ପରକାଶେ ।ଦିନେହେଁ କି ହେଲେ ରୋଗ ଶୋକ ଦୁଃଖେହୁଏ ନାହିଁ ତୋ କମାଇ,କି କର୍ତ୍ତବ୍ୟ−ନିଷ୍ଠା ଅଦ୍ୟମ ଉତ୍ସାହଦେଲେ ତୋତେ ବିଶ୍ୱସାଇଁ !କି ଅର୍ଥ ଅଛି ରେ ତୋ ଅମୃତ ତାନେକି ଗୂଢ଼ ରହସ୍ୟରାଶିଅପୂର୍ବ ଆବେଗେ ସିକ୍ତ ହୁଏ ଆତ୍ମାସଂସାର ମୋହ ବିନାଶି !ନିତି ନିତି ଆସି ଲୋକାଳୟେ ବସିଉଦ୍ବୋଧୁ ଅମୃତ ସ୍ୱନେ,ତୋ ସ୍ୱନ ଶ୍ରବଣେ ଆରେ ଦିବ୍ୟଦୂତପଡ଼େ କି ସ୍ୱର୍ଲୋକ ମନେ ?ଅବିଦ୍ୟା−ଅନ୍ଧାରେ ଜଡ଼ିତ ମାନବତୋ ସ୍ୱର୍ଗୀୟ ସୁଧାପାନେ,ଉଦ୍ବୁଦ୍ଧ ହୁଅଇ ନବୀନ ଜୀବନେଉଠେ ଲଭି ନବପ୍ରାଣେ ।କେଉଁ ଦୂର ଦେଶ ବାରତା ଦେଉ ରେକେଉଁ ଦେବଦେଶୁଁ ଆଣି,ଅପୂର୍ବ ଆବେଶେ ଆବିଷ୍ଟ ପରାଣେଜାଗନ୍ତି ଜନ ପରାଣୀ ।ନ ଥିଲେହେ ସ୍ୱରେ ସଂସାରିକ ଅର୍ଥଅସରନ୍ତା ଅର୍ଥେ ଭରା,ମୋହନ ମନ୍ତର ମୋହାବେଶ−ପୂର୍ଣ୍ଣଅନନ୍ତ−ଆକାଶ ପରା ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ