ଧାକୁ ଲେଇ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୫
- ସ୍ଥିତି
- ସାର୍ବଜନୀନ (Public domain)
ଆଗୋ ମାତ ଧାକୁଲେଇ,ଭାଣପୁର ଗ୍ରାମ ଠେଇଁ ।କରିଅଛ ମଞ୍ଜୁପୁର,କଟକକୁ ନୁହେଁ ଦୂର ଗୋ ।୧।ଇଚ୍ଛା ଅଛି ମୋର ବାରେ,ଚୈତ୍ରମାସ ପୂର୍ଣ୍ଣିମାରେ ।ସେ ପୀଠେ କର ଗମନ,କରିବି ମେଳା ଦର୍ଶନ ଗୋ ।୨।ଦିନେ ହେଲେ ରହିଯିବି,ମାଂସ ପ୍ରସାଦ ପାଇବି ।ଘଟାଇବ ମାତ ମୋରେ,ଶରଣାଗତ ମୁଁ ତୋରେ ଗୋ ।୩।