ଅରାଚଣ୍ଡୀ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
ଆଗୋ ଆଗୋ ଅରାଚଣ୍ଡୀବିଶାଏ ସିନ୍ଦୁର ମଣ୍ଡି ।ରଖିଛ ନିଜ କପାଳେ,ନ ଚାହିଁଲ ଥରେ ଡୋଳେ ଗୋ ।୧।ସିନ୍ଦୂର କଜ୍ୱଳ ଭରି,ହୋଇଛ ବଡ ସୁନ୍ଦରୀ ।ଏ ସୌନ୍ଦର୍ଯ୍ୟ କେତେଦିନ,ବିଭବେ ହୋଇଲେ ହୀନ ଗୋ ।୨।ମାନସିଂହ ନରପତି,ଦେଇଛନ୍ତି ଭୂସମ୍ପତ୍ତି ।ପ୍ରଜାକ୍ଲେଶ ହେଲା ଘୋର,ଲଗାଇବ ଦୟା ଡୋର ଗୋ ।୩।ଘେନି ସଂଗରେ ସଂଗାତ,ଦାଳୁଅ ଚାଉଳ ଭାତ ।ଖାଉଥିଲ ପ୍ରତିଦିନ,ଏବେ ସେ ହେଉଛି ଲୀନ ଗୋ ।୪।କିସ ଦେବ ମାଳୀ ଆଣି,ବିଲରେ ନ ହେଲା ପାଣି ।କ୍ଷେତରେ ସଦା ଭାଗୁଡି,ମଲେ ସେବକ ବାପୁଡୀ ଗୋ ।୫।