ଦାନ *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୩
- ସ୍ଥିତି
- ସାର୍ବଜନୀନ (Public domain)
ଦୋକାନରେ ରହିଅଛି ଚହଟି ସୁବାସେ,ନାନା ବର୍ଣ୍ଣ ବଇଭବେ ପୂରି ଦୂରେ ପାଶେ ।ଲାଗିଅଛି କିଣାବିକା ମହା କୋଳାହଳେ,ଉଛୁଳେ ଦୋକାନୀ ହିଆ ଆନନ୍ଦ ଲହରେ ।ଜଣୁ ଜଣେ କିଣି ସାରି ବାହୁଡ଼ନ୍ତି ହସି,ମୂଲ କରୁଥାନ୍ତି ପୁଣି ଆନ ଜନେ ପଶି ।ବରଷକେ ଥରେ ଏଜେ ସରଗର ଫଳ,ଲଭି, ଆଜି କୋଟିନିଧି ନୋହିବ କାହାର ?ବାଟ ଧୂଳି ଆସନେ ସେ ଖଣ୍ଡଦୂରେ ବସି,କିଏ ପୁଚ୍ଛେ ମୃଦୁ ସ୍ୱରେ ଶଙ୍କତେ ଭରସି-ଧୂଳି ମାଟି ବୋଳି ହୋଇ ମଳିନ ବଦନ,କଳା କନା ଦୁଇଖଣ୍ଡି ଯାବତ ବସନ,ବାହୁ ଯୁଗଳେ ତା ନାହିଁ ପିଲାଟିର ବଳ,ବୟସ ହୋଇବ ଅଳ୍ପେ ତିରିଶ ଉପର;‘‘କେତେ ଗୋଟି ଆମ୍ବ ଦେଉଅଛି ପଇସାରେ ?’’‘‘ଯୋଡ଼ିକି ପଇସା ତିନି’’, ଶୁଣିଲା ଉତ୍ତରେ ।ନିଜ ହାତେ ଥିବା ତାର ଅଧଲାଟି ଧରି,ଦାଣ୍ଡେ ସେହୁ ମନେ ମନେ କି ହେଲା ବିଚାରି ।ମୁଖେ ତାର ଘୋଟିଗଲା ନୈରାଶ୍ୟ କାଳିମା,ଟପିଗଲା ଲୁହ କୋହେ ନେତ୍ର ପତା ସୀମା ।ପାଖ ଗଛ ଛାଇତଳେ ବସି ଏକା ବୁଢ଼ୀ,ମଉନେ ପଶରା ତାର ରଖିଅଛି ବାଢ଼ି ।ସେହିଠାବେ ଏବେ ଯାଇ ନେଉଅଛି କିଣି,ସେ ଗଛ ପତରେ ବୋଳା ଶ୍ୟାମକାନ୍ତି କିଣି,ଅଧଲାକୁ ଦୁଇଗୋଟି ସରଗର ଫଳ,ମାଗିଲାରୁ ଲାଭ ପୁଣି ଗୋଟିଏ ଆବର ।ବଦନେ ଅପୂର୍ବ ହସ ଆସଇ ବିରାଜି,ସରଗର ଫଳ ସେ ଯେ ନୂଆ ହେବ ଆଜି ।‘‘କି କଲ, କି କଲ ବାବୁ; ତରତରେ ଯାଇ,ଏ ପାଚିଲା ଆମ୍ବତକଦେଲେ ଯେ ବଢ଼ାଇ ?ଜଗତ ଅନନ୍ତକାୟେ ଖେଳେ ଯେ ପୀୟୁଷ,ଦେଲ ତ ଛୁଆଇଁ ତହିଁ ଏ ବିଷ ପରଶ ।ଚାରି ପଇସାର ଆମ୍ବ ଦେଲ ଏ ଯେ କିଣି,ଦୀନ ହୀନ ଚାରିଯୁଗ କଲ ଏ ମେଦିନୀ ।ଗ୍ରହୀତା ମୁଖେ ଯେ ଚୋରାସ୍ମିତଦିଏ ଦେଖା,ସେ ନୁହେଁ ପୁଲକ, ଅଟେ ବିଷାଦର ରେଖା ।
ସତ୍ୟବାଦୀରେ ଦିନେ ଜଣେ ଦରିଦ୍ର ଲୋକ କଞ୍ଚା ଆମ୍ବ କିଣିବାର ଦେଖି ଜଣେ ଛାତ୍ର ଚାରିପଇସାର ପାଚିଲା ଆମ୍ବ ତାକୁ ନେଇ ଦେଲେ । ସେ ତାହା ପାଇ ବିସ୍ମିତ ହୋଇଗଲା । ପଦ୍ୟଟିରେ ସେହି ଘଟନାକୁ ଲକ୍ଷ କରାଯାଇଅଛି । ସେ ଦାନ ଯୋଗେ ପୃଥିବୀ ଯେ କିପରି ‘ଦୀନ ହୀନ’ ହେଲା ବୋଲି କବିଙ୍କ ମନରେ ଧାରଣା ଜନ୍ମିଲା, ବୁଝିବା କଠିନ । ଦରିଦ୍ରକୁ ଏତେ ଅଳ୍ପକେ ଭିକାରୀ ସ୍ଥାନକୁ ନେଇଯିବା ବୋଧହୁଏ ତାଙ୍କ ଇପ୍ସିତ ନୁହେଁ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର