ବାଳକ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୪
- ସ୍ଥିତି
- ସାର୍ବଜନୀନ (Public domain)
‘‘ବସ, ରେ ବାଳକ ହସରେ ପୁଲକେ,ଅନାଅ ନୟନ ନିମିଷେ,ସରଗ ସମ୍ପଦ ଲୋଡ଼ି ଏ ମରତେଆଣରେ ହୃଦୟ ହରଷେ;ଗଗନ ଚନ୍ଦ୍ରିକା ମୋହନ ପ୍ରତିମାସମ୍ପାଦି ବଦନ ଅମୃତେ,ଅଧର ଯୁଗଳ ଲଳିତ ବିଳାସେଢାଳିଦିଅ ସୁଧା ତୁରିତେ ।’’ମଉନେ ଅନାଇ ବସିଛି ପିଲାଟି,ପରାଣ ପୁଲକେ ଉଛୁଳି,ବିଶ୍ୱରାଣୀ ଦାସ କନକ କଣିକାନେତ୍ରେ ତା ଯାଉଛି ବିହରିନରବ ଧିଆନେ, ହୃଦ ପରିସରେକଣ୍ଠୁତା ନସ୍ଫୁରେ ବଚନ,କି ଅବା ପୁଚ୍ଛିବ ସେନେହ ସମ୍ଭାଷେସରମେ ନ ବଳେ ପରାଣ ।ଯାଅ ଯାଅ ସୁଖେ ଆପଣା ଉଆସେତୁରିତେ, ବାଳକ, ବାହୁଡ଼ି,ଶୂନ୍ୟ ସମୀରଣ ଶଶିତାରା କରେଚରଣ ପରଶେ ବିହରି;ମୋ ଦୀନ କୁଟୀରେ ଲୋଡ଼ି କି ପାରିବିଦୁର୍ଲଭ ଏ ସ୍ୱର୍ଗ ରତନ,ନିମିଷେ କି ଭଳି ରଖିବି ସମ୍ପାଦିଉଇଁଲା ବାଳୁତ ତପନ ?’’ମଉନେ ଅନାଇ ଚାଲିଗଲା ଖରେତା ମୃଦୁ ପୟରେ ପିଲାଟି,ଅବନୀ ଗଗନ ଅନନ୍ତ ଅୟନଏକଇ ବରଣେ ବିଭାତି ।ଶୂନ୍ୟ ହୋଇ, ମୋର ପୂରି ଯେ ଯାଉଛିଏ କିବା ସମ୍ପଦେ କୁଟୀର,ଯାଇଛି ବାଳକ, ଯାଉ ଏ ପରାୟେ,ଫେରି ସେ ନ ଆସୁ ଆବର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର