ବିହଗ ପରାଣ ଘେନା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୨୨
- ସ୍ଥିତି
- ସାର୍ବଜନୀନ (Public domain)
‘‘ଦେଖୁଛୁ ତ ଦୂରେ କନକ ନଗରୀମାଣିକ୍ୟ ଭୂଷଣ ଭରା,‘ଆ-ଆ ଆ-ଆ ପିକ’- ଶୁଣୁଅଛୁ ନିତିସୋହାଗ ବଚନ ଧାରା ।ଚାଲି କି ତୁ ସତେ ଯିବୁରେ କୋଇଲି,ଏ ବନବିତାନ ଛାଡ଼ି ?ଏ ତରୁ ଡାଳୁ ତୋ ନଦେବୁରେ ଆଉଅଲକ୍ଷ୍ୟେ ଅମୃତ ଢାଳି ?ମଣୁକି ମରତେ ଯାବତ ସମ୍ପଦମୋର ଏ ଏକଇ ତରୁ,ତେକି ଯା ଗହଳ ଉଡ଼ିଗଲେ ବାରେ,ଭେଟିବୁ ଭୀଷର ମରୁ ?ରହିଛି, ଦେଖରେ, ଫୁଲ-ଫଳ କେତେପତ୍ର କିଶଳୟ ଡାଳେ,ବହିଛି ଯା ବନେ ପ୍ରତି ତରୁଲତାସେନେହ ସୋହାଗ ଭାରେ ।ରଖିଛି ତୋ ପାଇଁ ଲତିକା ନିକୁଞ୍ଜସଜାଇ ମୋହନ ବେଶେ,ନିଶି ଶିଶି ସ୍ମିତ ପିୟୁଷେ ପଖାଳି,ଅରୁଣ କନକ ଭାସେ ।ବହୁଛି ସମୀର ମୃଦୁ ଆବର୍ତ୍ତନେଖେଳାଇ କାନନ ଭୂମି;ଦେଶେ ଦେଶେ ମଧୁ ଯାଉଛି ବିତରି,କୁସୁମ କେଶର ଘେନି ।ବିସୋରି ଯେ ମୋଦେ ନିଜ ବଇଭବ,ଅପର ବିହଗ କେତେ,ଶୁଆ ସାରି ପିକ, ଆସିବେ ଏଠାବେବନୁଁ ବନେ ଛନ୍ତି ଯେତେ ।ଦୁର ମନ୍ଦାକିନୀ ପେଶିବ ନିକରସଲିଳ ବିମଳ ଧାରା;ହିମାଚଳ ଶିରୁଁ ହିମ ଶୁଭ୍ର ଚୂଳଓହ୍ଲାଇ ଆସିବ ପରା ।ମହୋଦଧି ବକ୍ଷେ ପେନିଳ ଲହରୀଦେବ ତା ସଙ୍ଗୀତ ପେଷି,କୁରଙ୍ଗ କେଶରୀ ସୋଦର ସୋହାଗେସୁଖେ ବିହରିବେ ହସି ।ଏତହୁଁ ବଳି କି ଅଛଇ ସମ୍ପଦକନକ ରଜତ ବାସେ,ଯାହା ଲାଗି, ପିକ, ଭାଳୁଛୁ ହୃଦେ ତୁ,କରଜି ଯିବୁ ସେ ଦେଶେ ?ରହ ଏଥି ରହ, ବନର କୋଇଲି,ପୁଲକେ ପରାଣ ନିହି;ଏ ସରିକି ଆଉ ଅବନୀ ଆକାଶେତୋ ଲାଗି ରଖିଛି ବିହି ?’’‘‘ଯାଇ ନାହିଁ ଯେବେ ଯିବାର ଥିଲା ମୋମୃକତ ମୋହନ ପଅ;ଏ ତରୁ ଶାଖାଟି ଲୋଡ଼ି ତ ଆସିଛିମୁଁ ଦୁର ଅପରିଚିତ ।ହାତେ ଧରି ଯେବେ ସୁବର୍ଣ୍ଣ ପିଞ୍ଜରନୃପତି ତନୟ ମଣି ।ରାଇଲେଁ ଆଦରେ, ଏଡ଼ି ସେ ସୋହାଗ,ଆଶ୍ରିଛି ଏ ବନଭୂମି ।ଏ ତରୁଟି ବିନେ ନଜାଣେ ଆନ ମୁଁ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର