ଚୋଖୀ (୨୦)
୧୮୬୭–୧୯୪୩
- ସଂକଳନ: କୈବଲ୍ୟ-କଣିକା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୬
- ସ୍ଥିତି
- ସାର୍ବଜନୀନ (Public domain)
ହେ ପ୍ରଭୁ ସୁରାରି-ଅରି ବିପଦ କରି-କେଶରୀଆଜୀବନ ମୁଁ ତୁମ୍ଭରି କ୍ରୀଡ଼ା-ପୁତ୍ତଳୀ,ଯେତେବେଳେ ଯେଉଁପରି ନଚାଅ ତୁମ୍ଭେ ଶ୍ରୀହରିତବ ଆଜ୍ଞା ଅନୁସରି ନାଚେ ସେଭଳି,ମୁହିଁ ସିନା କମାରଯନ୍ତା,ଚଳାଉଛି ମୋତେ ତୁମ୍ଭ ମହାକ୍ଷମତା । ୧ ।ଥାଉଁ ତୁମ୍ଭ ପରି ପିତା ଦାରୁଣ ତ୍ରିତାପ-ଚିତ ।ହୋଇ ହୃଦେ ଅଧିଷ୍ଠିତା ଦହେ ପ୍ରଖରୋନ ବନ୍ଦାଅ ବାରମ୍ବାର ହେ କରୁଣା -ପାରାବାରଏ ପାମର ଦୁରାଚାର କିଣାକିଙ୍କରେ,ତବ ସୃଷ୍ଟି ମୁଁ, ମହାବାହୁ,ଆସି ନାହିଁ ଆନ କାହା ସୃଷ୍ଟିରୁ କାହୁ । ୨ ।ଦେଖି ରଙ୍ଗ ମାହାକାଳେ ନ ଭୁଲିବି ଆଉ ଢାଳେଚାଖିଛି ତା, ବାଳକାଳେ ବିଷାକ୍ତ ଅତି,କାଳେ ସେ ଫଳଅଶନେ ଦୂରଦୃଷ୍ଟର ଶାସନେହରାଏଁ ବା ତୁମ୍ଭ ଧନେ ଆହେ ଶ୍ରୀପତି,ଏହି ଏକା ଚିନ୍ତା ମୋହର,ସେ ଚିନ୍ତା ହେ ଚିନ୍ତାମଣି କର ଅନ୍ତର । ୩ ।ଧନାଶ୍ରୀ (୨୧)ଛାଡ଼ ମୂଢ଼ ମନ ଜାଗ୍ରତ ଶୟନଫେଡ଼ ରେ ଜ୍ଞାନ-ନୟନ,ଦେଖ ଦେଖ ଚାହିଁ କି ବେଗରେ ଧାଇଁଚାଲିଛି ତୋର ଜୀବନ,ଘୋଡ଼ି ଆଶା-ଚାଦରେ,ଆଉ ନ ଶୁଅ କାଳ-ଶେଯରେ । ୧ ।ବିଷୟ-ମାଦକ ପିଇଣ କାଳକମେଣ୍ଟିଲା ନାହିଁ ପିପାସା,ସେ ନିଶା ପ୍ରଗାଢ଼ ହେଲୁ ତୁ ଆସାଢ଼ମୁଖୁଁ ନ ସ୍ଫୁରିଲା ଭାଷା,ପଡ଼ିଯିବୁ ତୁ ହୁଡ଼େ,ଦୁଇ ଦିନେ ଅନ୍ତକ ହାବୁଡ଼େ । ୨ ।ସାର ତତ୍ତ୍ୱ ଭୁଲି ଅପଥରେ ବୁଲିସାରିଲୁ ବୃଥା ଆୟୁଷ,ଧାନେ ଅନାଦର କରିଣ ପାମରକୁଟୁଅଛି ବସି ତୁଷ,ଆରେ ଅଜ୍ଞ ବାତୁଳ,ସବୁ ତେଜି ଭଜ ଆଦିମୂଳ । ୩ ।ଧନ ରତ୍ନ ସାର ପୁତ୍ର ପରିବାରନ ଯିବେ କେହି ସଙ୍ଗର,ଆସିଅଛୁ ଏକା ଯିବୁ ଚାଲି ଏକାସେକାଳେ ସକଳେ ପର,ଧର୍ମ କେବଳ ସାହା,ଅନ୍ତେ ଦେଖାଏ ସେ ସ୍ୱର୍ଗରାହା । ୪ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର