କାମୋଦୀ (୨୨)
୧୮୬୭–୧୯୪୩
- ସଂକଳନ: କୈବଲ୍ୟ-କଣିକା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୮
- ସ୍ଥିତି
- ସାର୍ବଜନୀନ (Public domain)
ନିର୍ମାୟ ନିରଞ୍ଜନ ନିଖିଳ ନିକେତନନୈରାଶ୍ୟ-ଅନ୍ଧାର-ଦିହୁଡ଼ୀପୁଣ୍ୟ ନାମ ତୁମ୍ଭର ଯେସନ ରବିକରଘଉଡ଼େ ଅଜ୍ଞାନ-କୁହୁଡ଼ି ହେ ମହାବାହୁ !ଦାତାପଣରେ ତୁମ୍ଭେ ସାର,ଲୁବ୍ଧକ ମୁଁ ପାମର ଛାର,ଦେଉଛି ତୁମ୍ଭେ ଯେତେ ମାଗୁଛି ପୁଣି ତେତେନ ପୂରେ ଲାଳସା ଦୁର୍ବାର ହେ ମହାବାହୁ । ୧ ।ଦେଇଅଛ ଜୀବନ ଆବର ଦେହ ଧନଦେଇଛ ପ୍ରିୟ ପରିଜନ,ସୁଧୀର ସମୀରଣ ନୀଳକାନ୍ତ ଗଗନପୃଥିବୀ ପାର୍ଥିବ ରତନ ହେ ମହାବାହୁ !ଦେଇଛ ସୁଶୀତଳ ଜଳ,ପାକାର୍ଥେ ପ୍ରଚଣ୍ଡ ଅନଳ,ଦେଇଛ ଏତେ ହରି ତେବେ ମୁଁ ଲୋଭ କରିମାଗୁଛି ଉଚ୍ଚେ ଅନର୍ଗଳ ହେ ମହାବାହୁ । ୨ ।ଏଥି ତୃପ୍ତ ମୋହର ହେବ ନାହିଁ ଅନ୍ତରଦେବାକୁ ହେବ ଆଉ କିଛି,ତୁମ୍ଭଙ୍କୁ ନ ପାଇଲେ ସଂତୃପ୍ତି ନାହିଁ ତିଳେତୁମ୍ଭ ବିହୀନେ ସବୁ ଛି ଛି ହେ ମହାବାହୁ !ତୁମ୍ଭେହିଁ ସ୍ୱରଗର ସ୍ୱର୍ଗ,ଅପବର୍ଗର ଅପବର୍ଗ,ଏଣୁ ମୁହିଁ ବାତୁଳ ଲଭିବାକୁ ବ୍ୟାକୁଳତୁମ୍ଭରି ପବିତ୍ର ସଂସର୍ଗ ହେ ମହାବାହୁ । ୩ ।ଆଷାଢ଼ଶୁକ୍ଳ (୨୩)କାହିଁ ଅଛ ହରିଦିଅ ଦର୍ଶନଖୋଜି ଖୋଜି ହେଲିମୁଁ ଅବସନ୍ନ,ଦେଖୁଅଛି ତବକାର୍ଯ୍ୟ ପ୍ରତ୍ୟହ,ଭଞ୍ଜୁଅଛି ନିତ୍ୟସୁ-ଅନୁଗ୍ରହ,ମାତ୍ର କାହିଁ ପାଇଁଦେଖୁ ନାହିଁ ପ୍ରଭୁତୁମ୍ଭଙ୍କୁ କାହିଁ । ୧ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର