ମଙ୍ଗଳ (୧୪) — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିରସନା ରେ ଆନ ରସେ ରସ ନା ରସ ନା,ହରିଭକ୍ତି ରସ ବିନା ସବୁ ବିଡ଼ମ୍ବନା । ୧ ।ହୁଏ ସିନା ଆନ ରସ ଘଡ଼ିକେ ବିକୃତ,ମାତ୍ର ଚିର ଅନାବିଳ ଭକ୍ତି-ରସାମୃତ । ୨ ।ଚାଖିଲେ ତାହାର ସ୍ୱାଦୁ ମାତ୍ର ଏକ ଥର,ତୁଟିଯିବ ସମାଦର ପାର୍ଥିବ ରସର । ୩ ।ପାନେ ତାହା ଭବ-କ୍ଷୁଧା ତୃଷ୍ଣା ଯାଏ ହରି,ବିବେକ-ବିହଙ୍ଗ ସଦା ଡ଼ାକେ ହରି ହରି । ୪ ।ସେ ରସ ଯେ ପିଏ ତାର ହୁଏ ମୋକ୍ଷଗତି,ଭବତାପ ମାୟା ମୋହ ନ ପଶେ ତା କତି । ୫ ।ଅମଙ୍ଗଳ ବିଶ୍ୱେ ହରି ନାମହିଁ ମଙ୍ଗଳ,ଠୁଳ ତହିଁ ସର୍ବତୀର୍ଥ ସର୍ବବ୍ରତ ଫଳ । ୬ ।ଅଥଏବ ସବୁ ତେଜି ରେ ରସନା ଅଜ୍ଞ,ଜପ ହରିନାମ ସଦା ସେହି ତପ ଯଜ୍ଞ । ୭ ।ବଙ୍ଗଳାଶ୍ରୀ (୧୫)ସଜ ହୁଅ ଭାଇ ଆସୁଅଛି ଧାଇଁମୃତ୍ୟୁ-ନିମନ୍ତ୍ରଣ ପତ୍ର,ଆଜି କିବା କାଲି ଯିବ ତହିଁ ଚାଲିଉଦ୍ଯାପି ଜୀବନ ସକ୍ର । ୧ ।ପାଥେୟ ସଂଗ୍ରହ କର ଅହରହଆବର ସମନ ଭେଟି,ଗଲେ ଖାଲି ହାତେ ତର୍ଜିଣ ନିର୍ଘାତେଘୋର ଦଣ୍ଡ ଦେବ ସେଟି । ୨ ।ଧର୍ମ ବିନା ତାର ଆନ ଉପହାରରୁଚିବ ନାହିଁ ମନକୁ,ନ ଶୁଣିବ କାନେ ସେ ତୋ ସ୍ତୁତି ଗାନେଚାହିଁବି ନାହିଁ ଧନକୁ । ୩ ।ଅତଏବ ଭାଇ ହେକା କର ନାହିଁଧର୍ମ-ଧନ ଉପାର୍ଜନେ,ଲାଗ ଲାଗ ଲାଗ ଜାଗ ଜାଗ ଜାଗସେ ସୁଧନ ଅନ୍ୱେଷଣେ । ୪ ।ରସକୂଲ୍ୟା (୧୬)ହରି, ତୁମ୍ଭେ ପ୍ରାଣ-ପଙ୍କଜ-ରବି,ପାତକ-ପର୍ବତ-ପ୍ରଚୁର୍ଣ୍ଣ-ପବି,ମାୟା-ମହୀରୁହ-ମହାକୁଠାର,ଭୀମ-ଭବ-ସିନ୍ଧୁ-ସୁକର୍ଣ୍ଣଧାର,ଶାଶ୍ୱତ-ସତ୍ୟ-ସୁଧାମ ଯେ,ଜରା ଜନ୍ମମୃତ୍ୟୁ ଦୁଃଖ-ନିବାରକତୁମ୍ଭରି ପବିତ୍ର ନାମ ଯେ । ୧ ।ମତ୍ତ କରୀ ପରି ଚଞ୍ଚଳ ମନକୁପଥେ ବିପଥେ କରେ ଭ୍ରମଣପ୍ରବୀଣ ମାହୁନ୍ତ ପରାୟେ ହରି,ବିବେକ-ଅଙ୍କୁଶ ଆଘାତ କରିଫେରାଅ ସୁପଥେ ତାକୁ ଯେ,ମର୍ମ୍ମାନ୍ତିକ ଦୁଃଖ ଅନୁତାପବ୍ୟଞ୍ଜୀଶୁଣି ପ୍ରଭୁ ମୋର କାକୁ ଯେ । ୨ ।ବିଶୁଷ୍କ ହୃଦୟ-ବନେ ମୋହର,ଦହେ ପାପ-ଦାବ ହୋଇ ପ୍ରଖର,ଘଟିଲେ ବିଳମ୍ବ ଘଡ଼ିଏ ଆଉ,ଭସ୍ମ କରି ତାକୁ ସାଧିବ ଦାଉ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଢାଳି ତହିଁ କୃପା-ଜଳ ଯେ,
ଚିର ନିର୍ବାପିତ କରି ତାକୁ ହରି
କର ଶାନ୍ତ ସୁଶୀତଳ ଯେ । ୩ ।
ହେ ମଙ୍ଗଳଦାତା ମଙ୍ଗଳାଳୟ,
କର ଏ ଜୀବନେ ମଙ୍ଗଳମୟ,
କରୁ ନେତ୍ର ତବ ରୂପ ଦର୍ଶନ,
କର୍ଣ୍ଣ କରୁ ସଦା ନାମ ଶ୍ରବଣ,
ଏ ଭିକ୍ଷା ପଦେ ମୋହରି ଯେ,
ଉଚ୍ଚାରୁ ରସନା ଜୀବ ଯିବାବେଳେ
ନିର୍ବିକାରେ ହରି ହରି ଯେ । ୪ ।
କରୁଣାଶ୍ରୀ (୧୭)
ଚକ୍ରଧର, ଚିତ୍ତୁଁ ନାଶି କର ଅରି ହେ ନୃକେଶରି,
ତୁମ୍ଭରି ଏ ଦେହ ପ୍ରାଣ ତୁମ୍ଭରି ହେ ମନଜ୍ଞାନ
ତୁମ୍ଭେ ମୋର ଲକ୍ଷ୍ୟ ଧ୍ୟାନ ତୁମ୍ଭ ବିନା ନାହିଁ ଆନ
ତବ ପଦ ଭବସିନ୍ଧୁ-ତରୀ ହେ । ୧ ।
ପୋଷା ପକ୍ଷୀ ମୁଁ ତୁମ୍ଭର ଶିଖାଇଛ ଯେଉଁ ସ୍ୱର
ମଣି ତା ଇଷ୍ଟ ମନ୍ତର ଘୋଷୁଅଛି ନିରନ୍ତର,
‘‘ନାରାୟଣ ହରି’’ ବୋଲି କରି ହେ । ୨ ।
ବିନଶ୍ୱର ସୁଖ ଆଶେ ତେଜି ଅନଶ୍ୱର ବାସେ
ବହୁ ଦିନୁ ଏ ପ୍ରବାସେ ଭ୍ରମି ଭ୍ରମି ଊର୍ଦ୍ଧଶ୍ୱାସେ
ହେଲି ଅବସନ୍ନ ରଖ ହରି ହେ । ୩ ।
ତୁମ୍ଭେ ମୋର ମୁଁ ତୁମ୍ଭର କେବଳ ମୋହ ପାମର
ଘଟାଇଅଛି ଅନ୍ତର ତହୁଁ ପରସ୍ପରେ ପର,
ନାଶ ତାକୁ ଯାଉ ଶର ସରି ହେ । ୪ ।
ରାମକେରୀ (୧୮)
ଅନନ୍ତ ନିତ୍ୟ ନିର୍ବିକାର
ଆହେ ମଙ୍ଗତାଧାର,
ବୁଦ୍ଧି ବଚନକୁ ବଳଇ
ତବ ଶକ୍ତି ଅପାର । ୧ ।
ତୁମ୍ଭେ ଦେଶକାଳ ଅତୀତ
ଧ୍ୟାନଧାରଣା-ସାଧ୍ୟ,
ନିଖିଳ ଜୀବନ ଦେବତା
ଦେବଦେବ ଆରାଧ୍ୟ । ୨ ।
ଅନାଥ ଆତୁର ତାରଣ
ଭବ-ଭୟ ବାରଣ,
ଆତ୍ମାକଳ୍ପ-କୁଞ୍ଜ-ବିଳାସୀ
ଅଶରଣ-ଶରଣ । ୩ ।
ସାରସ୍ୱତ ଚକ୍ଷୁ ନ ପାରେ
ଭେଦି ତୁମ୍ଭ ଶାମ୍ବରୀ
ଭବେ ତୁମ୍ଭେ ଲଗ୍ନ ଅଲଗ୍ନ
ଜଳେ ଜଳଜ ପରି । ୪ ।
ଦୀନ ମୁଁ ମୋଠାରେ ସାର୍ଥକ
ନାମ ହେ ଦୀନବନ୍ଧୁ,
ଝାଡ଼ି ଦେଇ ହୃଦ-ମନ୍ଦିରୁ
ପାପ ତାପ-ଅଳନ୍ଧୁ । ୫ ।
ନୈରାଶ୍ୟ-ତପ୍ତାଶ୍ରୁ ଢାଳିଣ
ପ୍ରଭୁ ତୁମ୍ଭ ଶ୍ରୀପଦେ,
କରୁଛି ଜଣାଣ ଯୋଡ଼ିଣ
କର ଭୟ-ଗଦ୍ଗଦେ । ୬ ।
ଅର୍ପିଲି ପରାଣ ଚରଣେ
ରକ୍ଷା କର ବା ମାର,
ନିଶ୍ଚିନ୍ତ ରହିଲି ତୁମ୍ଭଙ୍କୁ
ଅର୍ପି ବିଚାର ଭାର । ୭ ।
ବୈଠକୀ ସ୍ୱର (୧୯)
ପତିତ-ପାବନ ପ୍ରଭୁ ପରମ ଅୟନ,
ବାସନା-ବିଦ୍ଗଧ ପ୍ରାଣେ ତୁମ୍ଭେହିଁ ଚନ୍ଦନ । ପଦ ।
ନାହିଁ ତବ ଆତ୍ମପର ନାମ ଧର ପରାତ୍ପର
ଗୁଣାତୀତ ଗୁଣାକର ଜ୍ଞାନର ତପନ । ୧ ।
ତୁମ୍ଭେ ମୁକ୍ତି ତୁମ୍ଭେ ଗତି ଶକ୍ତି ତୁମ୍ଭେ ମତି
ତୁମ୍ଭେ ବିଶ୍ୱ-ପ୍ରାଣପତି ସତ୍ୟ ସନାତନ । ୨ ।
ତୁମ୍ଭରି ମୂର୍ତ୍ତି ଅନଳ ଅନିଳ ଶକ୍ତି ପ୍ରବଳ
ଉଚ୍ଛ୍ୱଳ ନେତ୍ର ଯୁଗଳ ଶଶାଙ୍କ ତପନ । ୩ ।
ସର୍ବବ୍ୟାପି ସର୍ବମୟ ସର୍ବସ୍ରଷ୍ଟା ସର୍ବାଶ୍ରୟ
ବିନାଶ ମୋ ଭ୍ରମଭୟ ଶ୍ରେୟ-ନିକେତନ । ୪ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ