ଛନ୍ଦେ ଛନ୍ଦେ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୭
- ସ୍ଥିତି
- ସାର୍ବଜନୀନ (Public domain)
ଛନ୍ଦେ, ଛନ୍ଦେ, ସୁପ୍ତ, ଅବନତ,ରୁଦ୍ର, କ୍ଷୁଦ୍ର, ଶୂଦ୍ର, ସୁମହତ,ବିଦ୍ରୋହୀ, ରଣଜୟୀ, ପାଗଲ ହେଉଠ ନବ ଯୁଗ ନବ ମନ୍ତରେ ।ଆଜି, ଉନ୍ମଦ କମ୍ପିତ ଆହ୍ୱାନ ଏ,ଚିର ଶୃଙ୍ଖଳ ଶଂକିତ ପଥ ନଚାଏଧ୍ୱଂସ ବିଭାମୟ ଉଚ୍ଛ୍ୱାସେ,ଉଠ ନବ ଯୁଗ ନବ ମନ୍ତରେ ।୦।ଆଜି, ଝଞ୍ଜା ଆସୁ ମାଡ଼ି ଝଙ୍କାରେ,ଲଞ୍ଜା ଉଠୁ ହସି ନଭ କୋଳେବଜ୍ରତୁଲେ ମିଶି, ପଡ଼ୁ ବିଦ୍ୟୁତ ଖସିବିଦ୍ରୋହୀ ମନ ନାଚୁ ଉତ୍ତାଳେତାଳେ ତାଳେ, ଘନ ମାଳେ, ଗ୍ରହଦଳେ ଅବହେଳେଉଠ ନବ ଯୁଗ ନବ ମନ୍ତରେ ।ରୁଦ୍ର ତବ ଚିର ସାରଥୀ,ରଣେ ଡମ୍ୱରୁ, ଆଜି ନାଚେ ତନ୍ତ୍ରୀବନ୍ଧନ ଲୁଚେ ତ୍ରାସେ, ଉଲ୍କା ପାଗଳ ବେଶେ,ଉଠ ଧୂର୍ଜଟି ଲୀଳା କଲ୍ଲୋଳେ,ଅଟ୍ଟ ହାସେ, ବୀରବେଶେ, ରଣ ଦେଶେ, ନବୋଲ୍ଲାସେ,ଉଠ ନବ ଯୁଗ ନବ ମନ୍ତରେ ।ଘନ ବନ୍ଧୁର ତବ ସମ୍ମୁଖ, ଉଠ ଦୁର୍ବାର, ଉଠ ଉନ୍ମୁଖଉଠ ଦୁର୍ମଦ, ଉଠ ଭୀଷଣ କର୍ମଠସତ୍ୟାଗ୍ରହ ଜଳେ ଅନ୍ତରେ,ଆଜି, ନାଚୁ ଚିର-କଙ୍କାଳ ଅନ୍ତର ଅବିରଳଉଠ ନବ ଯୁଗ ନବ ମନ୍ତରେ ।୧୯୨୦
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର