ବାଣୀ ବନ୍ଦନା
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୪
- ସ୍ଥିତି
- ସାର୍ବଜନୀନ (Public domain)
ଅବତର ଆଭାମୟି ! ନବ ବରଷେ,ତମାଳ-ବକୁଳ-କୁଳ କୋମଳ ହାସେମଧୁ-ବିପିନ-ବିତାନେ, ମଧୁପ ମଧୁ ଗୁଞ୍ଜନେ,ଆଜି, ବିଗଳିତ କିଶଳୟ ମୁକୁଳ ବାସେ ।ହିମାଚଳ-ଚଳ-ଘନ ଅଳକେ ଝଳିତରଳ-ସଲିଳ-ଲୀଳା ଖେଳେ ଉଛୁଳିଚୁମ୍ୱି କୁମାରୀ-କୁନ୍ତଳ, ଜାହ୍ନବୀ-ଯମୁନା ଜଳ,ବହେ ମଳୟ-ମଚୁତ ମୃଦୁ ପରଶେ ।ଉଦାସେ ଜଗତ-ଉଷା ପାଶେ ପୁଲକେମାନବ-ନବୀନ-ହାସ-ଚାରୁ ବିଲୋକେଆଶିଷ-ଆଲୋକେ ଢଳି, ବିଧୁ-ବିଭାସେ ଉଛୁଳି,ସରସ୍ୱତୀ କୂଳ ସାମ-ସ୍ମୃତି ବିକାଶେ ।କମଳବାସିନି ! ଆସ ଆସ ବ୍ୟାସ ଜନନୀ ।ଆସ ମା ନନ୍ଦନବନ ପୁଲକ ଘେନିଦେଖ ତୋ ସନ୍ତାନ-ବେଶ ଏ କି ତୋ କାଞ୍ଚନ ଦେଶ ।ଧୂଳି ବେଶେ ଉଭା ଆଜି ପର ଧରଷେ ।ଆଜି ମା ସରଗୁଁ ଫୁଲ ପଡ଼ୁ ଗୋ ଝରିସରଳ ତରଳ ଶିଶୁ ସରଣୀ ଭରି,ନିୟୁତ ପିପାସା-ଧାରା ପ୍ରସରି ପରାଣ ସାରା,ପରସନ-ହାସେ ନୀଳ-ଆକାଶେ ମିଶେ ।ଋଷିକୁଳ-ନିସେବିତ ଏହି ଧରଣୀଏହି ହିମାଚଳ ତୋର ଯମୁନା-ବେଣୀସ୍ୱରାଜ ସମ୍ପଦ ଭାସେ ଆସ ମା ! ଅନନ୍ତ ବେଶେସରଗ ବିଳସୁ ନର-ପରାଣ ଦେଶେ ।ଏ ଶତ ପରାଣଭରା ପୀରତି ନୀରେକୋକିଳ-କଳାପ-କଳ-ଗୀତି-ଲହରେଭସାଇ ପିପାସା-ତରୀ ସନ୍ତାନେ ଯିବୁ ଗୋ ତରିଜନନୀ ଜନମ ଭୂଇଁ—ସ୍ୱରାଜ ଦେଶେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର