ବିଘ୍ନେଶ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୮
- ସ୍ଥିତି
- ସାର୍ବଜନୀନ (Public domain)
ଅଭିନବ ଆଜି ତରୁଣ ବିଶ୍ୱେ ଆସ ସୁରବର ପୁଲକ ଅଙ୍ଗେଆଜି, ଯୁଗ-ସଞ୍ଚିତ ନିବିଡ଼ କୁଞ୍ଜେ ନାଚେ ସଙ୍ଗୀତ ମାନବ ସଙ୍ଗେ ।ଫୁଲି ଉଠେ ଦୀନ କଙ୍କାଳ ବୁକେ ଏ କିବା ବାସନା ଚିର ଅଶାନ୍ତନୂତନର ଏ କି ନବ ଅଭିଯାନ ଏ କି ଆବାହନ କୋମଳକାନ୍ତ !(କୋରସ୍)ଆଜି, ବାଜି ଉଠୁ ତବ ବିଜୟ ବଂଶୀ ଉଚ୍ଚକିତ ଏ ଜୀବନ ଯନ୍ତ୍ରଚୂର୍ଣ୍ଣିତ କର ସକଳ ବଂଧ ଉଜ୍ଜ୍ୱଳ କର ଜୀବନ ମନ୍ତ୍ର ।ନନ୍ଦନ ବନ ଯାତ୍ରୀ ଆମେ ହେ ମର୍ମେ ମର୍ମେ ଚମକ କାନ୍ଦେବନ୍ଧନ ଭାବେ ମିଶିଯିବ ତା’ର ଅନ୍ଧ ନୟନେ ନିବିଡ଼ ଛନ୍ଦେ,ଲୋଡ଼େ ପରା ଆଜି ଆଶା ଭେଟିବାକୁ ସଂଗୋପନେ ତା ସୁଦୂର ଲକ୍ଷ୍ୟଧରଣୀର ଏଇ କୁଞ୍ଜ କୁଟୀରେ ଥରିଉଠେ ଶତ ତରୁଣ ବକ୍ଷ(କାରସ)ଆଜି, ବାଜି ଉଠୁ ତବ……ଜୀବନ ମନ୍ତ୍ର ।ସେ ଦିନ ଶୁଭିଲା ଦକ୍ଷ ଦୁଆରେ ଶଙ୍କର କରେ ଗଭୀର ଢକ୍କାନାଚିଲା ସେ ଦିନ ତାଣ୍ଡବ ଖେଳେ ବିପୁଳ ବିଶ୍ୱ ଆଦରି ଶଙ୍କା,ଶାନ୍ତି ଆସିଲା କ୍ଳାନ୍ତ ମରମେ, ଲାଞ୍ଛନା ହେଲା ସେ ଦିନ ଚୂର୍ଣ୍ଣଘେନ ଆବାହନ ହେଉ ଆଜି ସେହି ଯୁଗ ଯୁଗାନ୍ତ ବାସନାପୂର୍ଣ୍ଣ ।(କୋରସ)ଆଜି, ବାଜିଉଠୁ ତବ……ଜୀବନ-ମନ୍ତ୍ର ।ଦୁର୍ଗମ ଗିରି ସାଗର ସେ ପାରେ ଚାଲୁଛି ତରଣୀ ନାଚୁଛି ଝଞ୍ଜାଶଙ୍କିତ କରି ଘେରି ବସେ କେତେ ପଲକେ ପଲକେ ଚିପଦ-ଫଝା,ଉଜ୍ଜ୍ୱଳ ତବ ଶରତ ସଙ୍ଗେ, ଉନ୍ମୁଖ ତବ ଆର୍ଷ କଣ୍ଠନୀରବେ ଚାଲିବ ନବୀନ ଯୁଗର ପଥହରା କେତେ ଲକ୍ଷ୍ୟଭ୍ରଷ୍ଟ ।(କୋରସ୍)ଆଜି, ବାଜିଉଠୁ ତବ……ଜୀବନ ମନ୍ତ୍ର ।ବୈଦିକ ବନେ ଆସି ଯାଜ୍ଞିକ, ଶିଶୁକୁଳ ଆଜି ସାଧିବେ ମନ୍ତ୍ରମିଳିତ କଣ୍ଠେ ଦିବସ ରଜନୀ ଅବନୀ ଆକାଶେ ରଚିବେ ତନ୍ତ୍ର,ଜୀବନ ନାଚିବ ପାଷାଣେ ପାଷାଣେ, ଗଙ୍ଗା ବହିବ ସାହାରା ବକ୍ଷେଯାତନା ବେଦନା ରୁଦ୍ଧ ଦୁଆର ମୁକ୍ତି ଲଭିବ କିଶୋର ଚକ୍ଷେ ।(କୋରସ୍)ଆଜି, ବାଜି ଉଠୁ ତବ…..ଜୀବନ ମନ୍ତ୍ର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର