ଜନ୍ମାଷ୍ଟମୀ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୨
- ସ୍ଥିତି
- ସାର୍ବଜନୀନ (Public domain)
ବର୍ଷା ଆସ, ବିଜୁଳି ହସ ପ୍ରଳୟ କର, ପ୍ରଳୟ କରଜନ୍ମ ଆଜି ଘେନିଛି ଜଣେ ଉତ୍ସ ଫୁଟେ ବନ୍ଦନାରବନ୍ଦୀ ଘର ଯିବରେ ଫାଟିସ୍ୱର୍ଣ୍ଣ ରସେ ଏ ଧୂଳି ମାଟି-ପାଲଟିଯିବ, ଓଲଟି ଯିବ,ଗର୍ବ ଯିବ ଶୃଙ୍ଖଳର;ଆସ ହେ ବୀର, ଆସ ହେ ବୀର !ବନ୍ଦିନୀ ମା ବନ୍ଦନା ଏ ଛନ୍ଦ ତୋଳି ଶୁଣାଅ ସ୍ୱର-ପ୍ରଳୟ ପଛେ ଚାଲରେ ଆଜି ଭାଲେ ଏ ବହି ଅଗ୍ନିଶେଳ,ପଡ଼ିବେ ଶୋଇ ସକଳ ଦୀନ,ଛିନ୍ନ ହେବେ ଘୃଣ୍ୟ ହୀନ ।ଚାଲିବ ତୁମେ, ଚାଲିବୁ ଆମେ,ନୃତ୍ୟ କର ନୃତ୍ୟ କର !!ବଜ୍ର ଧର ! ବଜ୍ର ଧର !!!ବର୍ଷା ଆସ, ଆସ ହେ ଆସ ଫୁତ୍କାରି ସେ ପ୍ରଳୟ-ରାସ,ଏ ଜନପଦ, ସରିତ, ହ୍ରଦ ସରିତପତି ବକ୍ଷେ ବସ !ଅଟ୍ଟହାସେ ହସ ହେ ଥରେ,ଶଙ୍କଟ ଯା’ ମିଳୁ ଏ ପୁରେ,କ୍ଷିପ୍ତ କର ଦୀପ୍ତ କର,ବିଦ୍ୟୁତର ମନ୍ତ୍ର ଜାଳ;ଆସ ହେ ବୀର, ଆସ ହେ ବୀର !ବର୍ଷା ଆସ ବର୍ଷା ଆସ କୁଟୀର ତଳେ ପ୍ରାସାଦ ଚୂଳେ;ଦୁର୍ବା ଖେତେ ଦେବ ଦାରୁରେ ସ୍ପର୍ଶ କରି ସମାନ ତାଳେ;ବନ୍ଦୀ ଘରେ ରଙ୍ଗପୁରେମୃତ୍ୟୁହୀନ ନନ୍ଦନରେସିକ୍ତ କର, ବ୍ୟକ୍ତ କରଯୁକ୍ତ କର ଦାନବ, ସୁର;ଆସ ହେ ବୀର, ଆସ ହେ ବୀର !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର