ଛ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୭
- ସ୍ଥିତି
- ସାର୍ବଜନୀନ (Public domain)
ଛଡ଼କାନ ମନ୍ତ୍ରଭେଦ ।ଛ ମାସର ବଳ ଦିନକର ଜର ।ଛାଡ଼ି ପିତୃକାର୍ଯ୍ୟ କର ରାଜକାର୍ଯ୍ୟ ।ଛୁଇଁଲେ ଛ ଘା ।ଛେଳି ନ ବେଉଣୁ ବୋଦାକୁ କାଢ଼ିଆ ।ଛ ନ ତେର, ଯେ ଯିବ ଘର, ତାକୁ କରିବ ଜର ।ଛୋଟି ବିରାଡ଼ୀ କୁଜୀ ଅସରପା ଉପରକୁ ଟାଣ ।ଛେଳି ଗୋଡ଼ରେ କି ଧାନ ମଳ ହୁଏ ? ।ଜଜୁଆରର ପାଣି ।ଜୋକ ମୁହଁରେ ଲୁଣ ।ଜୋର ଯାର ମୁଲକ ତାର ।ଜାମାତା ଦଶମୋ ଗ୍ରହଃ ।ଜୀବନ୍ନପି ମୃତୋପମଃ ।ଜାତି ଗଲା ପେଟ ନ ପୂରିଲା ।ଜଡ଼ାତେଲ ମେଣ୍ଢାବାଳ ।ଜର ବାଉଳାରେ ତାଟିଆ କାମୁଡ଼ିବା ।ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ ।ଜଳରେ ବାସ କରି କୁମ୍ଭୀର ସଙ୍ଗେ ବାଦ ।ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ, ପୋତ ନ ପୋତ ହୋଇବ ଠିଆ ।ଜନ୍ମ ମଉଣ ବରଷା, ୟା ନ ଜାଣେ ପୁରୁଷା ।ଜୀବରେ ହତ୍ୟା, ମାଂସରେ କାରଣ ନାହିଁ ।ଜାଣି ଘୋଡ଼ାର ଶିଙ୍ଘ ନାହିଁ, ଶିଙ୍ଘ ଥିଲେ ଘୋଡ଼ା ରଖନ୍ତା ନାହିଁ ।ଝଝାଟିକି ମାଟି ।ଝୋଟକୁ ନିଆଁ ବାଇ ।ଝିଅକୁ ଦେଇ ଜ୍ୱାଇଁକି ଉପକାର ।ଝିଣ୍ଟିକା ମାରି ବଣି ପୋଷିଲା ନ୍ୟାୟ ।ଝଡ଼େଇ ଖାଇଲା ବରକୋଳି ଗଛ, ଡରେଇ ଖାଇଲା ପୋଖରୀକ ମାଛ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର