ଚ
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୮
- ସ୍ଥିତି
- ସାର୍ବଜନୀନ (Public domain)
ଚକି ଢିଲାକୁ ଅଟା ଢିଲା ।ଚଟୁ କି ଜାଣେ ତିଉଣର ସ୍ୱାଦ ।ଚକୁଳି ନ ଖାଇ ବିନ୍ଧ ଗଣିବା ।ଚକେ ଗଲେ ବାର ହାତ ।ଚଟକସ୍ୟ ମାଂସଂ ଭାଗଶତଂ ।ଚୋରକୁ ବାଘ ନେଲା ।ଚମ ବାଇଦ କୋଶେ, ତୁଣ୍ଡ ବାଇଦ ସହସ୍ର କୋଶ ।ଚଟୁ ଆଇଁଷ ବେଣ୍ଟ ନିରାମିଷ ।ଚଚା, ଆପଣା ବଞ୍ଚା ।ଚନ୍ଦନଂ ନ ବନେ ବନେ ।ଚିଲିକା ମାଛକୁ ଆକାଶ କୟାଁ ।ଚାପ ପଡ଼ିଲେ ବରପ ବୋଲିବ ।ଚୋର ମା ଦ୍ୱାର ଦେଇ କାନ୍ଦେ ।ଚଦୁଥିବ ମାରିବ କାହିଁ ।ଚାଲିଲା ଶଗଡ଼ରେ ହାତ ଦେବା ।ଚାକିରୀ ତାଳଗଛର ଛାଇ ।ଚୋରର ମନ ଗଣ୍ଠିରିରେ ।ଚୋରର ମୁହଁ ଟାଣ ।ଚୋରକୁ ଧରିବ ଗଣ୍ଠିରିରେ ।ଚୋରଘରେ ନିତି ଆଲୁଅ ନୁହେ ।ଚିଙ୍ଗୁଡ଼ି ଚିପିଲେ ମୁଣ୍ଡରେ ଗୁହ ।ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି ।ଚିତ୍ତ ଜାଣେ ପାପ, ମା ଜାଣେ ବାପ ।ଚୁଚୁନ୍ଦ୍ରା ମାଇଲେ ହାତ ଗନ୍ଧାଏ ।ଚାଷ ତର ତର, ବଣିଜ ଧୀର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର