ଚନ୍ଦ୍ରମୌଳି
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୭
- ସ୍ଥିତି
- ସାର୍ବଜନୀନ (Public domain)
ଅଲଭା ସ୍ଥାନରେ ଯାଇ,ଉତୁରିବି ଯେବେ ଭାଇ ।ଦେଖିବି ଚନ୍ଦ୍ରମଉଳି,ଚନ୍ଦନନଗର ଶୁଳୀ ହେ ।୧।ଜାଗରରେ ଉଜାଗର,ଏ ପୀଠେ ବହୁତ ନର ।ନାନା ପ୍ରକାରେ ପ୍ରଦୀପ,ଜାଳନ୍ତି ଶିବସମୀପ ହେ ।୨।ବାଜୁଥାଏ ଘଣ୍ଟବୀଣା,ନାନା ଦ୍ରବ୍ୟ ବିକାକିଣା ।ଦେଖିଲେ ଦର୍ଶକ ମନ,ମୋହିତ ହୁଏ ବହନ ହେ ।୩।ଅଛି ପ୍ରବାଦ ଏସନ,ରଥ କରି ଆରୋହଣ ।ଶିବଦର୍ଶନ ଲାଳସେ,ଆସନ୍ତି ସ୍ୱର୍ଗୁ ତ୍ରିଦଶେ ହେ ।୪।ଚନ୍ଦ୍ର କିରଣ ସୁନ୍ଦର,ଶିବଶିରେ ତେଜସ୍କର ।ସୁରାଙ୍ଗନା ଅଲୋକିତ,ଆଲୋକରେ ପୁଲକିତ ହେ ।୫।ଅସଂଖ୍ୟ ଫୁଲ ଚନ୍ଦନ,ଶିବମସ୍ତକେ ମଣ୍ଡନ ।ମାନସିକ ଚନ୍ଦ୍ରାତପ,ଘେରଣା ଥାଏ ମଣ୍ଡପ ହେ ।୬।ପ୍ରାର୍ଥନା ଘେନ ତ ଶୂଳୀ,ହେ ପ୍ରଭୁ ଚନ୍ଦ୍ର ମଉଳି ।ରୋଗଶୋକ ତାପହର,ମୋ ପ୍ରତି ସୁଦୟା କର ହେ ।୭।