ଚନ୍ଦନେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୧
- ସ୍ଥିତି
- ସାର୍ବଜନୀନ (Public domain)
ଚନ୍ଦନେଶ୍ୱରଙ୍କୁ ଥରେ,ଭୋଗରାଇ ରାଜ୍ୟପରେ ।କହିବି ମନବେଦନା,ପ୍ରଭୁ ହରିବେ ଯାତନା ହେ ।୧।ପ୍ରଣାସଂକ୍ରମଣ ମେଳା,ଲାଗିଥାଏ କେତେ ଖେଳା ।ଲକ୍ଷାଧିକ ଜନାଗମ,ସେ ଦୃଶ୍ୟ କି ଅନୁପମ ହେ ।୨।ଜମିଦାରଙ୍କର ଖଞ୍ଜା,ଭୋଗ ଘେନି ପଞ୍ଛା ପଞ୍ଛା ।ଶିବ ଧାମେ କରି ସଜ୍ଜା,ଉଡାନ୍ତି ମହିମା ଧ୍ୱଜା ହେ । ୩।ଗନ୍ଧବଟା ଭାଙ୍ଗବଟା,ଲାଗେ କଦଳୀଚକଟା ।ସୁବାସ ଚହଟି ପଡେ,ଭକ୍ତ ମନୋବାଞ୍ଛା ବଢ଼େ ହେ ।୪।ଏହି ଯାତ୍ରାର ସମାନ,ଉତ୍କଳେ କାହିଁ ପ୍ରଧାନ ।ହେଲେ ହୋଇପାରେ ସରି,ହଟନାଥ ଯାତ୍ରା ଧରି ହେ ।୫।