ବିଷୟ ପ୍ରଳୟଜଳ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସଙ୍ଗୀତମାଳା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୬
- ସ୍ଥିତି
- ସାର୍ବଜନୀନ (Public domain)
ମାଡ଼ି ଆସେ ଅବିରଳଏ ବିଷମ ସଙ୍କଟେ କିସତେ ମୋତେ ମୁଞ୍ଚିଲ ହେ ।ଶ୍ରୀପଦ-ଦର୍ଶନରଙ୍କେଦେଖାଦିଅ ଏ ଆତଙ୍କେବାଞ୍ଛାକଳ୍ପତରୁ ନାମେବାଞ୍ଛା ସିଦ୍ଧି ସୁଚିଲ ହେ ।
(୫୭)
(ଝିଁଝିଟ ଖମ୍ୱାଜ–ଯତ୍)ଏ ଜୀବନ ଦେଖ ପ୍ରଭୁ କେମନ୍ତ ଅସାରଫଳହୀନ ତରୁସମ ଧରଣୀର ଭାର ।କାମ କ୍ରୋଧ ଲୋଭ ମୋହେ ସଦା ଏ ହୃଦୟ ଦହେଘୋଟିଅଛି କୁଟିଳତା ଦ୍ୱେଷ ଅହଙ୍କାର ।ଏହି ଯେ ଜୀବନ ମନ ରହିଅଛି ଅଚେତନଗ୍ରାସିଛି ତାହାକୁ ପ୍ରଭୁ ବିଷମ ବିକାର ।ଆହେ ପ୍ରଭୁ ଦୟାମୟ ଅନାଥଜନ ଆଶ୍ରୟଫେଡ଼ ଏ ଦୁର୍ଗତି ମୋର କୃପାପାରାବାର ।
(୫୮)
(ଝିଁଝିଟ–ଏକତାଳ)ଚିର ଶୁଷ୍କ ଥିବ କି ହେ,ଅଧମର ଏ ହୃଦୟ ?ମରିବି କି ମେରୁ ମଧ୍ୟେଆହେ ପ୍ରଭୁ ଦୟାମୟ ।ରସରୂପ ତୁମ୍ଭେ ହରିଦିଅ ରସେ ହୃଦ ଭରିପାଷାଣ ହୃଦୟ ପ୍ରଭୁକର ପ୍ରେମୋଚ୍ଛ୍ୱାସମୟଆସ ପ୍ରାଣସଖା ମମପ୍ରାଣେଶ୍ୱର ନିରୁପମପ୍ରାଣାକାଶେ ବହାଅ ହେପୁଣ୍ୟ ପ୍ରେମର ମଳୟ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର