ହୃଦୟର ଋତୁରାଜ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସଙ୍ଗୀତମାଳା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୫
- ସ୍ଥିତି
- ସାର୍ବଜନୀନ (Public domain)
ହୃଦ-କାନନେ ବିରାଜସ୍ୱର୍ଗୀୟ ସୌରଭେ ପ୍ରାଣକର ପ୍ରଭୁ ମଧୁମୟ ।
(୫୯)
(ମୁଲତାନ–ଆଡ଼ାଠେକା)ଆଶା କରି ଆସିଅଛିମହାପ୍ରଭୁ ତୁମ୍ଭ ଦ୍ୱାରେ,ଏକମାତ୍ର ଆଶା ତୁମ୍ଭେଭୟାବହ ଏ ସଂସାରେ ।ପାପର କୁହୁକେ ମଜ୍ଜିତୁମ୍ଭ ଶ୍ରୀଚରଣ ତେଜିଭ୍ରମିଛି ହେ କେତେ କାଳମାତି ଅନିତ୍ୟ ସଂସାରେଦଗ୍ଧ ହୋଇ ପାପାନଳେବୁଡ଼ିଛି ନୈରାଶ୍ୟ-ଜଳେକାଟିଅଛି ଦିନ ପ୍ରଭୁଦୁଃଖମୟ ହାହାକାରେ ।ଟାଣିଅଛ ତୁମ୍ଭେ ପୁଣଧନ୍ୟ ତବ କୃପାଗୁଣଶ୍ରୀପଦ ଆଡ଼କୁ ପ୍ରଭୁନୂତନ ଆଶା ସଞ୍ଚାରେପୁଣି ହେ କେମନ୍ତ ହରିତୁମ୍ଭପାଦ ପରିହରିପଡ଼ିଅଛି ଦୁର୍ବିପାକେବିଷମ ପାପବିକାରେ ।ଏହିପରି କେତେ ଦିନକାଶଟିବ ହେ ଦୀନହୀନଚିରଦିନ ପାଇଁ ଏବେଉଦ୍ଧାର କର କୃପାରେଶ୍ରୀପଦେ ରଖ ମୋ ମତିହେ ହରି ବ୍ରହ୍ମାଣ୍ଡପତିଉଦ୍ଧାର ଅଧମ ଜନେନାଶି ମୋହ-ଅନ୍ଧକାରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ