ବସଇ ଚରଣତଳେ — ମଧୁସୂଦନ ରାଓ · ସ୍ୱର୍ଣ୍ଣଲିପିଘୋଡ଼ାଇ ସ୍ନେହ-ଅଞ୍ଚଳେଧୋଇ ନେତ୍ର ଭକ୍ତି-ଜଳେଦେଖାଅ ତୁମ୍ଭ ସଂସାର ।ନିଅ ମୋତେ ପାଶେ ଟାଣିଶୁଣାଅ ଶ୍ରୀମୁଖ ବାଣୀକର ଚିତ୍ତେ ରାଜଧାନୀବିଶ୍ୱରାଣୀ ମହିମାର ।ନିଅ ଏ କଳ୍ପନା ସ୍ମୃତିବୁଦ୍ଧି ହୃଦୟପ୍ରବୃତ୍ତିଶୁଦ୍ଧ କର ଏ ପ୍ରକୃତିନାଶ ମା’ ସର୍ବ ବିକାର ।
(୪୨)
(ଆଲେୟା ଜୟଜୟନ୍ତୀ–ଝାମ୍ପତାଳ)ପାଷାଣ୍ଡ ନାସ୍ତିକ ମୁହିଁଅଧମ କପଟାଚାରୀମୁଖେ ପ୍ରଭୁ ପ୍ରଭୁ ଶବ୍ଦ,ଅନ୍ତର ଯେ ଅହଙ୍କାରୀ ।କଳ୍ପନା କାମନା ମୋରପାପ-ବିଷେ ଜରଜରଆସକ୍ତିଜଡ଼ିତ ପ୍ରାଣଦେଖ ପ୍ରଭୁ ପାପହାରୀ ।ଏ କି ଘୋର ବିଡ଼ମ୍ୱନାକରି ଆତ୍ମ-ପ୍ରତାରଣାବୁଲୁଛି ମୋହାନ୍ଧ ହୋଇମନ୍ଦମତି ଦୁରାଚାରୀ ।କି କରିବି କାହିଁ ଯିବିକେମନ୍ତେ ହେ ନିସ୍ତରିବିରଖ ହେ ନିରକ୍ଷର ଜନେଘୋର ସଙ୍କଟୁ ଉଦ୍ଧାରି ।
(୪୩)
(ବଙ୍ଗଳାଶ୍ରୀ)ହୃଦୟକୁଟୀରେ ଆସ ଦୀନବନ୍ଧୁଆସ ଏ ହୃଦ-କୁଟୀରେ;ପାପର ସନ୍ତାପେ ଅତି ଜର୍ଜରିତଡାକଇ ଦୀନ କାତରେ ।ବହୁ ଆଶା କରି ଆସିଅଛି ଆଜତୀର୍ଥରାଜ ଶ୍ରୀପୟରେ;ଜାଣିଅଛି ପ୍ରଭୁ ସର୍ବସାରାରତ୍ସାରସେ ପଦ ବିଶ୍ୱ ମଧ୍ୟରେ ।ଦୁଃଖୀ-ମନୋରଥ କର ହେ ପୂରଣଉଇଁ ହୃଦୟ-ଅମ୍ୱରେ;ଦରଶନ ଦିଅ ଜୀବନ ସାର୍ଥକହେଉ ତୁମ୍ଭ ପ୍ରସାଦରେ ।
(୪୪)
(ଆଶା–ଠୁମ୍ରି)ଭୟଙ୍କର ଭବସିନ୍ଧୁ ହେ ଭୟହାରୀ !ସାହା ନିରାଶର ଆନ କେ ଦୋସରହୋଇବ ହେ ତ୍ରାଣକାରୀ ।ତାପିତ ଜୀବନ- ଶାନ୍ତି-ସୁଧାକରହେ ମୋହ ଦୁର୍ଦ୍ଦିନହାରୀ;ତୁମ୍ଭେ କୃପାମୟ ହେଳେ ଉଦ୍ଧାରୁଛ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
କୋଟି କୋଟି ନରନାରୀ ।
ଘୋର ଭୟାନକ ସଙ୍କଟରେ ପଡ଼ି
ଡାକଇ ଦୀନ ଭିଖାରି;
ଆସ ମହାପ୍ରଭୁ ତାର ହେ ତାର ହେ
ସର୍ବ ସଙ୍କଟ ନିବାରି ।
(୪୫)
(ଆଶା–ଠୁମ୍ରି)ଅଧମତାରଣ ଭୟବିନାଶନଆସ ହେ ହୃୟଧାମେ;ମହାଭୟଙ୍କର ପାପ-ନିଶାଚରଗର୍ଜଇ ଘୋର ସଂଗ୍ରାମେ ।କାତର ଦୁର୍ବଳ ଭୀତ ନିଃସମ୍ବଳଡାକଇ ବ୍ୟାକୁଳ ପ୍ରାଣେ;ପାପାସୁର ଭୟ ନାଶ ଦୟାମୟ !ତୋର ମୋତ ବ୍ରହ୍ମନାମେଦେଇ ପୁଣ୍ୟବଳ ହୃଦୟ ନିର୍ମଳକର ହେ କୃପାବିଧାନେ,ଆନନ୍ଦ ଅମୃତ ବିତର ସନ୍ତତପୂର୍ଣ୍ଣ କର ଚିତ୍ତ ପ୍ରେମେ ।
(୪୬)
(ଝିଁଝିଟ–ଯତ୍)ଦେଖାଇଲ କି ହେ ହରି,ତୁମ୍ଭ ପ୍ରେମ ପୁଣ୍ୟଜ୍ୟୋତିସାର୍ଥକ ହେଲା କି ପ୍ରାଣ,ଦେଖି ଅରୂପ ମୂରତି ।ସ୍ୱପ୍ରକାଶ ଦୟାମୟ,ଫିଟାଇ ଏହି ହୃଦୟଦେଖାଇଲ ତହିଁ କେତେକୁଟିଳ ପାପବସତି ।ହେ ପ୍ରଭୁ ସତ୍ୟନିଧାନ,ଭାଙ୍ଗି ମୋହର ଗୁମାନଦେଖାଇଲ କି କୁତ୍ସିତ,କଳଙ୍କିତ ଏହି ମତି ।ଅନୁତପ୍ତ କରି ପ୍ରାଣ,ଡାକୁଅଛି ଭଗବାନସକଳ ସନ୍ତାପହର,ତବ ଶ୍ରୀଚରଣ ପ୍ରତି ।କର କର ଆଶୀର୍ବାଦ,ବିନାଶ ମୋହ ପ୍ରମାଦକଳଙ୍କଭଞ୍ଜନ ତୁମ୍ଭେ,ଅଗତତି ଜନର ଗତି ।
(୪୭)
ଘୋଟି ଆସୁଅଛି ହେ, ଘୋର ଅନ୍ଧକାର ରାତିକାହିଁ ଯିବି ପ୍ରଭୁ ଏ ମୋହ ଅନ୍ଧାରେଆସ ହେ ଜ୍ୟୋତିର ଜ୍ୟୋତି ।ତୁମ୍ଭେ ଥିଲେ ପାଶେ କି ଭୟ କାହାକୁହେଳେ ଲଙ୍ଘିବି ବିପତ୍ତି;ଦୁଷ୍ଟ ରିପୁକୁଳ ହୋଇବେ ନିର୍ମୂଳନିର୍ମଳ ହୋଇବ ମତି ।ତୁମ୍ଭ ପ୍ରେମମୁଖ ଦେଖି ପାସୋରିବିଅସାର ବିଷୟ-ପ୍ରୀତି;ତୁମ୍ଭରି ଆଦେଶ ଭକ୍ତିଯୋଗ ପାଳିଶିଖିବି ସୁପୁତ୍ର ରୀତି ।ଚିରକାଳ ମୋର ହୃଦେ ବାସ କରନାଶ ମୋର ପାପମତି;ବିଷୟର ଘୋର ମୋହ ଦୂର ହେଉଦିଅ ବହନ ମୁକତି ।
(୪୮)
(ଲଳିତ–ଆଡ଼ା)ତୁମ୍ଭ ବିନା ତାରିବାକୁନାହିଁ କେହି ଆନ,ପତିତପାବନ ତୁମ୍ଭେକରୁଣାନିଧାନ ।ଆହେ ବ୍ରହ୍ମାଣ୍ଡର ପତି,ତୁମ୍ଭେ ଅଗତିର ଗତିଭକ୍ତି-ମହୌଷଧ ପ୍ରଭୁକର ମୋତେ ଦାନ ।ନିରାଶ ମୋର ହୃଦୟକି କହିବି ଦୟାମୟ,ଜାଣୁଛ କି ଦଃଖେପ୍ରଭୁ ଅବସନ୍ନ ପ୍ରାଣ !ନାଶି ହୃଦୟ-ଅନ୍ଧାରଘୋର କଳୁଷ-ସମ୍ଭାରବହନେ ଦର୍ଶନ ଦିଅମଙ୍ଗଳନିଦାନ ।
(୪୯)
(ତୋଡ଼ିପରଜ–ଆଡ଼ତାଳୀ)ଦୟାସାଗରେ ହେ, ଦେଖା ଦିଅ ଅଛ କାହିଁ ।ତୁମ୍ଭ ବିନା ପ୍ରଭୁ ଏ ବିଶ୍ୱସଂସାରକ୍ଷଣେ ଭଲ ନ ଲାଗଇ ।ମୋହ-ଅନ୍ଧକାରେ ଅନ୍ଧ ମୋ ନୟନଶ୍ରୀଚରଣ ଦିଶୁନାହିଁ;ପାପ-ଯାତନାରେ ହୃଦୟ ଅଥୟହେଉଛି ହେ ବିଶ୍ୱସାଇଁ ।ଆକାଶ ସାଗର ଗିରି ବନ ନଦୀଚରାଚର ବିଶ୍ୱ ଏହି,ସଂସାର ବିଷାକ୍ତ ନୟନ ଅଗ୍ରତେକ୍ଷଣେ ସୁଦ୍ଧା ନ ଶୋଭଇ ।ଜୀବନ ଯୌବନ ଧନ ମାନ ଜ୍ଞାନକାହିଁରେ ତ ଶାନ୍ତି ନାହିଁ;ନିରାଶ ବ୍ୟାକୁଳ ଅବସନ୍ନ ଚିତ୍ତେଡାକୁଅଛି ପ୍ରଭୁ ମୁହିଁ ।ଦରଶନ ବାରେ ଦିଅ ପ୍ରାଣସଖାଭକ୍ତଜନ ଭାବଗ୍ରାହୀ;ତୁମ୍ଭ ପାଦପଦ୍ମେ ସମର୍ପି ହୃଦୟରହିବି ନିର୍ଭୟ ହୋଇ ।
(୫୦)
(ସୁରଟମଲ୍ଲାର–ଏକତାଳ)ପାଦପଦ୍ମେ ରଖ ମତି;ହୃଦୟର ସ୍ୱାମୀ ପ୍ରଭୋ ଅନ୍ତର୍ଯ୍ୟାମୀକୃପା କର ଦୀନ ପ୍ରତି ।ପତିତପାବନ ତୁମ୍ଭେ କୃପାମୟଗତିହୀନ ଜନ ମୁହିଁ ନିରାଶୟ,ଦୁଃଖହାରୀ କହି ଆଉ ବିଶ୍ୱେ ନାହିଁଜାଣିଅଛି ବିଶ୍ୱପତି ।ଚତୁର୍ଦ୍ଦିଗେ ପ୍ରଭୁ ସଂସାର-ଶ୍ମଶାନ,ଭୟରେ ହୃଦୟ ସଦା କମ୍ପମାନ,ଦେଇ ପୁଣ୍ୟବଳ ପ୍ରେମ-ଶାନ୍ତି-ଜଳକିଏ ଫେଡ଼ିବ ଦୁର୍ଗତି ।କିସ ଜଣାଇବି ଦେଖୁଛ ମୋ ଦଶା,ପାଦପଦ୍ମେ ମୋର ସକଳ ଭରସା,ରହୁ ତହିଁ ମୋର ମନ-ମଧୁକରନିଶ୍ଚେ ଘୁଞ୍ଚିବ ଦୁର୍ଗତି ।କେବେ ହେବ ପ୍ରଭୁ ସେ ଶୁଭ ମୁହୂର୍ତ୍ତ,ଦୁଷ୍ଟ ରିପୁଦଳ ହେବେ ପରାଭୂତ,ହେବ ଏ ପ୍ରାଣର ରାଜରାଜେଶ୍ୱରଘେନିବ ମୋର ପ୍ରଣତି ।ଚରଣକମଳୁ ଅମୃତ ପିଇବି,ସକଳ ହୃଦୟେ ତୁମ୍ଭଙ୍କୁ ପୂଜିବି,ସଦା ସର୍ବ ସ୍ଥାନେ ତୁମ୍ଭ ନାମ ଗାନେଲଭିବି ପୁଣ୍ୟ-ସମ୍ପତ୍ତି ।
(୫୧)
(ଭୈରବ–ଝୁଲା)ପ୍ରଭୁଙ୍କୁ ଦେଖିଲେ ଥରେଆଉ ତ ନ ଛାଡ଼ିବି ରେ ।ପ୍ରେମବିମୋହିତ ଡୋଳେଅନାଇ ରହିବି ଭୋଳେଭକ୍ତି-ଅଶ୍ରୁଜଳେ ଭାସିପଦତଳେ ପଡ଼ିବି ରେ ।କହିବି, ‘‘କ୍ଷମାସାଗର,ଦୀନଗହୀନ କ୍ଷମା କରନୋହିଲେ ଗଲିଟି ସରି’’ବୋଲି କର ଯୋଡ଼ିବି ରେ ।ଫିଙ୍ଗି ଦୂରେ ଅହଙ୍କାରଶ୍ରୀପଦ କରିବି ସାରରଖ ରଖ ବୋଲି କୃପା-ସିନ୍ଧୁଜଳେ ବୁଡ଼ିବି ରେ ।
(୫୨)
(ମୂଲତାନ–ଯତ୍)ହେ ବିଶ୍ୱନନ୍ଦନ ବାରେତୁମ୍ଭର ପ୍ରକାଶେଫୁଟାଅ ଏ ପ୍ରାଣ-ପଦ୍ମଅପୂର୍ବ ବିକାଶେ ।ସେ ଅପୂର୍ବ ଦରଶନେପୁଲକପୂରିତ ମନେଆନନ୍ଦ ସଙ୍ଗୀତ ସ୍ଫୁରୁଅମୃତ ଉଚ୍ଛ୍ୱାସେ ।ସେ ଗୀତ ଉନ୍ମାଦସ୍ରୋତେନଚାଇ ନଚାଇ ମୋତେଘେନିଯାଅ ଯଥା ଇଚ୍ଛାନାଶି ପାପ-ତ୍ରାସେ ।
(୫୩)
(ଭୈରବ–ଏକତାଳୀ)କୋଟି ଜଗତର ରାଜରାଜେଶ୍ୱରବିରାଜ ହୃଦୟ-ଗଗନେ,ପ୍ରଭୋ ନିରଞ୍ଜନ ଡାକେ ଦୀନ ଜନଅବନତ ତବ ଚରଣେ ।ଚିରସଖା ମୋର ଅନ୍ତରତମ,କେ ଅଛି ସଂସାରେ ତୁମ୍ଭରି ସମ ?ଚିର ପିତା ମାତା ସହାୟ ମମଚିରସଙ୍ଗୀ ମମ ଜୀବନେ ।ଭୁବନବରେଣ୍ୟ ଭୟଭଞ୍ଜନସର୍ବଶୁଭଦାତା ଶାନ୍ତିସଦନଦୂରିତ-ତିମିର ହର ଶରଣଅଛ ସଖା ପ୍ରାଣେ ଗୋପନେ ।ଦଗ୍ଧହୃଦୟ- ଶାନ୍ତି ଚନ୍ଦନଆନନ୍ଦ-ଆଳୟ ପ୍ରାଣନନ୍ଦନନିଖିଳ ଜଗତେ ଅମୃତ-ଧନବିତରୁଛ ପ୍ରଭୋ ଗୋପନେ ।
(୫୪)
(ବଙ୍ଗଳାଶ୍ରୀ)ଦିଅ ଯା ଦେବାର ସୁଖ କିବା ଦୁଃଖଯାହା ଇଚ୍ଛା ହେ ତୁମ୍ଭର;ତଥି ମଧ୍ୟେ ଯେହ୍ନେ କେବଳ ମଙ୍ଗଳଦେଖୁ ଏ ନେତ୍ର ମୋହର ।ଫଳୁ ଅବା ମରୁ ଆଶା-ଲତା ମୋରସଂସାର-ବନ ମଧ୍ୟର;ପଦଚ୍ଛାୟାତଳେ ରଖିଅଛ ମୋତେବୋଲିବି ମୁଁ ନିରନ୍ତର ।ବିପଦ-କ୍ଳେଶର ତୀବ୍ର କଶାଘାତସମ୍ପଦର ସ୍ନେହାଦର;ସବୁରି ମଧ୍ୟରେ ତୁମ୍ଭ ଇଚ୍ଛା ଜୟହେଉ ଆହେ ପ୍ରାଣେଶ୍ୱର ।
(୫୫)
(ଭାଟିଆରି–ଆଡ଼ତାଳୀ)ଅନୁକ୍ଷଣ, ଦୁର୍ବଳ-କାତରେ ଦିଅ ଦରଶନ ॥
ଅନ୍ତରେ ବାହାରେ ରିପୁଦଳତରଜନ୍ତି କରି କୋଳାହଳ;ବିଷମ ସଂକଟେ ପଡ଼ି ଡାକଇ ମୁଁଅନାଥ ଅଧମ ଅକିଞ୍ଚନ ।ଅଭୟ ଘୋଷଣା ଶ୍ରୀମୁଖରଶୁଣାଅ ହେ ବାରେ ପ୍ରାଣେଶ୍ୱର,ଅକାତରେ ତେବେ ତୁମ୍ଭ ଜୟ ଘୋଷିଭେଟିବି ସକଳ ରିପୁଗଣ ।ଅନ୍ୟ ଭିକ୍ଷା ନାହିଁ ଶ୍ରୀଚରଣେତୁମ୍ଭ ଇଚ୍ଛା ଜୟ ଏ ଜୀବନେ;ଦେଖାଅ ବହନ ବିଘ୍ନବିନାଶନହେ ଭୟଭଞ୍ଜନ ନିରଞ୍ଜନ ।
(୫୬)
(ଦେଶାକ୍ଷ–ତ୍ରିପଟା)ଚକିତେ ଏ ଚିତ୍ତେ ଦେଖା-ଦେଇ କାହିଁ ଲୁଚିଲ ହେ ।ଘୋର ଏ ସଂସାର-ବନଏକାକୀ ମୁଁ ଅକିଞ୍ଚନଅସହାୟ ସଙ୍ଗେ ସଖାଏ କି କୂଟ ରଚିଲ ହେ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ