ଭାରତୀ-ବନ୍ଦନା
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବିବିଧ କବିତା (2)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୩
- ସ୍ଥିତି
- ସାର୍ବଜନୀନ (Public domain)
ଭଗବତି ଭାରତୀ ! ତବ ଚରଣତଳେବିକଶିତ ମାନସ-କମଳଦଳେମଧୁମୟ-ଉତ୍ସବ-ଦୀପ ଜଳେଜୟ ଜୟ ଭାରତୀ ଦେବୀ !ୠଷିଗଣ ସୁରଗଣ କବିଗଣ ପ୍ରାଣସମାଜେଜନନୀ ବାଣି ! ତବ ଆସନ ରାଜେ,ବିଶ୍ୱମୋହିନୀ ତବ ବୀଣା ବାଜେ,ଜୟ ଜୟ ଭାରତୀ ଦେବୀ !ଶ୍ରୁତି ଇତିହାସ ନାଟକ କାବ୍ୟକଳାଦର୍ଶନ ବିଜ୍ଞାନ ତବ କୀରତି ଅମଳା,ଗୌରବେ ପୁଣ୍ୟ ସୌରଭେ ସଦା ବିମଳାଜୟ ଜୟ ଭାରତୀ ଦେବୀ !ଭାରତ ଅନ୍ତର ଦୀପିତ କର ତବ କିରଣେ,ଅମୃତ ସମ୍ପଦ ତବ ବରଚରଣେ,ନିଅ ଭାରତେ ତବ ଧ୍ରୁବ ସତ୍ୟ ଗଗନେ,ଜୟ ଜୟ ଭାରତୀ ଦେବୀ !
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର