ଆର୍ଶୀବାଦ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବିବିଧ କବିତା (2)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୬
- ସ୍ଥିତି
- ସାର୍ବଜନୀନ (Public domain)
ଅର୍ଦ୍ଧ-ଶତ ବର୍ଷ ଯାର ଅଶେଷ ଆଶିଷବରଷିଛି ତୋ ମସ୍ତକେ ବତ୍ସ ! ଅହର୍ନିଶ ।ସ୍ୱରଗର ପ୍ରେମ-ସୁଧାଧାରା ଅବିରତେରଖିଛି ଆଦରେ ତୋତେ ଏ ମହାଜଗତେ ।ସେହି ବିଶ୍ୱଜନନୀର ଶ୍ରୀଚରଣପ୍ରାନ୍ତେଆଜି ତୋ ଜନମ-ଦିନେ ବସିଣ ଏକାନ୍ତେ,ଆକୁଳ ଅଗ୍ରଜ ତୋର କୃତଜ୍ଞ ଅନ୍ତରେଆଜନ୍ମ ଜୀବନ-ବାର୍ତ୍ତା ସ୍ମରି ଭକ୍ତିଭରେ,ସ୍ନେହର ପ୍ରତିମା ତାର ତୋତେ ପ୍ରାଣେ ଧରି,ପିତୃ-ମାତୃ-ଭ୍ରାତୃ-ସ୍ନେହେ ଆଲିଙ୍ଗନ କରିସ୍ନେହର ଚୁମ୍ବନ ଦେଇ ଆନନେ ତୋହରବନ୍ଦଇ ଆନନ୍ଦେ ବିଶ୍ୱଜନନୀ ପୟର;ବ୍ୟାକୁଳେ ମାଗଇ ସେହି ଅଭୟ ଚରଣେ,ରଖ ମା’ ରଖ ମା’ ମୋର ଅନୁଜ ଜୀବନେ ।ଅନନ୍ତ ମଙ୍ଗଳମୟ ପ୍ରେମ-ଛାୟାତଳେଦିବ୍ୟାଲୋକ ଦିଅ ମାତା ହୃଦ-ଶତଦଳେ ।ଅନନ୍ତ ପ୍ରେମରେ ମଧୁମୟ ଆଲିଙ୍ଗନେଅନନ୍ତ ସ୍ନେହର ପୁଣ୍ୟ ଅମୃତ ଚୁମ୍ବନେସାର୍ଥକ ସଫଳ ଧନ୍ୟ କର ତା ଜୀବନ,ଶ୍ରୀପଦେ ମାଗଇ ଭିକ୍ଷା ଏ ଅଧମ ଜନ ।ପରଲୋକଗତା ସୁଲକ୍ଷଣା ଦେବୀଦେବି ସୁଲକ୍ଷଣେ, ଜନ୍ମି ସୁକ୍ଷଣେଭବଲୀଳା ସାରି ପୁଣ୍ୟ ଜୀବନେଯାଇଛ ମା’ ଚାଲି ଦେବତାଗ୍ରାମେଜରା-ମରଣର ଅତୀତ ଧାମେ,ନାହିଁ ଯହିଁ ମୋହ-ମାୟା,ନାହିଁ ନାହିଁ ଯହିଁ ଶୋକ ପାପ ତାପଦୁଃଖର ତାମସୀ ଛାୟା ।ସେ ଅନନ୍ତ ଧାମ ଅମୃତାଳୟଅନନ୍ତ ଆନନ୍ଦେ ଆନନ୍ଦମୟ,ଜ୍ୟୋତିର୍ମୟ ଶୁଭ୍ର ପୁଣ୍ୟ କିରଣେ,ପୂର୍ଣ୍ଣ ସାଧୁ ଭକ୍ତ ଅମରଗଣେ,ଧ୍ରୁବ ଧର୍ମ-ଧନ ଯହିଁ,ଶାଶ୍ୱତ ସତ୍ୟର ସାତ୍ତ୍ୱିକ ଜ୍ୟୋତିରଦିବ୍ୟ ତେଜେ ବିରାଜଇ ।ଯେ ପ୍ରେମ ଭକ୍ତିର ପୁଣ୍ୟ ସରଣୀ,ଯାଇଛି ସ୍ୱର୍ଗକୁ ଲଙ୍ଘି ଧରଣୀ,ସେ ସରଣୀ ଅନୁସରି ଜୀବନେ,ଅନାୟାସେ ଗଲ ଦେବଭବନେ,ଦେବୀଏ ସ୍ୱାଗତ ଭାଷି,ତବ କର ଧରି ଆଦରେ ନିଅନ୍ତିବରଷି କୁସୁମରାଶି ।‘ଆସ ଆସ ସତି ଭକତିମତି,ଆସ ସୁଲକ୍ଷଣେ ସୌଭାଗ୍ୟବତି’–ବୋଲି ଦେବୀଗଣ ପୁଲକଭରେପୁଣ୍ୟ ପାରିଜାତମାଳା ଆଦରେଲମ୍ବାଇଲେ ତବ ଗଳେ,ଧନ୍ୟ ଧନ୍ୟ ଦେବି, ଲଭିଲେ ସ୍ୱରଗପବିତ୍ର ବିଶ୍ୱାସବଳେ ।ଗଲ ଚଳି ଦେବି, ସ୍ୱର୍ଗନିବାସେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର