ପବନ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବିବିଧ କବିତା (2)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୩
- ସ୍ଥିତି
- ସାର୍ବଜନୀନ (Public domain)
ମୋତେ ନୟନରେ କେହି ଦେଖିନାହିଁ,ଅଛି ମୁହିଁ ସବୁଠାରେ,ସମସ୍ତଙ୍କୁ ଛୁଇଁ ପଳାଇଯାଏ ମୁଁ,କିଏ ମୋତେ ଧରିପାରେ ?ଦୋହଲାଇ ନଦୀ- ସମୁଦ୍ରର ଜଳ,ତରୁ ଲତା ପୁଷ୍ପ ଫଳ,ଆକାଶରେ ମେଘ- ମାଳଙ୍କୁ ଚଳାଇବୁଲଇ ମୁହିଁ ଚଞ୍ଚଳ ।ମହାବେଗେ ଯେବେ ବୁଲଇ ଜଗତେ,ଭାଙ୍ଗିଯାଏ ଘରଦ୍ୱାର,ଉପୁଡ଼ି ପଡ଼ଇ ବଡ଼ ବଡ଼ ବୃକ୍ଷପଡ଼ିଯାଏ ହାହାକାର ।ମୋ ବିନା ବଞ୍ଚିବ କିଏ ଏ ଜଗତେମୁଁ ତ ଜୀବର ଜୀବନ,ମୋ ନାମ କହ ହେ ବାଳକ ବାଳିକା !ଆରେ ପବନ ପବନ ।ନବବର୍ଷ
(୧)
ହେ ନୂତନ ସମ୍ବତ୍ସର ନବ ଦେବଦୂତ,ମହାକାଳ-ଅବତାର ହେ ନବ ଅତିଥି,ୠତୁ ମାସ ପକ୍ଷ ଦିନ ବେଳା ବାର ତିଥି–ବିଧି ଅନୁକ୍ରମେ ଭବେ ତୁମ୍ଭେ କି ଆହୂତ ?ପ୍ରତିକ୍ଷଣ ନୁହଇ କି ତବ ସ୍ଥିତି-ପୂତ?ନୁହଁ କି ହେ ନିତ୍ୟ ପୁରାତନ, ନିତ୍ୟ ନବ ?କେ ଜାଣେ କେବଣ କ୍ଷଣେ ତୁମ୍ଭର ସମ୍ଭବ ?ହେ ବରେଣ୍ୟ, ଅଦଭୁତ ସିଦ୍ଧ ଅବଧୂତ ।ଆସ ଆସ ଆସ ମୋର ହୃଦୟ-ଶ୍ମଶାନେ,ଦଗ୍ଧ ଯହିଁ କେତେ ଆଶା କେତେ ମନୋରଥ,ନବ ଆଶା ନବ ଭାବ ସଞ୍ଚାରି ପରାଣେଫିଟାଇ ଦିଅ ହେ ନବ କଲ୍ୟାଣର ପଥ,ପୁଣ୍ୟ ଉତ୍ସାହର ମନ୍ତ୍ର ଉଚ୍ଚାରି ସଘନେଉଦ୍ଧାର ଉଦ୍ଧାର ଏହି ଦୀନହୀନ ଜନେ ।
(୨)
ଥିଲା ଯାହା କିଛି ସତ୍ୟ ମଙ୍ଗଳ ସୁନ୍ଦରଅତୀରର ରାଜ୍ୟେ ସେହି ଶାଶ୍ୱତ ସମ୍ପଦଅତୀତ-ଦାୟାଦରୂପେ ଲଭିଛ ବରଦ,ବିତର ଏ ଭବେ ଏବେ ତାହା ନିରନ୍ତର,ଲୁବ୍ଧ ସ୍ୱାର୍ଥ-ପର କ୍ରୂର ନର-ଦାନବରକୁଟିଳ ନିର୍ଲଜ୍ଜ ମଦମତ୍ତ ଅତ୍ୟାଚାରେବିନାଶି ବିସ୍ତାର ରାଜ୍ୟ ଦେବ-ମାନବରୠଷିଜନ ହିରଣ୍ମୟ ହୃଦୟ-ଆଧାରେନିହିତ ଯେ ସ୍ୱର୍ଗରାଜ୍ୟ ସେହି ଶାନ୍ତିଧାମସତ୍ୟର ନ୍ୟାୟର ବଳେ କର ପ୍ରତିଷ୍ଠିତ,ଅନ୍ତରର ମହୋଦାର ସୁମଙ୍ଗଳ କାମନରନାରୀ ଅନ୍ତରରେ ହେଉ ବିସ୍ଫାରିତ,ଦବ୍ୟ ଜ୍ଞାନ ଶୁଦ୍ଧ ପ୍ରୀତି ଦିଅ ହେ ସକଳେ,ସ୍ୱର୍ଗର ପୌରୁଷ ଜାଗୁ ଅବନୀ-ମଣ୍ଡଳେ ।ସଂସାରର ଧର୍ମ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର