ଆତ୍ମବଳି — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିଅଶୀ ବରଷର ବୁଢ଼ୀଟିଏ ସେ ତକୁଟୀର ଆଦରି ବିତାଏ ଦିନମନେ ମନ ଭାରା ଆଦରି ଉଦାସେନିତି ଦେଖେ କେତେ ସୁଖ-ସପନ ।ଅନ୍ଧାର ରାତିରେ ହେଲେ ପଥବଣାଫେରନ୍ତି ପଥିକେ ଲକ୍ଷି ସେ ଘରନଗରର ଶେଷ ସୀମାରେ କାନନକାନନ ଶେଷରେ ଘରଟି ତାର ।ନିତି ଯାହା ମିଳେ ଶାଗ, ପେଜ ଘେନିବନ ଫୁଲଫଳେ ପୋଷେ ସେ ପେଟ ।ନିତି ଯାହା ଦେଖେ ବନଛବି ଯେତେପୁଲକେ ଭରଇ ଆପଣା ଚିତ୍ତ ।ନୟନପିତୁଳି ପରାଣ ସାଥୀ ତାଏକଇ ବାଳକ ବରଷ ଦଶସବୁ ଆଶା ବୁଢ଼ୀ ପାଳିଛି ତା ପାଶେକରିବ ତା ଆଗେ ଜୀବନ ଶେଷ ।ପୂଜି କେତେ ଦିଅଁ ବାଳୁତ ବୟସୁକରି କେତେ ଉପବାସ ଶରମେଡାକି କେତେ ଡାକ ବିଭୁଙ୍କ ଚରଣେପାଳିଛି ପରା ସେ ଜନନୀପଣେ ।ଦଣ୍ଡେ ନ ଦେଖିଲେ ହୃଦୟସଂଖାଳିଅନ୍ଧୁଣୀ ପରି ସେ ଆକୁଳେ ବସେଲୁହ ବହିବାର ଦେଖିଲେ ତା ନେତ୍ରୁସତେ କି ପିଣ୍ଡରୁ ପରାଣ ଖସେ !ଦୂରୁ ମାଡ଼ିଆସେ ସାଇଁସାଇଁ ତାନେବନପାରେ ଅଚାନକ ବରଷାଆସୁଥାଏ ତେଣେ କଳା ଶାଢ଼ୀ ପିନ୍ଧିଯାମିନୀ ସୁନ୍ଦରୀ ବିକଟ-ବେଶା ।ଖଣତିଟି ଧରି ପୁଅ ଯାଇଥାଏଚେର, ମୂଳ ଖୋଳି ବନ ସେ ପାରେବୁଢ଼ୀ ବସିଥାଏ ପରାଣ ଆକୁଳେଦୁଆର ଆବୋରି ନିରେଖି ତାରେ ।ଥପଥପ ବାରି ଝରୁଥାଏ ଶିରୁପହଞ୍ଚିଗଲେ ସେ ନୟନମଣିଲୁହ ଦୁଇଧାର ବୁହାଇ ବୁଢ଼ୀଟିସେନେହେ ଟୁମ୍ବଇ ବଦନ ପୁଣି ।ଗରିବ ଘରର ଗରିବ ରାନ୍ଧଣାଆଗ ବାଢ଼ିଦିଏ ପୁଅକୁ ଧରିବଳିଲେ ଖାଏ ସେ ଦି’ ମୁଠି ପେଟକୁନ ବଳିଲେ ଥାଏ ଉପାସ କରି ।ଆପଣା କାନିରୁ କାନିଏ ପାରି ସେଆପଣା ବାହାରେ ଥାପି ତା ଶିରକୋଳେ ଧରି ବୁଢ଼ୀ ରାତିଟି ପୁହାଏଦିନଯାକ ତାକୁ କରଇ ଗେଲ ।ଉପାସ ବୋଲି ତା ନ ଆସେ ମନକୁଧନ ଖାଇଥିଲେ ପୂରେ ତା ପେଟଧନ ଶୋଇଥିଲେ ଶୁଏ, ସେ ଧନରଲୁହ ଦେଖି ତାର ଝରେ ରକତ ।ଧନ ଛବିଟି ତା' ନିତି ଆଗେ ଆଗେବନ ପରବତେ ସବୁଠି ଦେଖେଅନ୍ଧାର ରାତିରେ ଘୋର ବରଷାରେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଶୁଣି ପୁଅଡାକ କି ରୋଗେ ଭୋକେ ।
କାନିରେ ଦିଓଟି ଫଳମୂଳ ଘେନି
ନିତି ନଗରୁ ସେ ସଉଦା ଆଣେ
ଫଳମୂଳ ଖାଏ, ଫଳମୂଳ ବିକେ
ଫଳମୂଳ ତାର ସମ୍ପତ୍ତି ଜାଣେ ।
ଦେଶଯାକ ଆଜି ଭୟେ ଥରହର
ବିଦେଶୁ ବଇରୀ ଆସିଛି ମାଡ଼ି
ସଇନେ ଦଳି ଏ ସକଳ ସମ୍ପତ୍ତି
ସାରାଦେଶ ବଳେ ଜିଣିବ ବୋଲି ।
ଗୁପତେ ପଶି ସେ ବେପାର ବଣିଜେ
ଭାଇ ଭାଇ ମେଳ ଫଟାଇ ରଙ୍ଗେ
ତୋଳିଛି ଗୁପତେ କୋଟି ତରବାରି
ସହସ୍ର ସଇନ ଆଦରି ସଙ୍ଗେ ।
ଗାଆଁରୁ ଗାଆଁକୁ ଚଳନ୍ତି ସଇନ
ଚାଳି ହତିଆର ବିକଟ ବେଶ
ଗାଆଁରୁ ଗାଁକୁ ଭାଜନ୍ତି ପରଜା
ଉଚ୍ଛନ୍ନ ହେଲାଣି ଅଧିକ ଦେଶ ।
ମାଆ ଛାଡ଼ିଯାଏ ପୁଅକୁ ବିକଳେ
ପୁଅ ନ ଦେଖଇ ଭାରିଯା ଆଉ
ଭାଇ ଭାଇ ଆଉ କାହିଁ ଭେଟ ନାହିଁ
ସାରାଦେଶେ ମାତେ ଏ ଭୀମ ଦାଉ ।
ଭୂଇଁରେ ଗଲାଣି ମିଶି ପକାଘର
କୁଟୀର ବା କାହିଁ ହୋଇବ ବାରି
ଗରିବର କଥା କିଏ ବା ପଚାରେ
କୋଟିପତି ଆଜି ଦାଣ୍ଡଭିକାରି ।
କାଲି ହସୁଥିଲା ଯେ ବିଲ ପ୍ରାନ୍ତର
କନକ କ୍ଷେତରେ ଦିବସ-ନିଶି
ଆଜି ସେ ଥାନରେ ବହୁଚି ବିକଟେ
ପରଜା ତପତ ରୁଧିର ଆସି ।
ବନ-ବାଟେ ଆଜି ବିଧବା କାନ୍ଦୁଚି
ଶିଶୁ ସଢ଼ି ମରେ ସରଣୀଦାଢ଼େ
ପାଶେ କେହି ନାହିଁ ଦୟାବହି ତିଳେ
ପାଣିଟୋପେ ଢାଳିଦେବାକୁ ତା'ରେ ।
ଉଠୁଥିଲା ଯହିଁ ହାସ ସନମାନ
ସୁଖ ଗଉରବେ ସରଗଶିରୀ
ଆଜି ସେ ନଗରେ ନର-ମାଂସ ଲୋଭେ
ସହସ୍ର ସଇନ ଯାଆନ୍ତି ବୁଲି ।
ଫୁଲ ତୋଳି ଫୁଲ ଡାଲାରେ ସଜାଡ଼ି
ବିଭୁପାଦ ପୂଜେ ଯେ ଠାବେ ବାଳା
ନାଚନ୍ତି ଶୃଗାଳେ ଆଜି ସେ ଉଦ୍ୟାନେ
ନରରକ୍ତେ ଭରି ଉଦର ସାରା ।
ଛନ୍ଦ ବିହରଣେ କୁଳସୀମନ୍ତିନୀ
ଚାରୁ ପାଦ ନାଚି ଉଠଇ ଯହିଁ
କାନନ ପଶୁଏ ଆଶଂକା ବିସୋରି
କଲେଣି ତାହାକୁ କାନନ ଭୂଇଁ ।
ପୂଜା ଉପହାରେ ମନ୍ଦିରେ ମନ୍ଦିରେ
ଉଠୁଥିଲା କାଲି ଶତ ବାଜଣା
ଆଜି ପଥ ଭୁଲି ବିଜନ ପଥିକେ
ଶିଳା ଝୁଣ୍ଟି ନିତି ହୁଅନ୍ତି ବଣା ।
ରଚି ବାଲିଘର ଖେଳୁଥିଲା ଶିଶୁ
କାଲି ଯେ ସରଣୀ-ତୀରେ ଉଦାସେ
ଲତା ଗୁଳ୍ମେ ଆଜି ସାପ ଖେଳେ ତହିଁ
ଥରଇ ପରାଣ ପାଦ ପରଶେ ।
କଳ ତରଙ୍ଗିଣୀ ତଟିନୀ ପଠାରେ
ମୁଖ ଦେଖେ ବସି ଶାର୍ଦ୍ଦୂଳ ଜଳେ
କେତେ ଯେ କଙ୍କାଳ ବଣ ବିଲ କୋଳେ
କେତେ ହାହାକାର ପଲ୍ଲୀପ୍ରାନ୍ତରେ ।
ଘର ଭାଙ୍ଗି କିଏ କୁଡ଼ିଆ ଆଦରି
ଠାବେ ଠାବେ ପ୍ରଜା ଅଛନ୍ତି ପଡ଼ି
ବିଦେଶୀ ରାକ୍ଷସ ବଇରୀ ତାଡ଼ନେ
ସୋଦର-ସେନେହ ଗଲେଣି ଭୁଲି ।
ଆସିଛି ବଇରୀ ଜିଣିବ ସ୍ୱଦେଶ
ଭାବିଛି ପରା ସେ ପାଳିବ ପ୍ରଜା
ଧିକ୍ ଧିକ୍ ତୁ’ରେ ପାମର ବିଦେଶୀ
କାହାପାଇଁ ଏତେ ସମର-ସଜ୍ଜା ?
କାହାପାଇଁ ଏତେ ତାଡ଼ନା ବିଦେଶୀ !
ଭାବିଚ କି ଚିର ରହିବ ଏଠି ?
ଉଡ଼ିବ କି ତବ ବିଜୟ ପତାକା
ଚିର କାଳଧରି ଗଗନେ ଉଠି ?
କେତେ ଗଲେ ବୀର ଏ ଭୂମି ପରଶି
କେତେ ଜାତି ଗଲେ ଏହାରି କୋଳେ
କେତେ ଯେ ରୁଧିର-ସରିତ ବହିଲା
ଏହି ପ୍ରଜା ହୃଦୁଁ ଏ ଭୂମିତଳେ ।
ମାଳମାଳ କେତେ ଗଡ଼ିଲା କଙ୍କାଳ
ଦଳଦଳ କେତେ ଆସିଲେ ସେନା
ଦୁଇ ଦିନେ ଆସି ଦୁଇ ଦିନେ ଗଲେ
ଏତିକି ରହିଲା ଅଯଶ-ବାନା ।
ଫେର ଫେର ଆଉ ହାଣନା ପରଜା
ରହୁ ଏ ସ୍ୱଦେଶ ଶ୍ୟାମଳେ ହସି
ନ ବୁଲୁ ହେ ଆଉ ହିଂସା -ପ୍ରଣୋଦନେ
କ୍ରୂର କରେ ଧନ-ଲୋଲୁପ ଅସି ।
ପୁଅ ଯାଇଥିଲା କୁଟୀର ବାହାରେ
ବେଳ ଦଶ ଘଡ଼ି ଫେରୁଚି ଘରେ
ଝାଳ-ଗମଗମ କୁଞ୍ଚିତ କୁନ୍ତଳ
ଗୋଟି ଗୋଟି ହୋଇ ପଡ଼ିଚି ଭାଲେ ।
ଥରଥର ତାର ଚପଳ ପଲକେ
ଥରେ ଥରେ ହସେ କାନନଭୂଇଁ
ବିଜନେ ଗାଏ ସେ ପରାଣ କାହାଣୀ
କମ୍ପିତ ଉରସ ଲୋତକେ ଧୋଇ ।
କମ୍ପିତ କରେ ସେ ବାଡ଼ିଖଣ୍ଡ ତା'ର
ପିନ୍ଧିଲା କାନି କି ପରଶେ ତଳ
କହିବ ବୁଢ଼ୀକି ସମର-ବାରତା
ଫେଇଦେବ ତାରେ ହୃଦୟଭାର ।
କହିବ; ଶୁଣିଲା ରାଜନ ଡାକରା
ସମରେ ଯିବାକୁ ପରଜା ଯେତେ
ଢାଳିବାକୁ ଶିର ବଇରୀ ସମ୍ମୁଖେ
ନ ଦେବାକୁ ଦେଶ ବିଦେଶୀ ହାତେ ।
ଯାବତ ଜୀବନ ନ ହେବେ ଅଧୀନ
ରାକ୍ଷସ ବିଦେଶୀ ନ ନେବ ଯଶ
ଯାଉ ଅବା ରହୁ ମରନ୍ତୁ ଏ ଜାତି
ରହିବ ତ ହେଲେ ସଂସାରେ ଯଶ ।
କହିବ ସେ ଯେତେ ସୋଦର ସଇନ
ଅଛନ୍ତି ସଜାଡ଼ି ଖଡ଼ଗ-ହାତେ
ସଞ୍ଜ ନ ହେଉ ସେ ପଶିବେ ସମରେ
ପଶିବେ ଅନଳେ ବନ-ପର୍ବତେ ।
ପୁଣି ସେ କହିବ ‘‘ଯାଉଥିଲି ମା' ଗୋ
କାଢ଼ିଦେଲେ ତହୁଁ ସେ ସେନାପତି
ଏକଇ ସନ୍ତାନ ବାପ-ମାଆଙ୍କର
ନ ହେବେ କଦାପି ସଇନ ଏଠି ।’’
କହୁ କହୁ ଲୁହ ଆସିଲା ଉଛୁଳି
ଶୁଣିଥିଲା ଗୀତ ଗାଇଲା ତାନେ
କମ୍ପାଇ ସାଗର, ଗଗନ, ପବନ,
ବନ ପରବତ ଜନନୀ ନାମେ ।
ଝମ ଝମ ଝମ ଦୁନ୍ଦୁଭି କମ୍ପେ
-ଆସ କେ ସମରେ ଝାସିବ ରେ
ଏ ଯେ ମଙ୍ଗଳ ବାରତା ଗୌରବ ମରଣ
ପ୍ରେମର ମରଣେ ଭାସିବ ରେ ।
ଉଛୁଳେ ସିନ୍ଧୁ ଉଜ୍ଜ୍ୱଳ ଗଗନେ
ଘନଘନ ଶ୍ୱାସ ପବନେ ପବନେ
ତୁ କି ମା' ସନ୍ତାନ, ତୁ କି ମା' ଜୀବନ
ଆଜି, ଅଶ୍ରୁ କି ମାଆ ନାମେ ଆସିବ ରେ ।
ଥରଥର ବୁକୁ ଝରଝର ଲୁହ
ବୁଢ଼ୀ ଚାହିଁଅଛି. ଦୁଆରେ ବସି
ବେଳ ଦଶଘଡ଼ି ନ ଆସିଛି ଧନ
କେତେ ଶଙ୍କା ମନେ ଯାଉଛି ମିଶି ।
ବନ ଦୂରପଥେ ଶୁଭିଲା କା ପାଟି
ବଢ଼ିଲା ଆବେଗ ଦ୍ୱିଗୁଣ ମନେ
ସଇନେ କି ଅବା ଆସିଲେଣି ଘେରି
ପରାଣ-ସଙ୍ଖାଳି ରହିଲା କେଣେ ?
ପରାଣ-ସଙ୍ଖାଳି ! ପରାଣ-ସଙ୍ଖାଳି !!
ଷୋଳ ଶିର ଆଜି ଯାଉଚି ଥରି
ଧନ ଆସି ଉଭା ଦୁଆରେ ଏବେ ତ
ଥର ଥର ଡାକେ ‘ମୋ ମାଆ’ ବୋଲି ।
‘ଆହା ଧନ ମୋର’’ ଚୁମ୍ବିଲା ବଦନ
‘‘ବାଧିବଣି କେତେ, ଆସ ମୋ କୋଳେ
ଫୁଲଫଳ ସବୁ ବାସି ପାଲଟିଲା
ଏତେବେଳ ଯାଏଁ କାହିଁ ଥିଲୁ ରେ ।”
ଟାଣ ନା ଟାଣ ନା ଆଉ ଗୋ ସେନେହେ
ଧନ ଆଜି ନୁହେ ତୁମର ଧନ,
ତୁମର ଯେ ମାଆ ଜନମ-ଭୂଇଁର
ଦୁଃଖ ଦେଖି ଧନ ଦୁଃଖେ ମଗନ ।
ସେନେହମୟୀର ବିକଟ ଛବିଟି
ପରାଣେ ତାହାରି କରୁଚି ଖେଳା
ଡାକ ନା, ଡାକ ନା, ଡାକ ନା ଗୋ ଆଉ
ଜନନୀ ପାଇଁ ସେ ଚେତନାହରା ।
ଧରିବ ଖଡ଼ଗ ପଶିବ ସମରେ
ଦିଅ ଗୋ ବିଦାୟ ନ ଡାକ ଆଉ
କହିଲା ବାଳକ “କେସନେ ଆଉ ଗୋ
ସହିବ ଏ ପାପ ବିଦେଶୀ ଦାଉ !
ଯାଉଥିଲି ହସି ସୋଦରଗହଳେ
ଯାଉଥିଲେ ସେ ତ ଖଡ଼ଗ ଧରି
ମନାକଲେ ମତେ କେବଣ ଯୁବକ
ବୁଢ଼ୀ ମାଆ ତାର ଅଛନ୍ତି ବୋଲି ।
ନୁହେ କି ମାଆ ମୁଁ ଜନନୀର ପୁଅ
ନୁହେ କି ଏ ଦେଶେ ଘରଟି ମୋର
ନୁହେ କି ଏ ତନୁ ଏ ଦେଶେ ପାଳିତ
ଅଟ କି ତୁମେ ଏ ଦେଶୁ ବାହାର ?
କୋଟି ଭାଇ ଗଲେ ହେଲି ଅଭାଜନ
ସଭିଏଁ ହସିଲେ ଢାଳିଲେ ଲୁହ
ସଭିଏଁ ଗାଇଲେ ‘ବନ୍ଦେ ମାତରମ୍'
ମୁହିଁ କି ନୁହେ ଲୋ ତାହାରି ପୁଅ ?
ବଇରୀ ବଧି ସେ ଆସିବେ ବାହୁଡ଼ି
କରିବେ ଗରବ ମୋହରି ପାଶେ
କେସନେ ଧରି ଏ ନିର୍ଲଜ୍ଜ ବଦନ
ଯାପିବି ଏ ପାପ-ଜୀବନ ଦେଶେ ।
ସଭିଏଁ ଗାଇବେ ‘ବନ୍ଦେ ମାତରମ୍’
ମୁଁ କି ନ ଗାଇବି, ଧିକ୍ମୋ ପ୍ରାଣ !
କିପାଇଁ ମାଆ ଲୋ ମୋଠାରେ ବିଧାତା
ଏଡ଼େ ନିର୍ଦୟ, ମୁଁ ପାପୀ, ହୀନ ?’’
ଧପଧପ ଥରେ ଅବଳା ଧମନୀ
ଥପଥପ ଲୁହ ବଦନେ ଝରେ
“କି କହିଲୁ ଧନ! ଚିହ୍ନିଲୁ କି ମାଆ
ମାଆ ପୀରତି କି ପରାଣେ ଖେଳେ ?
ବନେ ଉପବନେ ଜନନୀ ରୂପଟି
ଦେଖିଚୁ କି ଧନ ଆଜି ନିରେଖି ?
ଘେନିଲୁ କି ଆଜି ‘ବନ୍ଦେ ମାତରମ୍’
ରାକ୍ଷସ ବିଦେଶୀ ତାଡ଼ନା ଦେଖି ।
ମାଆ ମାଆ ବୋଲି ଡାକୁଥୁଲୁ ନିତି
ମାଆ ପରିଚୟ ପାଇଲୁ ଆଜି
ବନ ପରବତେ, ସାଗରେ, ଭୂଧରେ
ତୋର ମୋର ମାଆ ଅଛନ୍ତି ରାଜି ।
ତୋର ମୋର ମାଆ ସଭିଙ୍କ ଜନନୀ
ମୁଁ ନୁହେ ତୋ ମାଆ ଆଜିଠୁ କିଛି
ତୋର ମୋର ମାଆ ଜଗତଜନନୀ
ତୋର ମୋର ମାଆ ଏ ଦେଶ ଅଛି ।
ମାଟି-ପଥରର ନୁହେ ଏ ସ୍ୱଦେଶ
ତୁଚ୍ଛ ନୁହେ ଏଠି ପାଣି ପବନ
ସବୁଥିରେ ବହେ ଜନନୀ ଆଶିଷ
ସବୁଥିରେ ବହେ ଆମରି ପ୍ରାଣ ।
ପଶିବୁ ସମରେ ବସିବି କୁଟୀରେ
ଜନନୀ ଚରଣ ପୂଜିବି କେହ୍ନେ
ବଧିବୁ ବଇରୀ ପଡ଼ିବୁ ସମରେ
ମୁଁ କି ପଡ଼ିଥିବି ଅନ୍ଧାରକୋଣେ ?
ରକତ ଶୋଷଇ ବିଦେଶୀ ରାଇଜ
ଧନୀ ମାନୀ ଆଜି ସଭିଏଁ ଏକା
ସମସ୍ତଙ୍କ ପ୍ରାଣେ ବାଧିଚି ବାବୁ ରେ
ଆଜି ଏ ବିଦେଶୀ-ଶାସନାଶଂକା ।
କେତେ କଉଶଳେ ଦେଶ ଉଜୁଡୁଛି
ଗଲେ ଏ ସମର ପରାଣ ଯାଉ
ଏତେ ଦିନେ ତୋର ପରାଣେ ବାଧିଚି
ଏଣିକି ତୁ ଆଉ ବାଳୁତ ନୋହୁ ।
ଏଣିକି ତୁ ଆଉ ନୋହୁ ମୋ ବାବୁ ରେ
ଆଜିଠୁ ତୁ ମୋ’ରି ଜନନୀ ପୁଅ
ମାଆକୁ ଚିହ୍ନିଛୁ ଚିହ୍ନାଇଛୁ ମୋତେ
ଘୁଞ୍ଚିବ ଜାଣି ରେ ବିଦେଶୀ ମୋହ ।
ଦେଶ ଭବିଷ୍ୟତ ଧନ ତୁ ରାଇଜେ
ଦେଶର ଗରବ ତୋହରି ପାଶେ
ତୋ ଘେନି ମୁକତି ତୋ ଘେନି ଦେଖିବି
ଜନନୀ ଚରଣ ଅଶୀ ବରଷେ ।
ଦେଇଥିଲେ ପିତା ଖଡ଼ଗ ମୋ କରେ
ଗୁପତେ ରିଖିଚି ତୋହରି ପାଇଁ
ଅଶୀ ବରଷରେ ପୂରିଲା ତପସ୍ୟା
ଘେନ ଗୋ ତର୍ପଣ ଜନମ-ଭୂଇଁ ।
ପଥରେ କଣ୍ଟକ ମୁଁ ତୋର ସଙ୍ଖାଳି !
ସମରେ ଯିବାକୁ ନକର ହେଳା’’
କହି ବୁଢ଼ୀ ଦେଲା ଖଡ଼ଗ ବସାଇ
ଦୁଇ ଖଣ୍ଡ ହେଲା ଆପଣା ଗଳା ।
ଦୁଇ ଖଣ୍ଡ ହେଲା ଅବଳା ଶରୀର
ଛିଡ଼ିଗଲା ମରବନ୍ଧନ ଗୋଟି,
ଆସରେ ବଇରୀ ପାପବଳ ଘେନି
ଦେଖରେ ଶୋଣିତ-ତର୍ପଣ ଏଠି ।
ଦେଖରେ ସ୍ୱେଦେଶେ ଜୀବନର ଧାରା;
ଦେଖରେ ଜୀବନେ ଅନନ୍ତ ପ୍ରେମ,
କି କରିବ ପାପ-ଖଡ଼ଗ କମାଣ
ଜନମ-ଭୂଇଁର ନେବାକୁ ମାନ ?
ଚିର ଅବିଶ୍ୱାସୀ ଆସ ହେ ବିଦେଶୀ,
ଥରେ ଦେଖିଯାଅ ନୟନ ଫେଇ,
ଜନମ-ଭୂଇଁର ମୁକତି ଦୁଆର
ଫିଟିବାକୁ ଆଉ ବିଳମ୍ୱ ନାହିଁ ।
ପ୍ରଥମ ତର୍ପଣେ ପୁଣ୍ୟ ଆତ୍ମବଳି
ବୃଦ୍ଧା ଶିର ଲୋଟି ପଡ଼ିଛି ତଳେ,
ଶୋଣିତ-ଜର୍ଜ୍ଜର ଖର କରବାଳ
ଚମକି ଧଇଳା ବାଳକ କରେ ।
ଚମକି ଚାହିଁଲା ଉତ୍ତର, ଦକ୍ଷିଣ
ଚମକି ଚାହିଲା ପ୍ରାଚୀ, ପ୍ରତୀଚୀ
ଭୀମ ସେ ଚଳନେ ସତେ କେ କାନନ
ଗିରି ବିଲମାଳା ଉଠିଲେ ନାଚି ।
ଥର ଥର ମୁଖ, ଲୋଳିତ କୁନ୍ତଳ,
ଥର ଥର ତ’ର ଖଡ଼ଗ ଗତି,
ଫରଫର ଉଡ଼େ ଗଗନେ ଚିରାଳ
ନାଚିଲା ଜୀବନେ ସମରପ୍ରୀତି-
ଯାବତ ବଇରୀ ନ ବଧିବି କରେ,
ଯାବତ ସ୍ୱଦେଶ ନ ହେବ ମୁକ୍ତ,
ନ ଫେରିବି ଆଉ, ଦେଇ ଆତ୍ମବଳି
କରିବି ବଇରୀ ଖଡ଼ଗ ସିକ୍ତ ।
[ରଚନାକାଳ-୧୯୨୦]
ଉତ୍ତରାୟଣୀ
ପିକ-ବନ୍ଧୁ ଚୂତମୂଳେ ଦରହାସ ଭରେ
ଯେବେ ପଲ୍ଲୀ ବିଳାସିନୀ ବାଳାଏ ପୁଲକେ
ବାଇଥିବେ କଣ୍ଠବୀଣା ସଙ୍ଗିନୀ ଗହଳେ
ଉଜ୍ଜ୍ୱଳି ନିକୁଞ୍ଜ-ବେଦି ଆନନ୍ଦ ଆଲୋକେ ।
ବାତ-ବିଚଳିତ ଚାରୁ ପଲକ ତରଙ୍ଗେ
କୋମଳ ତଳପେ ମୁଦେ ପିକବଧୂଗଣ
ପ୍ରତିତାଳେ ଉଲ୍ଲସାଇ ଶ୍ୟାମ-ଧରା-ଅଙ୍ଗ
କରିଥିବେ ଗାନ ଛଳେ ତବ ଆବାହନ ।
ଜନନି ଗୋ ! ଲଭିଥିବ ମରତ ସମ୍ପଦେ
କୁଞ୍ଜରାଜି ବିରାଜିତ ଏ ଆଶ୍ରମ ପଦେ ।୧।
ତରୁ-ପ୍ରଣୟିନୀ-ଲତା ଶ୍ୟାମଳ କପୋଳେ
ବିକଶାଇ ଗୋଟି ଗୋଟି ହେମ ଗୌର କଳି
ମର୍ତ୍ତ୍ୟ ଅଭିଷେକେ ତବ ପ୍ରେମାନନ୍ଦ ଭୋଳେ
ଚରଣେ ମା’ ଢାଲିଥିବେ ସେ ଶୁଭ-ଅଞ୍ଜଳି ।
ସେ କାଳେ ପୁଲକଭରେ ମଧୁପ-ନିକର
ମୋହନ-ଗୁଞ୍ଜନେ ବାଇ ମଙ୍ଗଳ-ମହୁରି
ଲଭିଥିବେ ତବ ପୁଣ୍ୟ ପ୍ରୀତି ସୁବିମଳ
ଦେଇଥିବେ ଉଷା-ଶ୍ୟାମା ଶୁଭ ହୁଳହୁଳି ।
ତୁଟି ନାହିଁ ସେ ସମ୍ପଦ ସେ ମୋହନ ଶିରୀ
ଫୁଟେ ଫୁଲ, ଗାଏ ଭୃଙ୍ଗ ଦିବା-ବିଭାବରୀ ।୨।
ଅନନ୍ତ ପ୍ରେମର ଲୀଳା ବିଶ୍ୱ ମହିମାର
ପ୍ରାଣ, ମନ ଅଗୋଚର ଅମୃତ ବିଭବ
ଶାଳାବତୀ ସ୍ୱର୍ଣ୍ଣଶିରୀ ସୈକତ ପ୍ରାନ୍ତର
ଚୁମ୍ୱିତ ପଲ୍ଲବାଧରେ ଖେଳେ ଅଭିନବ ।
ନିତ୍ୟ ସୁଷମାର ପୂର୍ଣ୍ଣ ବିକାଶ ମନ୍ତର
ଫୁଟଇ ସମୀରେ କୁଞ୍ଜେ ରଜତ ସଲିଳେ ।
ଅସ୍ତିତ୍ୱ ହରାଇ ବୁଲେ ପ୍ରେମାଦରେ ନର
ସେ ସୁଧା ସମ୍ପଦେ ପୂର୍ଣ୍ଣପ୍ରାଣତା ଲଭିଲେ ।
ବାସନା-ଅଟଳ ଚୂଳ ସ୍ୱର୍ଣ୍ଣ-ସିଂହାସନେ
ଦେଖେ କେତେ ଭବିଷ୍ୟତ ତୋ ପୀଠ ପୁଳିନେ ।୩।
ବୈଦିକ କନକ ଛନ୍ଦେ ମୁଖର ଗଗନ
ମରମ ଦୁନ୍ଦୁଭି ଲୀଳା ମର୍ତ୍ତ୍ୟ ପରବାସେ
ବ୍ରହ୍ମବାଦୀ ବାସନାର କର୍ମ୍ମ ନିମନ୍ତ୍ରଣ
ବାନ୍ଧିଛି ମା’ ସ୍ମୃତି-ସୂତ୍ରେ ବର୍ତ୍ତମାନ ପାଶେ ।
ଆଶା-ଘଣ୍ଟଶିଳା ବହି ବିରଜେ ତୋ ପାଶେ
ଏ ଭଗ୍ନ-ହୃଦୟ ମା’ ଗୋ ! ନବ କର୍ମ୍ମଭୂମେ
ଚିନ୍ତିତ ସ୍ତମ୍ଭିତ ପୁଣି ବ୍ୟାକୁଳ ହତାଶେ
ଅତୀତ ସ୍ୱର୍ଣ୍ଣଦୀକୂଳେ ସାହାସ ସଂଯମେ
ଏ ସ୍ୱର୍ଣ୍ଣ-ସୌକତ ଭାଲେ ଦେଖ ରେ ନୟନ !
ଅତୀତ ଅମୃତ ସ୍ମୃତି, ଭବିଷ୍ୟ ଭବନ ।୪।
[ରଚନାକାଳ-୧୯୧୭]
ବିଦାୟବେଳେ
ଖେଳା କି ସରିଲା, ଭାଜିଲା ଏ ମେଳା
ଥିବେ ବନତରୁ ବନେ
ନ ମିଶିବ ଆଉ ଶିଶୁ କଳ-ଗୀତି
କୋକିଳ ପଞ୍ଚମତାନେ ।
ବହିବ ଶିଳିଆ ମେଲି ତାର କାୟା
ଫୁଟିବେ କୁସୁମରାଶି
ପ୍ରଭାତ ସପନେ ମୃଦୁ ସମୀରଣେ
ଯିବେ ବା ସରଗେ ଭାସି !
ଯିବ ପାନ୍ଥ ତାର ଅଳସ ନୟନେ
ଅନାଇ ପାଦପ ଶିରେ
ଦୋଚିହ୍ନା ପଲକେ ବ୍ୟଥା କି ମରମ
ଅପସରୁଥିବ ହେଳେ !
ବିଜନ ତଳପେ ଅଳପେ ଅଳପେ
ଥିବେ ତୃଣେ ମଥା ଟେକି,
ପଲ୍ଲବଗହଳୁ ବିନ୍ଦୁ ଅଶ୍ରୁଧାରା
ଝରିବ ତା ଅବଲୋକି ।
ନିଜନ ନିଶୀଥେ ଏ ନିକୁଞ୍ଜ ପଥେ
ଉଠିବ କେତେ ଯେ ଗାନ,
ଏ କଥା ସବୁଟି ଭାଇ, ଏ ମରମେ
ରହିବ ହୋଇ ସପନ ।
ଦି’ଦିନର ଲବ ଲୀଳାଖେଳା ବୋଲି
ତେଜିବେ ବାଟୋଇ ଲୁହ,
କହିବ ଶାଳିଆ ବରଷା-ରାତିରେ
କଥା କେତେ ଗୋପନୀୟ ।
କାହିଁ କେତେ ଦୂରୁ ତା ବୁକୁ ପ୍ରସାରି
ଆସଇ ପଲକେ ଧାଇଁ
ନୀରବେ ଲେଖା ତା ପ୍ରତି ବିନ୍ଦୁ ତଳେ
କେତେ କଥା କାହା ପାଇଁ ।
ଏ ଯେ ଧୂଳି ତଳେ ନୂଆଇଁ କପାଳ
କେତେ ବୀର ଥିଲେ ଶୋଇ,
ଗଲେ କେତେ ବୀର ତୋଳି କରବାଳ
ବିଦାୟ ସଙ୍ଗୀତ ଗାଇ ।
କେତେ ତରୁଣୀର ଅରୁଣ ପରାଣ
ପଡ଼ିଚି ରକତେ ଢଳି,
ଶୁଣିଚି ଏ ଶୀତ ସିକତା-ତଳପ
କେତେ ଶିଶୁ କରତାଳି ।
କେତେ ଅଭିସାର ମନ୍ଦିର ଦୁଆରେ,
ବାଜିଛି ଆଳତି ବାଜା,
କେତେମନ୍ତେ ଆସି ଉଭା ହୋଇଛନ୍ତି
କା’ର କେତେ ହୃଦ-ରାଜା ।
କେତେ ବିଜୟିନୀ ରକତ ନିଗାଡ଼ି
ଏ ତଳେ ଅଛନ୍ତି ମିଶି,
ଭଙ୍ଗା ଇଟା, ଭଙ୍ଗା ପଥର ସିନାଟି
ଗାଇବେ ସେ ଗୀତିରାଶି !
ଜାଣେ ସବୁ କାଳ, ମୂଳ ସବୁ ଏଥି,-
ମୂକ ପରା ଘଣ୍ଟଶିଳା,
କରିଚି ପଥର ହୃଦୟଟି ତାର
ଦେଖି ଏ ମରତ-ଲୀଳା !
ଖେଳା ସିନା ଆଜି ସରିଲା, ଭାଇ ହେ
ମେଳା ସିନା ଗଲା ଭାଜି
ଭାଜିପାରେ କି ଏ ହୃଦେ ଗଢା ଯାହା
ସ୍ମୃତିର ସରଗରାଜି ?
ଖେଳାଇ କୋମଳ ଚରଣ ଏ ତଳେ
ଯିବେ ସିନା ଶିଶୁ ଚାଲି,
ସେ ଚରଣ-ଚିହ୍ନ ଏ ଭୂଇଁ ତଳପେ
ରଖିବ ପ୍ରଦୀପ ଜାଳି !
ସେ କର ପରଶେ ଏ କମ୍ର ପଲ୍ଲବ
ଥରିବା ନୋହିବ ସିନା,
ସ୍ମୃତି ସେ ଥରାଇଦେବ ଯେବେ, ମନ
କରିବ ବା କେ ତା ମନା ?
ବସି ତରୁତଳେ ନିଶି ପୁହାଇବା
ନୋହିବ ଆଉ ଏ ବନେ,
ଦିନୁ ଦିନ ହସି ଉଠୁଥିବ ଖାଲି
ସ୍ମୃତିଟି ହୃଦୟାସନେ !
ନ ଶୁଭିବ ଆଉ ଗୁରୁ ହୃଦୟର
ଏ ମଧୁ ଗମ୍ଭୀର ବାଣୀ
ବନଫୁଲ ତୁଲେ ଆସୁଥିବ ହସି
ଯେବେ ଧୀରେ ଉଷାରାଣୀ ।
ପ୍ରଦୋଷ ସମୀରେ ଚଳାମେଘ ତଳେ
ବସି ଘଣ୍ଟଶିଳା ଚୂଳେ
ଦେଖି ନପାରିବା ଆଉ ସେ ମୂରତି
ସୁଦୂର ଚିଲିକା-ଜଳେ ।
ଶୋଇ ଶିଳାଶେଯେ ଅଳସ ସପନ
ଲଭିଛି ଏ ହୃଦ ଯେତେ
ଖେଳ ଏ ସରିଲା ଫାଟିପଡ଼େ ଆଜି
ନୀରବେ ମାନସତଟେ ।
ପ୍ରତୀଚୀ କପୋଳେ ତାରା ଉଇଁବାର
ଚଇତି ପ୍ରଦୋଷ କୋଳେ
ଦେଖା ସିନା ହେବନାଇଁ ଆଉ ଥରେ
ଘଣ୍ଟଶିଳା ଶିଳା ତଳେ ।
ସେ ସ୍ମୃତିରେ ଦିବା-ରଜନୀ ସୋହାଗେ
ଫୁଟିବେଟି ଅଗଣିତ
କେତେ ତାରା, କେତେ କୁମୁଦବାନ୍ଧବ
ହସାଇ ହୃଦ-ଜଗତ ।
ଲୁଚି ଗୁହାତଳେ ପ୍ରତିଧ୍ୱନି ଛଳେ
ଉଠିବେ କୁହାଟି ମୃଗ
ଖୋଜିବେଟି ନର-ଶିଶୁ ପରିଚୟ
ବୁଲି କେତେ ଯୁଗ-ଯୁଗ ।
ଦି’ଦିନ ଖେଳା ଏ ସପନ ପରାଏ
ହସି ହସି ଗଲା ଚାଲି,
କେତେ ଆଶା, କେତେ କଳପନାପଥେ
ପରାଣ ପଡ଼ିଲା ଢଳି !
କେତେ ଦେବସୁତ ଆସିଲେ ଦୁଆରେ
ଦେବତା ଆଶିଷ ଘେନି,
ମରତ ମାନବ-ଶିଶୁ ସିନା ତାଙ୍କୁ
ବୋଲନ୍ତି ନରେ ନ ଜାଣି ।
ଦେବତା ସୋହାଗେ ଏକୁ ଆନ ବଳେ
ସେ ଶିଶୁ ବାସନାରାଶି,
ଅଧର ଅଧରେ ଅମର ମଧୁରେ,
ବିଶ୍ୱ ଉଠୁଥିଲା ଭାସି ।
ଅଳିକଲା ଅଳି ନିକୁଞ୍ଜ ଉହାଡ଼େ,
ଗାଇଲା କୋକିଳ ଗାନ,
ଆସିଲେ ଋତୁଏ ଘେନି ଅର୍ଘ୍ୟଥାଳି,
ପଥର ଲଭିଲା ପ୍ରାଣ ।
ବାଲି ଧୂଳି ଏ ଯେ ବିନ୍ଦୁଏ ,ବିନ୍ଦୁଏ
ଉଠିଲେ ଜୀବନେ ଥରି -
ସରସ୍ୱତୀ-ତୀରେ ସାମ-ଗାନ ଅବା
ଉଚ୍ଚାରିଲେ ବ୍ରହ୍ମଚାରୀ !
ଯୁଗ-ଯୁଗାନ୍ତର ମରମ ମନ୍ତର
ଫୁଟିଲା ଶ୍ରୀଗୁରୁ ମୁଖେ,
ବିକଶିଲା ଶିଶୁ ସରଳ ଅନ୍ତର
ସେ ପୁଣ୍ୟପ୍ରଭା ଆଲୋକେ ।
ସରିଲା ଏ ଖେଳା, କୁଞ୍ଜପଥେ ଆଜି
ଯିବେ ଚାଲି ବ୍ରହ୍ମଚାରୀ
ଭାଜିଲା ଏ ମେଳା, ସଜନ ନିକୁଞ୍ଜ
ନିର୍ଜନ ହୋଇବ କାଲି ।
ଶ୍ମଶାନ-ପୂଜାରୀ ପରି ଏଥେ ବୁଲି
ଦେଖିବେ ବାଟୋଇ ଜନେ
ଏକୁ ଆନେ ଧୀରେ ହେବେ କୁହାକୁହି
ସଂକୋଚେ ଆପଣା ମନେ-
‘‘କେଡ଼େ ପୁଣ୍ୟବନ୍ତ ମହାତ୍ମା ସେ ଜନ
ବାଛିଲେ ଏ ଦେବଥଳି
ଦେବପୀଠେ ଦେବମୂରତି ଥାପିବେ
ମନେଥିଲେ ନିତି ଭାଳି
ତୋଳି ତରୁତଳେ କୁଟୀର ସୁନ୍ଦର
ଦେଲେ ଦୀକ୍ଷା ଶିଷ୍ୟ-ଜନେ,
ନାହିଁ ନ ଦେଖିଲା ନୟନେ ଏ କଥା,
ଥିବ ବା କାହିଁ ଭୁବନେ !
ମରତ ମାନବେ ଦେବତା ବିଭବ
ଓହ୍ଲାଇ ଆଣିବା ପାଇଁ
କେତେ ଦିବା କେତେ ରଜନୀ ଭାଳିଲେ
ପ୍ରହୁଙ୍କ ଚରଣ ଧ୍ୟାୟି !
ତରୁପତ୍ର ତଳେ ଶିଶିର ପରାଏ
ନୟନ ଲୋତକ ଢାଳି
ଦିବା ବିଭାବରୀ ଗଙ୍ଗା, ଗୋଦାବରୀ
କଳ୍ପନା ଆଣିଲେ ତୋଳି
ଗୋଟି ଗୋଟି ଶିଷ୍ୟ କପାଳ ପରଶି,
ଧୋଇ ଶୁଦ୍ଧ ଅଶ୍ରୁଜଳେ
କହିଲେ ଯେ କଥା ଲୁଚି କି ପାରିବ
ଏ ମର ହୃଦୟ ତଳେ ?’’
ଏ ନିକୁଞ୍ଜ ବନ-ବିହାର ବିଳାସେ
ଖେଳ ଅବସାନ ଏ କି ?
ନବ କିଶଳୟ ନ ଉଠୁ ପୁଲକି
ଅଧାରେ ରହିବ ବାକି ?
ଫୁଲେ ବସି ଅଳି ଶେଷ ନ କରୁଣୁ
ତା ମଧୁ-ଗୁଞ୍ଜନ-ଧାରା;
ପିକ ବସି କୁଞ୍ଜେ ବିଶ୍ୱ-ବିମୋହନେ
ନ କହୁଁ ତା ହୃଦଭାରା;
ଖେଳ ସାରି ଆନ କଳ୍ପନା ବିହାରେ
ଯିବାକୁ ହେଲା କି ବେଳ,
ଅଧେ ବହି ଅଧେ ଧୂଳି ତରୁପତ୍ରେ
ରହିଲା ଏ ପରିମଳ !
ଦୂରର ବାଟୋଇ ଦୂରେ ଯିବେ ଚାଲି
ଧରି ସ୍ମୃତି ହୃଦପଟେ,
କେତେ ବେଶେ ସ୍ମୃତି ଦେଖାଦେଉଥିବ
ଦୁର୍ଗମ ଗହନ ପଥେ !
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ