ଏକାକିନୀ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୦
- ସ୍ଥିତି
- ସାର୍ବଜନୀନ (Public domain)
‘‘ପ୍ରଦୋଷ ଅରୁଣ କନକ ସୋହାଗେଝଳେ ବନଗିରି, ସର, ସରିତଏକାକିନୀ ଏ ଯେ କି ଲାଗି ଅବଳେ !ଦୁଃଖଭରା ତବ ସରଳ ଚିତ୍ତ ।ନିଗାଡ଼ି ନୟନୁ ଏ ଲୋତକଧାରାଝିଙ୍ଗାସି ବଚନ ନ କହ କା’ରେପ୍ରବାଳ-କପୋଳେ ନିରାଶର ସ୍ମୃତିଖେଳିଯାଏ କି’ବା କୁଟିଳ-ଗାରେ ।’’‘‘ପଥିକ ଜୀବନେ କି ସମ୍ପଦ ବହିବୁଲୁଛ ବାପ ହେ ତରୁଗହଳେକମଳୁ କୋମଳ ଏ ମଧୁ ପରାଣେଭାଗୀ କିମ୍ପା ହେବ ଏ ଦୁଃଖଭାରେ ।କହ ଯେବେ ବାବୁ ! ଗାଇବି ନିମିଷେଦୁଃଖିନୀ ହୃଦୟ କ୍ଷୀଣ-କାହାଣୀମୋ ଦୁଃଖେ ଯଦି ବା ତମ ହୃଦ କାନ୍ଦେ,ଲଭ ଯଦି ସୁଖ ଶୁଣି ମୋ ବାଣୀ ।ବରଷୁ ଅଧିକ ହେବ, ଏହି ବନେଏହି ତରୁମୂଳେ, ଏହି ପ୍ରଦୋଷେଜୀବନର ସ୍ମୃତି ଧମନୀ-ଶୋଣିତେଜଡ଼ିତ ଏହି ମୋ କରୁଣ ଭାଷେ ।ଜୀବନ-ସଙ୍ଖାଳି ଗଳାର ମାଳି ମୋ’ଏହି ତରୁମୂଳେ ଯାଇଛି ଲୁଚିଶତ ଶୀତ ଖରା ପରଶିଲାଣି,ଏ-ଘରେ ଧନ ନାହିଁ ପହଞ୍ଚି ଅଛି ।ମନେ ଅଛି ଯେବେ ଘେନି ଫୁଲଡାଲାଚଞ୍ଚଳ-ଚଳନେ ତୋଳଇ ଫୁଲଦେଖିନି’ ସରସୀ ଶାରଦ-ଲହରେସେ ମଧୁ ବିହାରେ ହେବାକୁ ତୁଲ ।ଦିବା ଶେଷେ ଦିନେ ଶଂକିତ-ମରମେସଙ୍ଖାଳି-ଆକୁଳେ ଦେଖିଲି ଏଠିଯେ ଛବି, ଆଜି ଏ ନୀରସ ପରାଣୁଭାଷା ସଙ୍ଗେ ଚେତା ଯାଉଚି ତୁଟି,ରକତ-ଆଶାରେ ତିନ୍ତାଇ ଏ ଭୂଇଁଲୋଟେ ଶିରଟି ତା’ ଧୂଳି ଆଦରିନିଠୁର କରମେ କ୍ରୂର କେବା ଦସ୍ୟୁଘେନିଛି ପରାଣ ସମ୍ପଦେ ଭୁଲି ।ଏହି ଗର୍ଭେ ଧରି ଦଶ ମାସ, ଆହା !ପାଳିଥିଲି ବାବୁ ! ଏ କରେ, କୋଳେ,ଆହା ଏହି କରେ ଶୋଣିତବୋଳା ସେଛିନ୍ନ-ଶିରଟି ତା’ ଧଇଲି ବାରେ ।ଆକୁଳେ ଡାକିଲି ଅନନ୍ତ ଗଗନେତିଳେ ନ ପୂରିଲା ଦୁଃଖିନୀ ଆଶାଏହି ବନଗିରି ପ୍ରତିନାଦ ଛଳେଫେରାଇଦେଲେ ମୋ ସକଳ ଭାଷା ।ବାପା ହେ ! ଏ କରେ ସଜାଡ଼ିଲି ଚିତାଜାଳିଦେବା ପାଇଁ ଧନ ବଦନନିମିଷେ ହେଲା ସେ ପାଉଁଶ ମୁଠିଏପାଷାଣୁ କଠିନ ହେଲା ଏ ପ୍ରାଣ ।ସେହି ଦିନୁ ରଚି ଏ ମୂଳେ ଏ ବେଦିଦିବା-ନିଶି ଥାଏ ଏକାଟି ଏଥି
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର