ଭଙ୍ଗାମାଠିଆର କଥା
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୦୭
- ସ୍ଥିତି
- ସାର୍ବଜନୀନ (Public domain)
ଖସଡ଼ା ପଥର ଗୋଡ଼ ଖସିଗଲା ସନ୍ଧ୍ୟାବେଳେପୋଖରୀକୂଳେ,ମାଟିର ମାଠିଆ ପଡ଼ିଲା ତଳେ,ପାଣି ନାହିଁ, ବୁଢ଼ୀ କେମିତି ଚଳେ ?ଶିଥିଳ ସେ କର ଖାଲି ହେଲା, ବୁଢ଼ୀ ହୋଇଲା ଠିଆଥରିଲା ହିଆ,ତଳେ ପଡ଼ି କହେ, ପାଣିମାଠିଆ–ଆଉ କରିବିନି ମୁଁ ଦିଆନିଆ ।ଆଉ ଯୋଡ଼ି ହୋଇ ପାରିବିନି ଏଇ ବାଟକୁ ଉଠି,ଥିଲି ମୁଁ ମେଟିସେଇ ଗଛମୂଳେ ଗାତରେ ସେଠିଖରାକୁ ଦେଖାଇ ଧୂସର ପିଠି ।ସେଦିନ କିଏ ସେ ଉଭାହେଲେ ମୋର ପାଖରେ ଯାଇକଅଣ ପାଇଁ,ଆର ଦିନ ହାତେ କୋଦାଳ ନେଇହାଣିଲା ମୋ ବୁକୁ ଯାହାର ଦେଇ ।ଶୁଖିଲା ମାଟି ମୁଁ, ସେଦିନ ତାହାର ଗୋଟିଏ ଝୁଡ଼ିରେ ବସିତା ଘରେ ପଶିଅଗଣା ଭିତରେ ରହିଲି ରୁଷି,ମଣିଲି ହୋଇଚି ମୁଁ ପରବାସୀ ।ସେ ଦିନ ଜାଣିଲି କୁମ୍ଭାର ବୋଲି ନିଆଁ ତାହାରି,ସଲିଭ ଭରିମାଆ, ଝିଅ, ବୋହୂ ସକଳେ ମିଳିରଖିଦେଲେ ମୋତେ କାଦୁଅ କରି ।ଭାବିଲି ସେଦିନ ଶୀତଳ ହୋଇଲା ମୋ ତନୁ ସତେ,କହିବି କେବେ,ପାଦେ ଦଳି ସାରି ଚକଟି ହାତେଏ ପାଖ ସେ ପାଖ ଛେଚିଲେ ମୋତେ !ଏତିକିରେ ମୋର ଯାତ୍ରା ସରିଲା ବିଚାରିଥିଲିଫେରିବି ବୋଲି,ଦେଖିଲି ସକାଳେ କିସ ମୁଁ ହେଲି–ଘୂରିଲି ଚକରେ କି ଘିରି ଘିରି !!ଘୂରିଗଲା ମୋର ମାଟିର ଜୀବନ, ବଦଳିଗଲାଯାହା ବା ଥିଲା–ଦେହେ କାଠି କୁଟା, ଗୋଡ଼ି ମଇଳା,ହୋଇଲି ମାଠିଆ ମାଟିର ବଳା ।ଏ ପୋଡ଼ା ଜୀବନ, କହିବି କିସ ଗୋ ମାଉସି ଆଉ,କି ଦାଉଦାଉନିଆଁ ଜଳୁଥିଲା ବିରାଟ ତାଉ,ଥୋଇଦେଲେ ମୋତେ ଜୀବନ ଥାଉ !ସୀତା ଥିଲେ ପରା ନିଆଁରେ ପଶି ଗୋ, ପଶିଲି ମୁହିଁଛ’ ଦିନ ତହିଁ,ନିଆଁ ଲିଭିଗଲା କୁଆଡ଼େ କାହିଁ,ଅଇଲି ମୁଁ ପୋଡ଼ା ମାଠିଆ ହୋଇ ।ମାଟିରୁ ହୋଇଲି ‘ମାଠିଆ’ ଗୋଟିଏ ଗରିବ ଦେଶଥିଲି ମୁଁ ଶୋଷେ,ଖାଲି ଲୋଡ଼ୁଥିଲି ସଲିଳ ପୋଷେ,କିଣି ନେଲ ତୁମେ ଅଣାକୁ ଶେଷେ ।ତୁମରି କାଖରେ, ତୁମରି ହାତରେ, ତୁମରି ଶିରେ,କି ଧୀରେ ଧୀରେ,ପାଣି ଛଳଛଳ କୋମଳ ଗିରେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର