ମୁକ୍ତିଯାତ୍ରୀ ଗୋପବନ୍ଧୁ
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୩୨
- ସ୍ଥିତି
- ସାର୍ବଜନୀନ (Public domain)
ଚାଲିଛ କି ଆଜି ଯାତ୍ରୀ ହେ, ତବ ଆଗେ ଆଗେ ଚାଲେ ମରଣସୁଦୂରେ ସେ କେଉଁ ବଜ୍ରନିକୁଞ୍ଜୁ ଆସିଛି ମୁକ୍ତି ବରଣ ।ଜୀବନ-ଯମୁନା ତଟେ ଥରି ଥରି ବଂଶୀ ବାଜୁଛି ବିଧୂରେ,ଶଂକିତ ବୁକେ ଅଂକିତ କରି ଗାଅ କି ମନ୍ତ୍ର ମଧୂରେ ।ଥରିଉଠେ ଜଡ଼ ପରାଣ,ଆଗେ ଚାଲ ବୀର ମୁକ୍ତିସାଧକ, ଏ କି ପଥେ ପଥେ ମରଣ !ଦୁର୍ବାସା ଆଜି ବୌଶାଖ ବେଶେ ପିଙ୍ଗଳ ଜଟା ବରଷେ,ଶଙ୍କର ତାର ମଡ଼ା ଦେଶ ବୁକେ ଢଳି ଢଳି ନାଚେ ହରଷେ ।କ୍ଳନ୍ତ ଚପଳା ହସି ହସି ଯାଏ ରୁଦ୍ର ଅଧରେ କହି କି,ଅଚପଳ କ୍ଷୀଣ ଶିଥିଳ ଜୀବନ ଯନ୍ତ୍ର ଏ ନାଡ଼ୀ ନାହିଁ କି ?ଏ କି ହେ ଯାତ୍ରା ଲଗନ ?ତୁମେ ହସୁଥାଅ ବଜ୍ର-ପୁଲକେ, ଦେଶ କି ଭ୍ରାନ୍ତି-ମଗନ ?ସ୍ପନ୍ଦନହୀନ ଦେଶେ ଆଜି ବୀର ! ଏ କି ହେ ମନ୍ତ୍ର ପଢ଼ିଲ,କିବା ଆଶାବାଣୀ ଘେନି ସନ୍ନ୍ୟାସୀ ମରଦେଶେ ଅବତରିଲ,ଢାଳିଦେଲ କିବା ବିଦ୍ୟୁତ୍ ଚିତା ମୁକ୍ତ କରିଲ ବନ୍ଧୁ ହେ,ଦେଶେ ଦେଶେ ଶୁଭେ ଦୀପ୍ତ ପୁଲକେ ତବ ଅନ୍ତର ଛନ୍ଦ ହେ ।ଚାଲ ଚାଲ ଆଜି ଚାଲିଛ ତ ବୀର, ଭିକାରୀ–ହେ ଦୀନତାରଣ;ପୁଣ୍ୟ ତୁମରି ପଦ ରେଣୁ ଲାଗି ଧନ୍ୟ ହେବ ଏ ମରଣ ।ହଲାଅ ଚଲାଅ ସୁପ୍ତ ଅବନୀ, ଚାଲ ଚାଲ ବୀର ଚାଲ ହେ,ଯାଜ୍ଞିକ ତୁମେ, ଯୁଗେ ଯୁଗେ ତବ ଯାତ୍ରାଟି ମହାପ୍ରଳୟେ ।ତବ ସେ କୁଟୀର ଦୁଆରେ,ଭେଦି ମରଲୋକ ସଙ୍ଗୀତ ଉଠେ ମରଣମୁକ୍ତ ଜୁଆରେ ।ଯୁଗ-ଯୁଗ ଧରି ବ୍ୟର୍ଥ ବାସନା ଝରିପଡ଼ିଲା ଯେ ନୀରବେପାଦେ ପାଦେ ଦଳି ଭୀମ କଣ୍ଟକେ କରୁଛ ମଧୁର ଗରବେ ।କରେ ତବ ଏହି ବିଜୟ-ନିଶାଣ ଉଡୁଛି ହେ ବୀର, ଥରୁଛି,ଯାତ୍ରା ତୁମରି ପୁଣ୍ୟ ଲଗନେ ଲକ୍ଷ ଜୀବନ ବରୁଛି ।
ମହାତ୍ମା ଗାନ୍ଧିଙ୍କ ଆହ୍ୱାନରେ ସ୍ୱର୍ଗତ ଉତ୍କଳମଣି ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟରେ ପରିଣତ କଲାବେଳେ ଉତ୍କଳମଣିଙ୍କୁ ଲକ୍ଷ୍ୟକରି ଏ କବିତା ଲେଖାଯାଇଥିଲା । କବି ସେତେବେଳେ ସତ୍ୟବାଦୀ ବିଦ୍ୟାଳୟର ଛାତ୍ର ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର