ସଦେଇ ଜେନା
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୯
- ସ୍ଥିତି
- ସାର୍ବଜନୀନ (Public domain)
ଚାଲ ଯିବା ଭାଇ, ସଦେଇ ଜେନାକୁ ଦେଖି,ଏଇ ଆର ଗାଏଁ ଦିଶଇ ତା’ ଘର ଚାଳ,ଆଣିବା ତାହାର ଜୀବନ ଚରିତ ଲେଖି,ବୁଝିବା ତା’ଠାରୁ ଜୀବନର କାରବାର ।ସେ ଗାଁ ଦେଉଳ ନ ଥିଲା ସେ କାଳେ ତହିଁ,ସେ ବରଗଛଟା ନ ଥିଲା ସେ ଗାଏଁ ଉଠି,ଏଇ ବାଟରେ ପଡ଼ିବ ସବୁଜ ଭୂଇଁ,ନ ଥିଲା ସେ କାଳେ ଏଭଳି କୁସୁମ ଫୁଟି ।ଗଗନ ଭେଦି ଯେ ନଡ଼ିଆ ମାଳକୁ ମାଳଦୂରେ ଦେଖାଯାଏ ଶିରେ ବହି ଶିରୀଫଳ,ସେବେ ଛୁଉଁଥିଲା ସେ ଦିନ କୁଟୀର ଚାଳଛାଇକରି ତାର ସାଗୁଆ ପତରଦଳ ।ସେଇ ଅଗଣାରେ ସେ ମାଟି କୁଟୀର ତଳେସେଦିନ ଲଭିଲା ଜନମ ସଦେଇ ଜେନାଆଜି ଏତେ ଦିନେ ବରଷ ବରଷ ପରେଚାଲ ଯିବା ତାର ଚରିତ କରିବା ଘେନା ।ଚାଲ ଯିବା ଭାଇ, ସଦେଇ ଜେନାକୁ ଦେଖିଅତି ପୁରାତନ ଦେଉଳ ପଡୁଚି ଭାଜି,ସ୍ଖଳିତ ଉପଳ ସ୍ମୃତିକି ରଖିଚି ଟେକିପଳିତ ଚର୍ମ, ଗଳିଚି ଦନ୍ତରାଜି ।ସେଇ ମନ୍ଦିର ଦୁଆର ମୁହଁରେ ବସିଡେରିବା ଶ୍ରବଣ ଜାଣିବା ନୀରବେ ଖାଲି,କେତେ ଲୁଚି କେତେ ଉଠିଲେ ତପନ ଶଶୀ,କେତେ ଝଡ଼ ଗଲା ସେ ଜେନା ଉପରେ ଚାଲି ।ସଦେଇ ଚାଲିଲା ବନ୍ଧୁର ଧାରା ତଳେ,ସଦେଇ ଗାଇଲା ଜୀବନର ସଙ୍ଗୀତ,ଦରିଦ୍ରତାର ମାଳା ଲମ୍ୱାଇ ଗଳେଦେଖାଇଦେଲା ସେ ପଉରୁଷ ଇଙ୍ଗିତ ।ପଉଷ ଶୀତରେ, ବଇଶାଖ ଧାରାତଳେ,ଫଗୁଣ ପବନେ, ଶ୍ରାବଣ ନିବିଡ଼ ଘନେଅତି ବେପରୁଆ ସଦେଇ, ତା ବାହୁ ବଳେପତାକା ଉଡ଼େଇ ଚାଲିଲା ସେ ଯଉବନେ ।ସଦେଇ ଜେନାକୁ ଦେଖିଯିବା ଚାଲ ଭାଇ,ଅତି ବେପରୁଆ ଦୁର୍ନାମ ଥିଲା ତାର,ହାତୀ କିଣୁଥିଲା କିଣିବାକୁ ଯାଇ ଗାଈମନୁ କରିଥିଲା ସଙ୍କୋଚ ପରିହାର ।ତୁଳି ନିକିତିରେ ନ୍ୟାୟ ସେ ଆଣିଲା କିଣି-ନ୍ୟାୟରେ କରିଲା ପ୍ରିୟରେ ବିସର୍ଜନ,ଜୀବନ-ପଥରେ ଧୈର୍ଯ୍ୟରେ ଗଲା ଜିଣି,ଧନ-ସମ୍ମାନେ କେତେ ପଣ୍ଡିତ ଜନ ।ତା’ ଚୁଲି ଲିଭିଲା, ଜଳିଲା ଜଠରେ ନିଆଁ,ତା’ ମନ-ଗଗନେ ଅନ୍ଧାର ଗଲା ମାଡ଼ି,କରଯୋଡ଼ି ପର ଦୁଆରେ ନ ହୋଇ ଠିଆଦିଗ୍ବଳୟରେ ଦେଖିଲା ଅଂଶୁମାଳୀ ।ଚାଲ ଯିବା ଭାଇ, ସଦେଇ ଜେନାକୁ ଦେଖି,ଜୀବନ-ମୃତ୍ୟୁ-ସଂଗମ ତୀର୍ଥରେଅଳୀକ ଧରଣୀ ଦେଉଚି ତାହାକୁ ଟେକି
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର