ବାଲ୍ୟସ୍ମୃତି
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୫
- ସ୍ଥିତି
- ସାର୍ବଜନୀନ (Public domain)
ସରଳା କୁମାରୀକୁଳ କହିଣ କାହାଣୀହସି ଖେଳି ଦେଖାଇଲେ କି ମୋହନ ଠାଣି ।ସୁଖର ସେ ହାଟ ଏବେ ଭାଙ୍ଗିଯାଇଅଛି,କେଉଁ ଆଡ଼େ କିଏ କେବେ ଚାଲିଯାଇଅଛି ।ସଧବା ସିନ୍ଦୂର ଟୋପା ଥିଲା ଯେ ମସ୍ତକେ,ଶିରେ ମଥାମଣି ଚାରୁ ବେଣୀ ଯା ଅଳକେ,କଣ୍ଠେ ହେମହାର କରେ ବଳୟ ମଧୁର,ନିତମ୍ୱରେ କାଞ୍ଚି ଦାମ ଚରଣେ ନୂପୁର,ହେମବକ୍ଷ ସୁବାସତ ଚନ୍ଦନେ ଚର୍ଚ୍ଚିତମହକାଇ ଦେଉଥିଲା ଦର୍ଶକର ଚିତ୍ତଷୋଳକଳା ଥିଲା ଯହିଁ ସଧବାଲକ୍ଷଣ,ସଦର୍ପେ ବୈଧବ୍ୟ ତହିଁ କରେ ରାଜପଣ ।କାହିଁ ଗଲା ଆହା ସେହି ସୁଖର ଭୁବନ,ଲାଗଇ ସେ ମୋତେ ଯେହ୍ନେ କାଲିର ସ୍ୱପନ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ