ଅତୀତ ଚିନ୍ତା
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୦
- ସ୍ଥିତି
- ସାର୍ବଜନୀନ (Public domain)
କି ଅପୂର୍ବ ପ୍ରହେଳିକା ମାନବଜୀବନ,କି ଗଭୀର ରହସ୍ୟ ଏ ମନୁଷ୍ୟର ମନ ।ବସିଅଛି ଏବେ ମୁହିଁ ନିଶ୍ଚଳେ ନିର୍ଜନେ,କେତେ ଭାବୋଚ୍ଛ୍ୱାସ ଆହା ଉଠଇ ମୋ ମନେ !ଅତି କ୍ଷୁଦ୍ର ଅଟେ ଏ ଯେ ପରାଣ ମୋହରି,ଉଛୁଳି ପଡ଼ଇ ଏଥି ଭାବର ଲହରୀ ।କେତେ ଭାବ ଲୁଚିଥିଲେ ବିସ୍ମୃତି ଗରଭେ,ଆସି ଏବେ ଦେଲେ ଦେଖା ମୋର ସ୍ମୃତିନଭେ ।ବିକଳ ବିହ୍ୱଳ ଚିତ୍ତ ଏସନ ଭାବଇ,—ଅତୀତ ନାମରେ ରାଜ୍ୟ ସୁଦୂରେ ଶୋଭଇ ।ମନ ବିନା ଆନ ପାଇଁ ନାହିଁ ତହିଁ ପଥ,ଯାଇ ପାରେ ମନ ତହିଁ ଚଢ଼ି ଚିନ୍ତାରଥ ।ଦେଖି ପାରେ ମନ ହୃତ ନୟନପ୍ରତିମା,ଭୁଞ୍ଜି ପାରେ ମିଳନର ମୃଦୁ ମଧୁରିମା ।କାଳବଳେ ଯାହା ତେଜି ଯାଇଛି ସଂସାର,ଅତୀତ ବିଦେଶେ ମନ ପାଏ ଭେଟ ତାର ।କିନ୍ତୁ ସେହି ସ୍ମୃତିରଥେ ଚଢ଼ି ସେ ମନୁଆପେରିଆସି ସଂସାରକୁ ହୁଏ କୁଆବୁଆ ।ଯାଇଥାଏ ମନ ରଖି ଶରୀର ସଂସାରେ,ଜଡ଼ପିଣ୍ଡମାୟା ତାକୁ ସବଳେ ଓଟାରେ ।ତହିଁ ପାଇ ନର ମନ ବିସୋରି ସଂସାରେ,ପ୍ରିୟ−ସମାଗମ−ସୁଖ ଭୁଞ୍ଜିଣ ନ ପାରେ ।ସେ ରାଜ୍ୟେ ଥାଆାନ୍ତା ଯେବେ ସଦେହ ପ୍ରବେଶ,ଧରାପୃଷ୍ଠେ ନ ଥାନ୍ତା ତ ବିଷାଦର ଲେଶ ।ଆରେ ରେ ଅତୀତ ! ତୁହି କି ଦାରୁଣ ଚୋର,ଜୀବନର କେତେ ସୁଖ ହରିଛୁ ତୁ ମୋର ।ଯେତେ ଯେତେ ରତ୍ନ ମୋର ରଖିଛୁ ଲୁଚାଇ,କୃପା କରି ତହୁଁ କିଛି ଦେବୁ କି ଫେରାଇ ?
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ