ବାଳକ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୭
- ସ୍ଥିତି
- ସାର୍ବଜନୀନ (Public domain)
‘‘ବାଳକ’’ ଏ ଶବ୍ଦ ଯଥା କୋମଳ ମଧୁର,ତଥା ତାର ବ୍ୟବହାର, ବାକ୍ୟ, ଅବୟବ,ସକଳ ଆନନ୍ଦମୟ, ଆନନ୍ଦ ପ୍ରତିମା,ଧରେ ପ୍ରାଣେ କି ଗଭୀର ଅମାୟିକ ଭାବ ।ବାଳକ କୁସୁମ ତୁଲ୍ୟ ପବିତ୍ର ସୁନ୍ଦର,ସ୍ନେହ ପ୍ରତି ଆକର୍ଷଣଯନ୍ତ୍ର-ସ ଜୀବିତ,ମାନ୍ତ୍ର ଅଦଂଷ୍ଟ ସେ ଫୁଲ, ଭେଦନୀତି-କୀଟେ,କିମ୍ୱା ସେ ନୀରସ ନୁହେଁ ଭାବନା-ଭଙ୍ଗରସୁତୀବ୍ର ଶୋଷଣେ, ଏଣୁ ଫୁଲ୍ଲ, ମଧୁମୟ ।ରେ ବାଳକ, ଜୀବନର ମଧୁକାଳ ତୋର,ଏ ଅନ୍ତେ ଯୌବନ-ଗ୍ରୀଷ୍ମ ଆସି ଯଥାକାଳେଦହିବ ହୃଦୋପବନ, ଥାଅ ଅବହିତ ।ଥିଲି ମୁଁ ତୋ ପରି ଦିନେ ଅନାବିକ ସୁଖୀ,ମାତ୍ର ହରାଇ ସେ ସୁଖ ପାଉ ନାହିଁ ଖୋଜି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର