ଦୁର୍ବର୍ଷ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୭
- ସ୍ଥିତି
- ସାର୍ବଜନୀନ (Public domain)
କି କୁକ୍ଷଣେ ଆସିଥିଲା ବିଂଶ ଶତାବ୍ଦୀରଚତୁର୍ଦ୍ଦଶ ବର୍ଷ, ବହି ଅଶୁଭ-ପସରାଶିରେ, ଆଦ୍ୟେ ଅତିବୃଷ୍ଟି, ଶେଷେ ଅବଗ୍ରହ,-ଦୁର୍ଭିକ୍ଷ, ତହିଁରେ ମିଶି ଭୀଷଣ ଆହବସମଗ୍ର ଧରଣୀବ୍ୟାପୀ, ହାୟ, ଘଟାଇଲାମହାକ୍ଷତି, ମହାନିଷ୍ଟ ! ସୃଷ୍ଟିରାଣୀ ଦେହେହେଲା ଯେ ଗଭୀର କ୍ଷତ, ବହୁ ଯୁଗ ଯାଏନ ପୂରିବ ନ ଶୁଖିବ ତାହା, କି କଠୋରପରୀକ୍ଷା, ମାନବଭାଗ୍ୟେ ଅହୋ ବହିଗଲାରକ୍ତନଦୀ ଖରବେଗେ, ଶୋକନଦୀସହ ।ବିଗତ ବର୍ଷର ନାମ ରହିଲା ଅଙ୍କିତଇତିହାସ-ବକ୍ଷେ ନର-ରୁଧିର-ମସୀରେ,କାର୍ତ୍ତିପରି ଅକୀର୍ତ୍ତିବି କରେ ନାମେ ସ୍ଥାୟୀ,ଅର୍ଜିଲେ ଅମର ନାମ ଶ୍ରୀଅନଙ୍ଗଭୀମସ୍ଥାପି ଦେବଦେବୀ ମୂର୍ତ୍ତି, ମାତ୍ର ଭାଙ୍ଗି ତାହାରଖିଲା କଳାପାହାଡ଼ କଳଙ୍କିତ ନାମ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର