ବହିଯାଏ ନଈ
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୩
- ସ୍ଥିତି
- ସାର୍ବଜନୀନ (Public domain)
କି ଦୂର ରାଇଜୁ ବହିଆସ ନଈବାରେ କି କହିବ ମୋରେ,ଏ ଲୋକ ଲହରୀ କୁଳୁ କୁଳୁ ତାନେଲୀଳା ରଚି ଅବହେଳେ ।ତବ ଜନ୍ମଭୂଇଁ କିବା ସେ ଶିଖରଦୂରୁ ଦୂରତର ଥାନେ,ଗହନ କାନ୍ତାର ଡେଇଁ ପର ପାରେଦେଖିନାହିଁ ଏ ନୟନେ ।ଖେଳନ୍ତି କି ତବ ଜନମ-ଭୂଇଁରେଏଭଳି ବାଳକଦଳ,ମୁଖେ ହାସ, ନେତ୍ରେ ଚାହାଣୀ ନଚାଇ,ପଦ ତଳେ ଶତଦଳ ?ପ୍ରବୀଣେ କି ତବ ଜନ୍ମପୀଠେ ବସିଦେଖନ୍ତି ସପନରାଶି,ମିଶିଆସୁଥାଏ ଯେବେ ଦିବାଲୋକନିଶାରାଣୀ ବିଶ୍ୱଗ୍ରାସୀ ?କୁଳୁ କୁଳୁ କୁଳୁ କହଇ ଶାଳିଆ-ଅମୃତ ପଡ଼ଇ ଝରିସେ ମୋ’ ଜନ୍ମପୀଠେ ଫୁଲ ଫୁଟେ ସଦାବହି ତୁମ ମୁଖଶିରୀ !ଏଡ଼େ ତର ତର କିପାଇଁ ନଈ ଗୋ !ବାରେ କି ନ ହେବ ଥିର,ବାରେ ଏ ଚପଳ ସ୍ରୋତ ଆଜି ସତେନ ଶୁଣିବ ଆମ ଗୀର !ଫୁଟେ ଯହିଁ ଫୁଲ ସେ ବେଶେ ତଟିନୀ,ଆଗୋ ସ୍ନେହମୟି ! ଥରେ,ନେଇ କି ପାରିବ ନାହିଁ ତହିଁ ବାରେସପନ-ମଧୁରପୁରେ ?ସେ ଫୁଲ ଅଧରେ ଅଧର ମିଳାଇଆମେ ଏ ବାଳକକୁଳ,ଫୁଟନ୍ତୁ ନିମିଷେ, କହ ଶାଳବତୀ,ଦେଖି ସ୍ୱପ୍ନ ସୁମଧୁର ।’’ତରଙ୍ଗ ଦୋଳରେ ଦୋଳି କହେ ନଈ–‘‘ନାଇଁ, ନାଇଁ, ନାଇଁ, ନାଇଁ,ଜୀବନର ସ୍ରୋତ ଫେରି ନ ପାରଇ,ଫେରି ନ ପାରିବି ମୁହିଁ ।’’‘‘ଯାଆ କାହିଁ ତେବେ,’’ ଡାକନ୍ତି ଶିଶୁଏ–‘‘କାହିଁ ଯାଅ ତରଙ୍ଗିଣୀ,ଶେଷ ହେବ ଯେବେ ଏ ଯାତ୍ରା ସୁଦୂରେରହିବ କି ହୋଇ ତୁନି ?ସାରା ଜୀବନରେ ଶ୍ରାନ୍ତି କି ବିଶୋରିଶୋଇବ ଅନନ୍ତ ସୁଖେ,ଜାଣି କି ନ ପାରୁ ଆମେ ଶିଶୁକୁଳସେ ଦେବ-ବାଞ୍ଚିତ ଲୋକେ ?ସେ ସ୍ୱପ୍ନ-ରାଇଜେ ଆମ ପାଇଁ ସୁଖ–ସପନ କି ନାହିଁ ଥୁଆ ?ବୁଡ଼ି କି ନ ପାରୁ ସେ କନକ ଦେଶ–ଅମୃତ ସାଗରେ, ଆହା !’’ଧାଇଁ ଧାଇଁ ଗୀତ ଗାଇ ଶାଳବତୀକହଇ ମଧୁରେ ରାଇ–‘‘ଭେଟିବ ଶିଶୁଏ ସେ ଶୁଭ-ରାଇଜଯାତ୍ରା ଶେଷେ ଦିନେ ଯାଇ ।ସ୍ନେହ ଭକ୍ତି ପ୍ରେମ ପୀରତିରେ ଗଢ଼ା
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର