ଦେଶ ପାଇଁ ଥିଲା ବାକୀ ଦଧୀଚି-ଜୀବନ
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୭
- ସ୍ଥିତି
- ସାର୍ବଜନୀନ (Public domain)
‘‘ପୁଅ ମୋର ଫେରିଗଲା ମରଣକୁ ଡରି ?’’ଅଚେତା ହୋଇ ସେ ବୁଢ଼ୀ ପଡ଼ିଲା ଝାଉଁଳି ।କିଏ ଆସି କହିଦେଲା ତା ପୁଅ ବାରତା,କିଏ କହିଗଲା ଆସିଗଲା ଦିନ କଥାଏକଇ ସନ୍ତାନ, ବୁଢ଼ୀ ଦେଇଥିଲା ଛାଡ଼ିସ୍ୱଦେଶ-ଗରବେ ତାର ଉପହାର ବୋଲିନ ନୋଇଁବ ମଥା ଦେଶ ବଇରୀ ଚରଣେ–ଦେଇଥିଲା ପୁଅକୁ ସେ ଛାଡ଼ି ଘୋର ରଣେ ।ଫେରିବ ସମରୁ ଅବା ଦେବ ଯୁବା ଶିରଦେଇଥିଲା ହସି ତାର କରେ କରବାଳ ।କିଏ ଆସି କହିଗଲା ସେ ଦିନ କାହାଣୀମରଣକୁ ଡରି ପୁଅ ଯୁଦ୍ଧ ଛାଡ଼ିଲାଣି !!ଥର ଥର ଥର ବୁକୁ, ବୁଢ଼ୀ ଭାଳେ ବସି -‘ଥିଲା ଟିକିଏ ରକତ ସେ ଦେହରେ ମିଶି ?ପାଳିଥିଲି ଏଇ ମୋର ସ୍ତନ୍ୟ ଦେଇ କୋଳେମରଣକୁ ଡରିବାକୁ ଦେଶ ଯିବାବେଳେ ?କାଟିଦେବି ସ୍ତନ୍ୟ ଦୁଇ, ଯାଉ ପ୍ରାଣ ଉଡ଼ି,ମରଣକୁ ଡରି ପୁଅ ଯୁଦ୍ଧ ଦେଲା ଛାଡ଼ି !’ମୁକୁଳା କୁନ୍ତଳ ରାଶି ଦୁଇ ପାଶେ ଦୋଳେ,ତରବାରି ଧରି ବୁଢ଼ୀ ଧାଇଁଲା ବ୍ୟାକୁଳେ ।ଲାଗିଥିଲା ଯୁଦ୍ଧ ଯହିଁ, ହସୁଥିଲା ଅରି–ପୁଅ ନାମ ଧରି ଡାକେ ପାଗଳିନୀ ପରି ।ଚମକି ଦେଖିଲା ପୁଅ ଶୋଇଛି ଭୂତଳେଶିରଗୋଟି କଟିଛି ତା’ କାହା କରବାଳେ ।ବଇରୀ ସମ୍ମୁଖେ ପୁଅ ତେଜିଛି ଜୀବନ,ହସି ହସି ବୁଢ଼ୀ କଲା ଅଶ୍ରୁ-ବରଷଣ ।ଦେଶ ପାଇଁ ଦେଇଛି ସେ ହସି ଆତ୍ମବଳି,ଦେଶର ଗରବେ ତାର ଭାଗ ଅଛି ବାଢ଼ି ।ଦେଶ-ଇତିହାସେ ତାର ରଖିଅଛି ନାମସହସ୍ର ସୋଦର ପାଶେ ପରମ ଦମ୍ମାନ ।ଦପ ଦପ ବୁଢ଼ୀ ଛାଡ଼ି, କରେ କରବାଳ–ମରଣେ ବରିବା ପାଇଁ ଜୀବନ ଚଞ୍ଚଳ ।ହସି ହସି ଦେଲା ତାର ଶେଷ ଶ୍ୱାସ ଛାଡ଼ିଧନ ମୋର ! ପୁଅ ମୋର ! ମୋ ସ୍ୱଦେଶ ବୋଲି !ଚକିତେ ଚାହିଁଲା ଅରି, ଚାହିଁଲା ଭୁବନ–ଦେଶପାଇଁ ଥିଲା ବାକୀ ‘ଦଧୀଚି-ଜୀବନ’ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର