ମୋ ସମ୍ପଦ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୨
- ସ୍ଥିତି
- ସାର୍ବଜନୀନ (Public domain)
ବରଷା ଯେବେ ଆସେ ଆନତ ଜଳଧରେଗୋଟିକି ଗୋଟି ଟୋପା ଧରଣୀ ପରେ ଝରେ ।ଉଦାର ମହନୀୟ ସେ କମନୀୟ ଛବିପୁଲକେ ରହେ ଚାହିଁ ମରମେ ଅନୁଭବି ।ଭାବେ ସେ ତୁମ ମୁଖ ଉଦାର ଜଳଧରତାହାରି ତଳୁ ଝରେ ନୟନ-ଲୁହ ଧାର !ନୀରବ ଅଭିମାନେ ପଦେକ ମନକଥାନ କହି ତୁମ ନାମେ ପୋତି ମୁଁ ଦିଏ ମଥା ।ସେ ଲୁହ ଝରି ମୋର ଚରଣ ତଳେ ଖାଲିସିକ୍ତ କରି ଦିଏ ଧରଣୀ ତଳ ବାଲି ।ସିକ୍ତ କରି ଦିଏ ମରମ ଗୋଟା ସାରା,ଆଜି ମୁଁ ଦେଖେ ସେଇ ବଦନ-ନଭେ ପରା !ତୁମେ ତ ଏଇ ଆସ ମନେ ମୋ ଧୀରେ ଧୀରେବିହରୁ ଅଛ ନିତି ସ୍ମୃତିର ଗିରିଶିରେ !ଧରିବାପାଇଁ ଯାଇ ନ ପାରେ ଧରି ପାଦଏଇ ଯେ ଧରିବାଟା ହୋଇଚି ମୋ ସମ୍ପଦ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର