ଅତୃପ୍ତ ପ୍ରେମ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୮
- ସ୍ଥିତି
- ସାର୍ବଜନୀନ (Public domain)
କିପାଁ ବିଶ୍ୱସଂସାର ଏଡ଼େ ସୁନ୍ଦର—ନିର୍ଜୀବ ଅଚେତନ ଚେତନ ନର ?କିପାଁ ବାର ମାସରେ ପ୍ରକୃତିରାଣୀପ୍ରକାଶନ୍ତି ଅଶେଷ ଲାବଣ୍ୟଠାଣି ?କିପାଇଁ ଉଷା ସନ୍ଧ୍ୟା ମୋହନ ବେଶେହସନ୍ତି ଆସି ନିତି ଏ ବିଶ୍ୱଦେଶେ ?ନୀଳଘନ−ଅଙ୍କରେ ଚପଳାସରିମଣ୍ଡଇ ଧରା କିପାଁ ନାରୀ ସୁନ୍ଦରୀ ?କିପାଇଁ ରାବେ ‘କୁହୁ କୁହୁ’ କୋକିଳ,କାହିଁକି ବହେ ମୃଦୁ ମଳୟାନିଳ ?କିପାଇଁ କଅଁଳଇ ଦ୍ରୁମଲତିକା,କିପାଇଁ ଚହଟଇ ପୁଷ୍ପକଳିକା ?ରାବେ କିପାଇଁ ବସି ବିହଙ୍ଗ ଡାଳେ,କିପାଁ ଗଗନୁଁ ଇନ୍ଦୁ ଅମୃତ ଢାଳେ ?କାହିଁକି ବିଶ୍ୱପ୍ରାଣ ବିମୁଗ୍ଧ କରିରମଣୀ−କଣ୍ଠୁ ଉଠେ ତାନଲହରୀ ?ଏ ସୁଖେ ମୋ ପ୍ରାଣର ତୃପତି ନାହିଁ,ଅନ୍ତର ଲୋଡ଼େ ଯାହା ସେ ମୋର କାହିଁ ?ଥିଲେହେଁ ବହୁ ତୋୟ ନଦୀ, ସାଗରେ,ଚାତକ−ଆଶା ସିନା ଘନ−ନୀରରେ ।ମେଣ୍ଟିବାର ନୁହଁଇ ମୋ ପ୍ରାଣ−ଆଶା,ନୈରାଶ୍ୟ−ସିନ୍ଧୁଜଳେ ଦେଇଛି ଝାସ ।ନିୟତି−ନୀରେ ଭାସିଗଲା ମୋ ଆଶା,ପ୍ରକାଶି ନ ପାରଇ ମୋ ଦୁଃଖ ଭାଷା ।ଛିନ୍ନ ହୋଇଛି ମୂଳୁଁ ମୋ ସୁଖ−ଦ୍ରୁମପଡ଼ିଛି ବୃନ୍ତୁଁ ଝଡ଼ି ପ୍ରୀତି−କୁସୁମ ।ଗଲା କଥା ଭାବିଲେ କି ହେବ ଆଉ ?ବିସ୍ମୃତି ଗରିଭେ ସେ ଉଭେଇ ଯାଉ ।ଉଜାଣ ସନ୍ତରିଣ କାଳସ୍ରୋତର,ବାଞ୍ଛିତ ଧନ ପାଇପାରେ କି ନର ?ଦେଲ କାମନା ଯେବେ ହେ ଭଗବାନ,ନୈରାଶ୍ୟେ ଭାଙ୍ଗିଦେଲ କିପାଁ ଏ ପ୍ରାଣ ?ଯେ ଯାହା ଲୋଡ଼େ ଭବେ ନ ମିଳେ ତାହା,ପ୍ରବଞ୍ଚେ ପ୍ରାଣ ତାର ଆଶାର ମାୟା !ତୃଷାରେ ଜର୍ଜ୍ଜରିତ ହୁଏ ଅନ୍ତର,ଆଶା−ମରୀଚିକାରେ ବିଭ୍ରମେ ନର ।ଯାହାକୁ କରିଥାଇଁ ପ୍ରାଣର ଧନ,ଏଡ଼ି ସେ ନିଜପଥେ କରେ ଗମନ ।ଜୀବନ ବସନ୍ତରେ ପ୍ରେମର କଢ଼ି,ଫୁଚି ଅକାଳେ ତଳେ ପଡ଼ଇ ଝଡ଼ି ।ନୈରାଶ୍ୟେ ଭଗ୍ନ ହୁଏ ଆଶାୟୀ−ପ୍ରାଣ,ନୁହେ ସଂସାର ସୁଖଶାନ୍ତିର ସ୍ଥାନ ।ତଥାପି ଭାଙ୍ଗି ନ ଯା ଆରେ ଅନ୍ତର,ମହା ଶୁଭ ଉଦ୍ଦେଶ୍ୟ ଏ ବ୍ରାହ୍ମାଣ୍ଡର ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ