ସ୍ତୋତ୍ର
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କବିତାବଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୩
- ସ୍ଥିତି
- ସାର୍ବଜନୀନ (Public domain)
ଏ ଅନନ୍ତ ବିଶ୍ୱ ତୁମ୍ଭ ମହିମା-କୀର୍ତ୍ତନଅଶେଷ ପ୍ରକାରେ ବିଭୋ, କରେ ଅନୁକ୍ଷଣ ।ତୁମ୍ଭ ଜ୍ୟୋତି ଲଭି ଚନ୍ଦ୍ର ତାରକା ଭାସ୍କରମଣ୍ଡନ୍ତି ଶୁଭ୍ର ଆଲୋକେ ନିଜ କଳେବର ।ଦିବସ ରଜନୀ ପୁଣି ଋତୁପରମ୍ପରା,ନିତ୍ୟ ଆବର୍ତ୍ତନଶୀଳ ରମଣୀୟ ଧରା,ସୁନୀଳ ଗଗନ, ସିନ୍ଧୁ ରତନନିଳୟଦରଶନେ ଦେଉଛନ୍ତି ତୁମ୍ଭ ପରିଚୟ ।ତୁମ୍ଭର ବିଶାଳ ପ୍ରୀତି ରମ୍ୟ ବସନ୍ତରେଅବତରି ଧରାତଳେ ଆନନ୍ଦ ବିତରେ ।ତାରାମୟ ଗଗନକୁ, ବିଦ୍ରୁମକୁ ବଳିମନୋଜ୍ଞ କୁସୁମଦଳେ ଶୋଭେ ବନସ୍ଥଳୀ ।ତରୁ ଡାଳେ ବସି ପିକ ତୁମ୍ଭ ପ୍ରେମଗୀତମନୋହର ତାନେ ଗାଇ ରମେ ଲୋକଚିତ୍ତ ।ତୁମ୍ଭ ପରିମଳ ଘେନି ମଳୟପବନବିଭୁଙ୍କ ପ୍ରସାଦ ବୋଲି କରେ ବିତରଣ ।ନିଦାଘର ତାପେ ଆଉ ତେଜେ ବିଭୂଷିତତୁମ୍ଭର ମହିମା, ପ୍ରଭୋ ହୁଅଇ ବିଦିତ ।ତୁମ୍ଭ ରବି ଏବେ ବୁଣେ ଖର ରଶ୍ମିରାଶି,ତହୁଁ ପରିଣାମେ ସୁଖ ଭୁଞ୍ଜେ ଧରାବାସୀ ।ବରଷାରେ ଘନମାଳା ଭୀମବେଶ ଧରିଗଗନେ ଘୋଟନ୍ତି ତୁମ୍ଭ ଆଜ୍ଞା ଅନୁସରି ।ଭୀଷଣ କୁଳିଶ ନାଦ, ଚପଳା ସ୍ଫୁରଣ,ତୁମ୍ଭର ମହିମା ପ୍ରଭୋ, କରନ୍ତି ଘୋଷଣ ।ପ୍ରଚଣ୍ଡ ଆରବେ ଏବେ ବହେ କଲ୍ଲୋଳିନୀସିନ୍ଧୁସଙ୍ଗେ କରିବାକୁ ତୁମ୍ଭ ଜୟଧ୍ୱନି ।ଶରଦେ ବିମଳ ନଭେ ଚନ୍ଦ୍ରମା ବିମଳ,ପ୍ରଫୁଲ୍ଲ କୁସୁମରାଜି, ସ୍ୱଚ୍ଛ ନଦୀଜଳ,କେଦାରରେ ପକ୍ୱଶାଳୀ ଜୀବହିତକରପ୍ରକାଶନ୍ତି ତୁମ୍ଭ ପ୍ରେମ ଅସୀମ ସୁନ୍ଦର ।ହେମନ୍ତ ଶିଶିରକାଳେ ତୁମ୍ଭର ଆଦେଶେପ୍ରକୃତି ସାଜଇ ଅତି ଦୀନହୀନ ବେଶେ ।ଜଣାଏ ମାନବବର୍ଗେ ସମସ୍ତ ନଶ୍ୱର,ଚିରସ୍ଥାୟୀ ନୁହେ କିଛି ଜଗତ ମଧ୍ୟର ।ସକଳ ଋତୁଏ ତୁମ୍ଭ ଆଜ୍ଞା ଅନୁସରିଚଳନ୍ତି ନିୟତିଚକ୍ରେ, ବିଭୋ, ଏହିପରି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ