ଆତ୍ମସମର୍ପଣ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୮
- ସ୍ଥିତି
- ସାର୍ବଜନୀନ (Public domain)
କିଣିବ କି ହରି କିଙ୍କରଜଣେ ବିନା ମୂଲ୍ୟରେ,କଳେ ବଳେ ଗୁଞ୍ଜି ହେଉଛିରଖ ଆନୁକୂଲ୍ୟରେ ।ଭାତ ବରତନ କିଛି ମୁଁକେବେ ମାଗିବି ନାହିଁ,ଇଚ୍ଛାମତେ ପ୍ରଭୁ ସେବାରେରଖିଥିବ ଖଟାଇ ।ହେଳା କଲେ କ୍ଷଣେ କାମରେଦେବ ଉଚିତ ଶାସ୍ତିଭୁଞ୍ଜିବାକୁ କେବେ ସେ ଦଣ୍ଡନ କରିବି ମୁଁ ନାସ୍ତି ।ଯୁଗେ ଯୁଗେ ମୁଁ ତ ଏକାକୀନାହିଁ ଘରଦୁଆରତୁମ୍ଭ ବିନା କଡ଼େ କଉଡିଧାରେ ନାହିଁ କାହାର ।ବିଚାରିଛି ତେଣୁ ଶୁଝିବିତୁମ୍ଭ ଋଣ ସେବାରେ,ଏତିକି ସୁବିଧା ହରି ହେଭଲା ପ୍ରଦାନ ବାରେ ।ମନ ଜାଣି ସେବା କରିବିକରିଅଛି ମୁ ପଣ,ପୂର୍ଣ୍ଣକର ଦୀନ ବାସନାପ୍ରଭୁ ଦୀନତାରଣ ।ଆତ୍ମସମର୍ପଣ କରୁଛିପଶି ପାଦେ ଶରଣ,କବି କହେ ମିଳୁ ଶ୍ରୀମୁଖୁଁପଦେ ଆଜ୍ଞା ବଚନ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ