ଅଥ କାଳନିର୍ଣ୍ଣୟଃ
୧୮୪୮–୧୯୧୮
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୮
- ସ୍ଥିତି
- ସାର୍ବଜନୀନ (Public domain)
ସିଦ୍ଧିଯୋଗେଽମୃତେଚୈବ ସୁମୂହୂର୍ତ୍ତେଽଥବା ତଥା ।ଦେବୋତ୍ଥାନେ ଶୁଭେ ପକ୍ଷେ ଅସ୍ତାଦିକବିବର୍ଜିତେ। ୨୬ ।ଉଦିତେ ଜନ୍ମଲଗ୍ନେଶମୁହୂର୍ତ୍ତେଶୌ ବିଶେଷତଃ ।ଶୁଦ୍ଧେଽଷ୍ଟମେ ଦ୍ୱାଦଶେ ଚ କ୍ରିୟାମାଦୌ ସମାରଭେତ୍। ୨୭ ।
ଅର୍ଥ :- ସିଦ୍ଧିଯୋଗରେ ଅମୃତଯୋଗରେ ଉତ୍ତମ ମୁହୂର୍ତ୍ତରେ ଦେବୋତ୍ଥାନକାଳରେ ଶୁଭପକ୍ଷରେ ଅସ୍ତାଦିଦୋଷରହିତରେ ଜନ୍ମଲଗ୍ନପତି ଓ ମୁହୂର୍ତ୍ତପତିର ଉଦୟକାଳରେ ଅଷ୍ଟମ ଓ ଦ୍ୱାଦଶ ଶୁଦ୍ଧିରେ କର୍ମ ଆରମ୍ଭ କରିବ । ୨୭ ।
ନାପତ୍କାଳେ ହ୍ୟାତୁରେ ଚ ବିଚାରଃ କାଳକୃଦ୍ବୁଧୈଃ ।କେବଳଂ ଲଗ୍ନମାତ୍ରସ୍ୟ ଶୁଦ୍ଧତାମଭିଲୋକୟେତ୍। ୨୮ ।ସର୍ବଂ ପାତ୍ରେଷୁ ସଂସ୍ଥାପ୍ୟ ତତଃ ପୂଜାଂ ସମାଚରେତ୍ ।ନ ତାବଦାରଭେତ୍ ପୂଜାଂ ନ ଯାବତ୍ ସଞ୍ଚୟୋ ଭବେତ୍। ୨୯ ।
ଅର୍ଥ :- କାଳଜ୍ଞ ପଣ୍ଡିତମାନେ କହିଛନ୍ତି ଆପତ୍କାଳରେ ଆତୁର ସମୟରେ ଏ ସବୁ ବିଚାର କରିବ ନାହିଁ । କେବଳ ଲଗ୍ନ ଶୁଦ୍ଧି କି ଦେଖିବ । ସମସ୍ତ ଦ୍ରବ୍ୟ ପାତ୍ରରେ ରଖି ତତ୍ପରେ ପୂଜା ଆରମ୍ଭ କରିବ ଯେ ପର୍ଯ୍ୟନ୍ତ ଦ୍ରବ୍ୟ ସଂଗ୍ରହ ହୋଇନାହିଁ ସେପର୍ଯ୍ୟନ୍ତ ପୂଜା ଆରମ୍ଭ କରିବ ନାହିଁ । ୨୮ । ୨୯ ।