ଆଶୀର୍ବାଦ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୩
- ସ୍ଥିତି
- ସାର୍ବଜନୀନ (Public domain)
ଦୁର୍ଗମ ଏ ଯାତ୍ରାପଥ, ଯାତ୍ରୀ ହୁସିଆରବକ୍ଷ ତଳେ ଶୁଣ ତୁ ଆଜି ଲକ୍ଷ ହାହାକାର ।ସଙ୍ଗୀ ତୋର ନାଇଁ କେ ପାଖେ, ଅନ୍ଧକାରେ ଚାଲଲକ୍ଷ୍ୟ ତୋର ଏଇ ଯେ ଆଗେ ସତ୍ୟ ଅହିଂସାର ।ଦୁସ୍ତର ଏ ସିନ୍ଧୁ ପଥ, କମ୍ପିଉଠେ ତରୀଲକ୍ଷ ଶତ ତରଙ୍ଗରେ ଯାଆ ତୁ ନାଇଁ ଡରି ।ମଶାଲ୍ ଜଳେ ଏଇ ଯେ ଦୂରେ ଦିଗ୍ବଳୟ ପାରେଲକ୍ଷ୍ୟ ରଖ ଶାନ୍ତି ଆଉ ସତ୍ୟ, ଅହିଂସାରେ ।ଦୁର୍ଗମ ଏ ଶୈଳଚୂଡ଼ା, ମୃତ୍ୟୁ ହସେ ତଳେ,ନୁଆଖାଲିର କୁଟୀର ତଳୁ ଦୃଶଦ୍ବତୀ ତୀରେ ।ଶ୍ରାନ୍ତ ନୁହ, ଭ୍ରାନ୍ତ ନୁହ, ମୁକ୍ତ ହୁଅ ବୀରଆଶୀର୍ବାଦ ଘେନ ତୁ ମୋର ସତ୍ୟ ଅହିଂସାର !ଜାନୁଆରୀ–୧୯୪୯
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର